
ଦେବଗଡ଼:ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ଯୌତୁକ ନିରୋଧ ଆଇନ ସଂପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଜିଲ୍ଲା ଉପନିବନ୍ଧକ ଅଧିକାରୀ ପ୍ରଦ୍ୟୁମ୍ନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରଞ୍ଜନ ସାହୁ,ଡିଏସପି ପ୍ରତିଭା ମାଝି ପ୍ରଶିକ୍ଷକ ଭାବେ ଯୋଗଦେଇ ଯୌତୁକ ନିରୋଧ ଅଧିନିୟମ ସଂପର୍କରେ ଆଲୋକପାତ କରିଥିଲେ।ଏଥିରେ ଡିଆଇପିଆରଓ ମନୋରଞ୍ଜନ ସୂତାର,ଜିଲ୍ଲା ସଂଯୋଜକ ସତ୍ୟବ୍ରତ ବେହେରାଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।




