‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ,ପରିଚ୍ଛନ୍ନତା ସହ ସୌରଶକ୍ତି ଯୋଜନା ଉପରେ ସଚେତନତା

ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡରେ କ୍ରମାଗତ ୬ଦିନ ଧରି ଏହି ଅଭିଯାନ ଚାଲିବ। ଏହା ଅନ୍ତର୍ଗତ ରାଇକିଆ ଗ୍ରାମପଞ୍ଚାୟତର ଗମାଣ୍ଡି ଓ ଗଞ୍ଜୁଗୁଡ଼ା, ଚୂନପଲ୍ଲୀ, ପlଙ୍ଗାନଜୁ ଗ୍ରାମରେ ପରିବେଶ ପରିଚ୍ଛନ୍ନତା, ସୌନ୍ଦର୍ଯ୍ୟକରଣ ଏବଂ ପିଏମ୍ ସୂର୍ଯ୍ୟଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅଭିଯାନରେ ରାଇକିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ନାଏବ ସରପଞ୍ଚ ନିଥନିୟେଲ୍ ନାୟକ, ୧୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବସମ୍ଭୁ ଗୌଡ଼, ଟିପିଏସ୍‌ଓଡିଏଲ୍‌ର କନିଷ୍ଠ ଯନ୍ତ୍ରୀ ଶ୍ରବଣ କୁମାର ନାୟକ, ରାଜକିଶୋର ପରିଛା, ଯୋଗାଣ ସହାୟିକା ଶ୍ରଦ୍ଧାଞ୍ଜଳି ଦିଗାଲ, ୱାର୍ଡ ସଦସ୍ୟ ପ୍ରୀତିମାଳା ପ୍ରଧାନ ଓ ଅମୀୟ ବେହେରା, ଅଭିମନ୍ୟୁ ପଣ୍ଡା, ସନ୍ତୋଷ ପଣ୍ଡା, ପ୍ରଭାତ ନାୟକ ସମେତ ଗ୍ରାମବାସୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଏହା ସହ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବରିଷ୍ଠ ନାଗରିକ, ଅଙ୍ଗନବାଡ଼ି କର୍ମୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମେଟ୍‌, ଅନ୍ୟାନ୍ୟ ଗ୍ରାମବାସୀ ମଧ୍ୟ ଅଂଶଗ୍ରହଣ କରିଥିଲେ।ଅଭିଯାନ ସମୟରେ ପ୍ରତ୍ୟେକ ସାହିରେ ରାସ୍ତା ପାର୍ଶ୍ୱରେ ଥିବା ଅନାବନା ଲତାବୁଦା କାଟି ସଫା କରାଯିବା ସହ ବିଭିନ୍ନ ସାର୍ବଜନୀନ ସ୍ଥାନ, କୂଅ, ନଳକୂଅ ଓ ପ୍ରାଥମିକ ବିଦ୍ୟାଳୟ ପରିସରର ସଫେଇ କାର୍ଯ୍ୟ କରାଯାଇଥିଲା। ଏହାସହ ରାସ୍ତା ପାର୍ଶ୍ୱ, ସର୍ବସାଧାରଣ ଅନୁଷ୍ଠାନ ଓ ସାର୍ବଜନୀନ ସ୍ଥାନରେ ଥିବା ‘ବ୍ଲାକ୍ ସ୍ପଟ୍’ ଏବଂ ‘ଗ୍ରେ ସ୍ପଟ୍’ ଚିହ୍ନଟ କରାଯାଇ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।ପରିଚ୍ଛନ୍ନତା କାର୍ଯ୍ୟ ପରେ ଆୟୋଜିତ ସଚେତନତା ବୈଠକରେ ସରପଞ୍ଚ ଗୀତାଞ୍ଜଳି ନାୟକ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଟିପିଏସ୍‌ଓଡିଏଲ୍‌ର କନିଷ୍ଠ ଯନ୍ତ୍ରୀ ଶ୍ରବଣ କୁମାର ନାୟକ ପିଏମ୍ ସୂର୍ଯ୍ୟଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ଯୋଗ୍ୟ ପରିବାରମାନଙ୍କୁ ପଞ୍ଜୀକରଣ, ଆବଶ୍ୟକ ଦସ୍ତାବିଜ ସଂଗ୍ରହ ଏବଂ ସରକାରୀ ରିହାତିରେ ସୌରଶକ୍ତି ବିଦ୍ୟୁତ୍ ସଂସ୍ଥାପନ ପ୍ରକ୍ରିୟା ସମ୍ପର୍କରେ ସଚେତନ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading
    ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ବାଣ୍ଟିଲେ ପୋଲିସ କମିଶନର

    ଖୋର୍ଦ୍ଧା: ବନ୍ୟା ପ୍ରଭାବିତ ଅଂଚଳରେ ପୋଲିସ କମିଶନରଙ୍କ ରିଲିଫ ବଣ୍ଟନ। ପୋଲିସ କମିସନର ଏସ୍ ଦେବଦତ୍ତ ସିଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ଟିଙ୍କିପଡା ଗାଁରେ ରିଲିଫ ବଣ୍ଟନ କରିଛନ୍ତି। ଏହି ଅବସରରେ ବନ୍ୟା ପ୍ରଭାବିତଙ୍କ ସହ ବିଭିନ୍ନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ