ମୁନ୍ନାଙ୍କୁ ରାଜନୀତି ଜଣାନାହିଁ:ବାବୁ ସିଂ

ଭୁବନେଶ୍ୱର: ଗତ କିଛି ଦିନ ହେବା ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବୟାନ ଚର୍ଚ୍ଚାରେ ରହି ଆସିଛି । ଭାରତୀୟ ଜନତା ପାର୍ଟିର ଏକାଧିକ ନେତା ଏବେ ‘ବିଜେଡି’ ସହ ଯୋଗଯୋଗରେ ଥିବା ବୟାନ ଦେଇ ଚର୍ଚ୍ଚାରେ ଥିବା ମୁନ୍ନା ଖାନ ଏବେ ଆଉ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି । ରାଜ୍ୟରେ ବିଜୁ ଜନତା ଦଳକୁ କ୍ଷମତାକୁ ଫେରିବାକୁ ନିର୍ବାଚନ ହେବା ପର୍ୟ୍ୟନ୍ତ ଅର୍ଥାତ ୫ବର୍ଷ ଅପେକ୍ଷା କରିବାକୁ ପଡିବନାହିଁ ବୋଲି କହି ମୁନ୍ନା ପୁଣି ଏକ ଦମ୍ଭୋକ୍ତି ଦେଖାଇଛନ୍ତି । ବିଜେପି ନିକଟରେ ନେତା ନଥିଲେ । ବିଜେଡିରୁ ଯାଇଥିବା ନେତା ବିଜେପିରେ ନିର୍ବାଚନ ଜିତିଛନ୍ତି, ସେମାନେ ପୁଣି ବିଜେଡି ଫେରିବେ ବୋଲି ପରୋକ୍ଷରେ କହିବାକୁ ପ୍ରୟାସ କରିଛନ୍ତି ମୁନ୍ନା । ମୁନ୍ନାଙ୍କ ପ୍ରଥମ ମନ୍ତ୍ୟକୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ କାଉଣ୍ଟର କରିଥିବା ବେଳେ ଏବେ ଏହି ଟିପ୍ପଣୀକୁ ବିଜେପି ବିଧାୟକ ବାବୁ ସିଂ କଡା ସମାଲୋଚନା କରିଛନ୍ତି । ମୁନ୍ନାଙ୍କୁ ରାଜନୀତି ଜଣାନାହିଁ ବୋଲି ବାବୁ କହିଛନ୍ତି । କଟାକ୍ଷ କରି ବାବୁ କହିଛନ୍ତି, ବହୁ ବିଳମ୍ବରେ ସେ ସାଂସଦ ହୋଇଛନ୍ତି, ରାଜନିତୀରେ ଜ୍ଞାନ ଟିକେ ଆହରଣ କରନ୍ତୁ ମୁନା ଭାଇ । ବିଜେଡି ଛାଡିକି ଯେଉଁ ନେତାମାନେ ଆସିଛନ୍ତି ସେମାନେ ନିଜ ଖୁସିରେ ଓ ନିଜ ଇଛାରେ ଆସିଛନ୍ତି । ବିଜେଡିରେ ପଞ୍ଜୁରୀ ଭିତରେ ଶୁଆ ଭଳି ନେତାମାନ ଥିଲେ । ସେଥିପାଇଁ ବିଜେଡି ଛାଡ଼ି ଦେଶ ନିର୍ମାଣ ଦିଗରେ ବିଜେପିରେ ଯୋଗ ଦେଇଛନ୍ତି ।
ବାବୁ କହିଛନ୍ତି,‘‘ ମୁନ୍ନା ଯେଉଁ କହୁଛନ୍ତି ୧୪ ବିଜେପି ବିଧାୟକ ତାଙ୍କ ଯୋଗାଯୋଗରେ ଅଛନ୍ତି, ଗୋଟିଏ ନାଁ ସ୍ପଷ୍ଟ କରନ୍ତୁ । ଯଦି ୧୪ ବିଧାୟକ ଦଳ ଛାଡି ବିଜେଡିରେ ସାମିଲ ହୁଅନ୍ତି, ତେବେ କେମିତି ତାଙ୍କର ବିଧାୟକ ପଦ ରଦ୍ଦ ହେବନି । ବିଜେଡି ଡଙ୍ଗାରେ ପାଣି ପଶିଲାଣି । ଦୁଇ ଜଣ ସାଂସଦ ବିଜେପିରେ ମିଶି ସାରିଲେଣି, ଆହୁରି ଅନେକ ନେତା ଯୋଗାଯୋଗରେ ଅଛନ୍ତି । ଦେଖନ୍ତୁ ଆଗକୁ କ’ଣ ହେଉଛି । ‘ବିଜେଡି’ ବୁଡିବାକୁ ବସିଥିବା ଏକ ଡଙ୍ଗା ପରି ।’’

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ