କ୍ୟାବିନେଟ: ଅନୁକମ୍ପାମୂଳକ ନିଯୁକ୍ତି ନିୟମରେ ବଡ଼ ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟ ୬ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟ କ୍ୟାବିନେଟ୍‌ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦କୁ ବାତିଲ୍‌ କରିଛନ୍ତି । ନୂତନ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୬କୁ ଅନୁମୋଦନ ଦେଇଛନ୍ତି । ନୂଆ ନିୟମ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ବିନା ୧୦୦-ପଏଣ୍ଟ ମୂଲ୍ୟାୟନ ପଦ୍ଧତିରେ Group-D ମୂଳ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି । ପୂର୍ବରୁ ପ୍ରଚଳିତ ୧୦୦-ପଏଣ୍ଟ ମୂଲ୍ୟାୟନ ବ୍ୟବସ୍ଥା ଏବଂ ଏହା ସହ ଜଡ଼ିତ ଯୋଗ୍ୟତା ମାନଦଣ୍ଡକୁ ପ୍ରତ୍ୟାହାର କରାଯାଇଛି । ସେହିପରି Group-Dର ମୂଳ ସ୍ତରର ପଦବୀରେ ପ୍ରଚଳିତ ୫୦% ନିଯୁକ୍ତି ସୀମାକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି ।

ଯଦି ମୃତ କର୍ମଚାରୀଙ୍କ ୫୦ ବର୍ଷରୁ ଅଧିକ ବୟସର ସ୍ୱାମୀ/ସ୍ତ୍ରୀ ନିଯୁକ୍ତି ପାଇଁ ଅନିଚ୍ଛୁକ ଥାଆନ୍ତି କିମ୍ବା ମେଡିକାଲ୍‌ ବୋର୍ଡ ଦ୍ୱାରା ଅଯୋଗ୍ୟ ଘୋଷିତ ହୁଅନ୍ତି, ତେବେ ପରିବାରର ଅନ୍ୟ ଜଣେ ଯୋଗ୍ୟ ସଦସ୍ୟଙ୍କୁ ମନୋନୀତ କରିବାର ସୁଯୋଗ ମିଳିବ । ଏହା ସହ ୨୦୨୦ ନିୟମାବଳୀ ଅନୁଯାୟୀ ୧୦୦-ପଏଣ୍ଟ ମୂଲ୍ୟାୟନ ଆଧାରରେ ପ୍ରତ୍ୟାଖ୍ୟାନ ହୋଇଥିବା ଆବେଦନଗୁଡ଼ିକର ପୁନର୍ବିଚାରର ବ୍ୟବସ୍ଥା ମଧ୍ୟ ରହିଛି । କ୍ୟାବିନେଟ ନିଷ୍ପତ୍ତିରେ ଡିଜିଟାଲ ପ୍ରଶାସନକୁ ଆଧୁନିକ କରିବା, ନବୀକରଣୀୟ ଶକ୍ତି ଓ ଷ୍ଟୋରେଜ୍‌ କ୍ଷେତ୍ରରେ ନିବେଶକୁ ସୁବିଧା ଦେବା, ଜଳସେଚନ ସୁବିଧା ବଢ଼ାଇବା, ପ୍ରାକ୍‌-ବିଦ୍ୟାଳୟ ଶିଶୁଙ୍କ କଲ୍ୟାଣ ଏବଂ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଅନୁକମ୍ପାମୂଳକ ନିଯୁକ୍ତିରେ ସହଜତା ଆଣିବା ଭଳି ବିଭିନ୍ନ କ୍ଷେତ୍ରକୁ ସାମିଲ କରାଯାଇଛି ।

  • Related Posts

    ଏଣିକି ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କାର୍ଯ୍ୟାନୁଷ୍ଠାନ

    ଭୁବନେଶ୍ୱର: ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍। ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି…

    Continue reading
    ତ୍ରିରଙ୍ଗା ତଳେ ଏକତାର ବାର୍ତ୍ତା, ରାଇକିଆରେ ଦେଶପ୍ରେମର ଯାତ୍ରା”

    ରାଇକିଆ: ଭାରତ ସରକାର ଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଏବଂ ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଉଜ୍ଜୀବିତ କରି ରାଇକିଆରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ରାଇକିଆ ବ୍ଲକ ଭାଜପା ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ