କ୍ୟାବିନେଟ: ନବୀକରଣୀୟ ଶକ୍ତି ନୀତିରେ ବଡ଼ ସଂଶୋଧନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟ ୬ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ନବୀକରଣୀୟ ଶକ୍ତିର ବିସ୍ତାରକୁ ତ୍ୱରାନ୍ୱିତ କରିବା, Battery Energy Storage System (BESS) ପ୍ରକଳ୍ପକୁ ସମର୍ଥନ, ପବନ ଶକ୍ତି ପ୍ରକଳ୍ପର ବିକାଶ ଏବଂ ଉପଭୋକ୍ତାଙ୍କ ସହଭାଗିତା ବଢ଼ାଇବା ପାଇଁ Odisha Renewable Energy Policyରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନେଟ ମିଟରିଂ ଉପଭୋକ୍ତାଙ୍କ ପାଇଁ ପ୍ରତି ୟୁନିଟ ୫୦ ପଇସା ବିଦ୍ୟୁତ ଶୁଳ୍କ ଛାଡ଼ ଏବଂ ରାଜ୍ୟରେ କମିଶନ ହୋଇଥିବା ସ୍ୱତନ୍ତ୍ର BESS ପ୍ରକଳ୍ପ ପାଇଁ STU ଚାର୍ଜରେ ପ୍ରତି ୟୁନିଟ ୨୦ ପଇସା ଛାଡ଼ ବ୍ୟବସ୍ଥା ରହିଛି । ପବନ ଶକ୍ତି ପ୍ରକଳ୍ପ ବଣ୍ଟନରେ ପୂର୍ବରୁ ଥିବା ୫୦୦ MW ସୀମାକୁ ହଟାଇବା ଏବଂ ଆଗାମୀ କ୍ଷମତା ସୀମା ସରକାରୀ ନିର୍ଦ୍ଦେଶିକା ମାଧ୍ୟମରେ ଧାର୍ଯ୍ୟ କରିବାର ବ୍ୟବସ୍ଥା ହୋଇଛି । ଏହା ସହ ୨୫୦ MW ପର୍ଯ୍ୟନ୍ତ Wind Parks ପାଇଁ shared plug-and-play infrastructure ମାଧ୍ୟମରେ ପ୍ରକଳ୍ପ ବିକାଶକୁ ପ୍ରୋତ୍ସାହନ ଦିଆଯିବ ।

  • Related Posts

    ରାଜ୍ୟର ୪ଟି ସ୍ଥାନରେ ନୂଆ କଲେଜଖୋଲିବ ଓୟୁଏଟି

    ଭୁବନେଶ୍ୱର : ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଗଢ଼ା ଯାଇଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦିନକୁ ଦିନ କଳେବର ବୃଦ୍ଧି କରି ଚାଲିଛି । ଅଧିକରୁ ଅଧିକ ଚାଷୀଙ୍କୁ ସାହାଯ୍ୟ କରିବାକୁ ବ୍ଲୁ ପ୍ରିଣ୍ଟ୍…

    Continue reading
    ଓଡ଼ିଶାରେ ଗଢ଼ାଯିବ ସ୍ୱତନ୍ତ୍ର ଆଣ୍ଟି-ଟେରର ସ୍କ୍ୱାଡ୍‌

    ଭୁବନେଶ୍ୱର: ଏଣିକି ଅଦାଲତ, ବିମାନବନ୍ଦରରକୁ ବୋମାରେ ଉଡ଼େଇଦେବା ଧମକ ଶୁଣି ଆଉ ଡରିବନି ଓଡ଼ିଶା ପୁଲିସ । ସହରାଞ୍ଚଳରେ ଆତଙ୍କୀ ହମ୍‌ଲାକୁ ମୁକାବିଲା ପାଇଁ ଗଢ଼ାଯିବ ସ୍ୱତନ୍ତ୍ର ଆଣ୍ଟି-ଟେରର ସ୍କ୍ୱାଡ୍‌(ଏଟିଏସ୍‌) । ଓଡ଼ିଶାରେ ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆତଙ୍କବାଦୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ