ବିପଦ ସଙ୍କେତ ପାଖରେ ବୈତରଣୀ; ପୁଣି ବଢିଲା ବନ୍ୟା ଆଶଙ୍କା

ଯାଜପୁର; ଉତ୍ତର ଓଡ଼ିଶାରେ ବନ୍ୟା ଦୁର୍ଦ୍ଦଶା ଥମିନି । ଏବେ ବି କେତେକ ଅଞ୍ଚଳ ଜଳବନ୍ଦୀ । ଏପଟେ ସାଳନ୍ଦୀ ଉଛୁଳି ମାଡ଼ି ଆସିଲାଣି । ଜଳକା ବି ବିପଦ ସଙ୍କେତ ଉପରେ ବହୁଛି । ବୈତରଣୀ ଜଳସ୍ତର ବିପଦ ସଙ୍କେତ ମୁହାଁ ହେଉଥିବାବେଳେ ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ଧିମେଇ ଧିମେଇ ଫୁଲୁଛି । ପୁଣି ଫୁଲୁଛି ବୈତରଣୀ । ଭୟରେ ଯାଜପୁରର ତଳିଆ ଲୋକ । ଅନେକ ଗାଁରୁ ପାଣି ଖସିନଥିବା ବେଳେ ନଦୀରେ ପୁଣି ବନ୍ୟା ପାଣି ଆସିବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଯାଜପୁରର ପ୍ରମୁଖ ନଦୀ ବୈତରଣୀ , ଖରସ୍ରୋତା , ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ଶାଖା କାଣି ନଦୀରେ କିଛି ଦିନ ପୂର୍ବରୁ ବନ୍ୟା ଆସି ଅନେକ ପଞ୍ଚାୟତ ଓ ଗାଁ ଜଳ ମଗ୍ନ ହୋଇଥିବା ବେଳେ ଅନେକ ଚାଷ ଜମି ରେ ପାଣି ପଶି କ୍ଷୟ କ୍ଷତି ହୋଇଥିଲା । କଚ୍ଚା ଘର ଭାଙ୍ଗି ମାଟିରେ ମିଶି ଯିବା ଫଳରେ ଅନେକ ବାସ ହରା ହୋଇପଡିଛନ୍ତି । ଏ ସବୁ ଦୁର୍ଦ୍ଦଶାରୁ ଲୋକେ ଉଠିନଥିବା ବେଳେ ଏବେ ନଦୀରେ ପୁଣି ବନ୍ୟା ପାଣି ଆସିଛି । ସତର୍କ ସଂକେତ ୧୭.୮୩ ଥିବା ବେଳେ ୧୭.୫୮ ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି ।
ବନ୍ୟା ପ୍ରଭାବିତ ଭଦ୍ରକରେ ବିପନ୍ନମାନେ ନିଜ ଘର ସଜାଡ଼ିବା ଆରମ୍ଭ କରିଥିବା ବେଳେ ପୁଣି ଚିନ୍ତା ବଢ଼ାଇଛି ସାଳନ୍ଦୀ ବନ୍ୟା । ପୁଣି ବନ୍ୟା ସ୍ଥିତି ଉପୁଜିଛି । ବୈତରଣୀ ନଦୀରେ ଫୁଲୁଥିବା ବେଳେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଭଦ୍ରକ ପୌରପାଳିକା ସହ କେତେକ ପଞ୍ଚାୟତ ଓ ତିହିଡି ବ୍ଲକ୍ ରେ ବନ୍ୟା ପାଣି ପଶିଛି । ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ମୁକୁଳା ପଡିଥିବା ଅନେକ ପୁରୁଣା ଘାଈରେ ପାଣି ପଶୁଛି । ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ଉପରେ ନଜର ରଖିଛି ପ୍ରଶାସନ । ହଦଗଡ଼ ଡ୍ୟାମ ୨ଟି ଗେଟ୍ ଖୋଲା ଯାଉଛି ।

ବନ୍ୟାରେ ୨୩ଟି ଜିଲ୍ଲା ପ୍ରଭାବିତ ହୋଇଛି । ହେଲେ ଏଯାଏଁ କ୍ଷୟକ୍ଷତି ହିସାବ ସରିନାହିଁ । ସର୍ବାଧିକ ପ୍ରଭାବିତ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାର କ୍ଷୟକ୍ଷତି ପରିମାଣ ନେଇ ହିସାବ ଜାରି ରହିଛି । ବନ୍ୟା କ୍ଷତିର ଆଶିଂକ ରିପୋର୍ଟ ଅନୁସାରେ ୩୭ ହଜାର ହେକ୍ଟର ଫସଲ ପ୍ରଭାବିତ । ୨୩ ଜିଲ୍ଲାରେ ଏବେ ସୁଦ୍ଧା ୩୫୬୭ କ୍ଷତିଗ୍ରସ୍ତ ଘର ଚିହ୍ନଟ । ସେପଟେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଖ ବାଂଲାଦେଶ ଉପରେ ଥିବା ଘୂଣ୍ଣି ର୍ବଳୟ ଘନୀଭୂତ ହେଉଛି । ଶନିବାରକୁ ଲଘୁଚାପ ରୂପ ନେଇ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିବ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ମୌସୁମୀ ଟ୍ରଫ୍ ସହ ସମାନ୍ତରାଳ ଭାବେ ଗାଙ୍ଗେୟ ପଶ୍ଚିମବଙ୍ଗ, ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ।

  • Related Posts

    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading
    ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ବାଣ୍ଟିଲେ ପୋଲିସ କମିଶନର

    ଖୋର୍ଦ୍ଧା: ବନ୍ୟା ପ୍ରଭାବିତ ଅଂଚଳରେ ପୋଲିସ କମିଶନରଙ୍କ ରିଲିଫ ବଣ୍ଟନ। ପୋଲିସ କମିସନର ଏସ୍ ଦେବଦତ୍ତ ସିଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ଟିଙ୍କିପଡା ଗାଁରେ ରିଲିଫ ବଣ୍ଟନ କରିଛନ୍ତି। ଏହି ଅବସରରେ ବନ୍ୟା ପ୍ରଭାବିତଙ୍କ ସହ ବିଭିନ୍ନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ