ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ ରହିଲେ ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌ ପ୍ରଚଳନ କରାଯିବ। ରିଜର୍ଭ ବ୍ୟାଙ୍କ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ କରିବାକୁ ଯୋଜନା ରଖିଛି। ସରକାରଙ୍କଠାରୁ ଅନୁମୋଦନ ହାସଲ କରିବା ପରେ ଏହି ନୋଟ୍‌ର ପରୀକ୍ଷଣ ଆରମ୍ଭ କରାଯାଇଛି।
ଏକ ଦଶନ୍ଧି ପୂର୍ବରୁ ପ୍ଲାଷ୍ଟିକ୍‌ ନୋଟ୍‌ ଆଣିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ପ୍ରଯୁକ୍ତି ଅଭାବ ଥିବାରୁ ତାହା ସମ୍ଭବ ହୋଇନଥିଲା। ଏବେ ପୁଣି ଥରେ ସେହି ଯୋଜନା ଉପରେ କାମ ଚାଲିଛି। ଶ୍ରୀ ମାଲ‌ହୋତ୍ରା କହିଛନ୍ତି ଯେ ବର୍ତ୍ତମାନ ପ୍ରଚଳନରେ ଥିବା କାଗଜରେ ପ୍ରସ୍ତୁତ ନୋଟ୍‌ ତୁଳନାରେ ପ୍ଲାଷ୍ଟିକ୍‌ ବା ପଲିମର୍‌ ନୋଟ୍‌ ଦୀର୍ଘସ୍ଥାୟୀ। ସେଥିପାଇଁ ବାରମ୍ବାର ବଦଳାଇବାକୁ ପଡ଼ୁଥିବା ଛୋଟ୍‌ ନୋଟ୍‌ରୁ ଏହାର ପ୍ରଚଳନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ବଡ଼ ନୋଟ୍‌ ତୁଳନାରେ ଛୋଟ ନୋଟ୍‌ଗୁଡ଼ିକ ଶୀଘ୍ର ଖରାପ ହୋଇଯାଏ। କାରଣ ତାହା ବାରମ୍ବାର ଜଣଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଯାଇଥାଏ। ପ୍ଲାଷ୍ଟିକ୍‌ ନୋଟ୍‌ ଏଭଳି ମାମଲାରେ ଅଧିକ ଦିନ ଚାଲିବ। ଫଳରେ ସେହି ନୋଟ୍‌ଗୁଡ଼ିକୁ ଆଉ ବାରମ୍ବାର ଛପାଇବା କିମ୍ବା ବଦଳାଇବାକୁ ପଡ଼ିବ ନାହିଁ।ଏକ ସର୍ବେକ୍ଷଣକୁ ଆଧାର କରି ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ପ୍ଲାଷ୍ଟିକ୍‌ ନୋଟ୍‌ ଛପାଇବାର ମୂଲ୍ୟ କାଗଜ ନୋଟ୍‌ ତୁଳନାରେ ଅଧିକ। କିନ୍ତୁ ଯେହେତୁ ଏହାକୁ ବାରମ୍ବାର ବଦଳଇବା, ପରିବହନ କରିବା କିମ୍ବା ଛପାଇବାକୁ ପଡ଼ିବ ନାହିଁ, ତେଣୁ ସମୟକ୍ରମେ ନୋଟ୍‌ ଛପାରେ ହେଉଥିବା ଖର୍ଚ୍ଚ କମିଯିବ। ବର୍ତ୍ତମା ଅଷ୍ଟ୍ରେଲିଆ, ବ୍ରିଟେନ, କାନାଡା, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ ଓ ଭିଏତନାମରେ ପ୍ଲାଷ୍ଟିକ୍‌ ନୋଟ୍‌ ପ୍ରଚଳନରେ ରହିଛି। ପ୍ରଥମ ଦେଶ ଭାବେ ୧୯୮୮ରେ ଅଷ୍ଟ୍ରେଲିଆରେ ପ୍ଲାଷ୍ଟିକ୍‌ ନୋଟ୍‌ ପ୍ରଚଳନ ହୋଇଥିଲା।

  • Related Posts

    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading
    ନିଟ୍‌-ୟୁଜି ଓଏମ୍‌ଆର ସିଟ୍‌ରେ ତ୍ରୁଟି ; ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ୬ ପରୀକ୍ଷାର୍ଥୀ

    ନୂଆଦିଲ୍ଲୀ : ନିଟ୍‌-ୟୁଜି ୨୦୨୬ ପରୀକ୍ଷାର ଓଏମ୍‌ଆର୍ ସିଟ୍‌ରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ କରି ୬ ଜଣ ପରୀକ୍ଷାର୍ଥୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନକାରୀମାନେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ