୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।ବିଜେଡି ପକ୍ଷରୁ ରବିବାର ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଛି। ଏହି ଅବସରରେ ଅଗଷ୍ଟ କ୍ରାନ୍ତି ଦିବସର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ‘ଆଦିବାସୀ ଭାଇଭଉଣୀଙ୍କ ଅଧିକାର, ସମ୍ମାନ ଓ ସାଂସ୍କୃତିକ ସୁରକ୍ଷା ପାଇଁ ବିଜେଡି ସବୁବେଳେ ଦୃଢ଼ ଭାବେ ସେମାନଙ୍କ ସହ ରହିଆସିଛି।’ ବିଜେଡିକୁ ସେ ‘ଜନଜାତି ସମ୍ପ୍ରଦାୟର ‘ଶ୍ରେଷ୍ଠ ବନ୍ଧୁ’ ଭାବେ ଅଭିହିତ କରିଥିଲେ।
ନବୀନ କହିଥିଲେ, ‘ବିଜେଡି ସରକାର ସମୟରେ ଜନଜାତି ବର୍ଗର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା। ଉଚ୍ଚଶିକ୍ଷା, ଜୀବନଜୀବିକା ଓ ସାମାଜିକ ବିକାଶ ସହ ସେମାନଙ୍କୁ ଯୋଡ଼ିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପଞ୍ଚାୟତକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଅଧିକାର, ହଜାର ହଜାର ହଷ୍ଟେଲ, ଉଚ୍ଚଶିକ୍ଷା ପାଇଁ ‘ଅନ୍ୱେଷା’ କାର୍ଯ୍ୟକ୍ରମ ଏବଂ ଜଙ୍ଗଲ ଜମି ଅଧିକାର ଭଳି ପଦକ୍ଷେପ ଆଦିବାସୀଙ୍କ ସଶକ୍ତିକରଣରେ ସହାୟକ ହୋଇଥିଲା ।’

ସେହିପରି ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ (SDC) ପଦକ୍ଷେପକୁ ନବୀନ ଉଲ୍ଲେଖ କରିଥିଲେ। ୨୩ଟି ଜିଲ୍ଲାରେ ଏହି ପରିଷଦ ଆଦିବାସୀଙ୍କୁ ବିକାଶର ସମାନ ଅଂଶୀଦାର କରିବା ସହ ସେମାନଙ୍କ ପବିତ୍ରସ୍ଥଳୀ, କଳା, ହସ୍ତଶିଳ୍ପ, ସଙ୍ଗୀତ ଓ ପରମ୍ପରାର ସୁରକ୍ଷାରେ ସେମାନଙ୍କୁ ଅଗ୍ରଣୀ ହେବାର ସୁଯୋଗ ଦେଇଥିଲା ବୋଲି ସେ କହିଥିଲେ।
ଜନଜାତି ସମ୍ପ୍ରଦାୟର ଜ୍ଞାନ ଓ ପାରମ୍ପରିକ ଜ୍ଞାନକୁ ସମ୍ମାନ ଦେବା ସହ ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ନିଷ୍ଠାର ସହ କାମ କରିବାକୁ ନବୀନ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଜନଜାତିଙ୍କୁ ସଶକ୍ତ କରି ସେମାନଙ୍କ ନିଜ ମାଟିରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ସୃଷ୍ଟି କରିବା ବିଜେଡି ସରକାର ନୀତିର କେନ୍ଦ୍ରବିନ୍ଦୁ ଥିଲା ବୋଲି ସେ କହିଥିଲେ।

  • Related Posts

    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading
    ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

    ବରଗଡ଼: ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି ଏବଂ ଦଳର ୧୫ ଜଣ ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ