ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନକଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ୨୦୨୪ ଏବଂ ୨୦୨୫ ବର୍ଷ ପାଇଁ ବିଶିଷ୍ଟ କଳାକାରମାନଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି।ସେହିପରି ଓଡ଼ିଶୀ ନୃତ୍ୟ ଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ ୨୦୨୪ ବର୍ଷ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି ।ତାଙ୍କ ବ୍ୟତୀତ ସମ୍ବଲପୁରୀ ଲୋକନୃତ୍ୟ ପାଇଁ ରଣଜୀତ କୁମାର ନାଗ୨୦୨୪ ମସିହା ପାଇଁ ନୃତ୍ୟ ବର୍ଗରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି । ମଞ୍ଚ ନାଟକ ବର୍ଗରେ ନିର୍ଦ୍ଦେଶନା ଲାଗି ସୁବୋଧ ପଟ୍ଟନାୟକଙ୍କୁ ୨୦୨୫ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦିଆଯାଇଛି ।ଆଜିର ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି କହିଛନ୍ତି, ଏହି ସମାରୋହରେ ସମ୍ମାନିତ କଳାକାରମାନେ ସାମୂହିକ ଭାବରେ ଭାରତର ଏକ ସାଂସ୍କୃତିକ ମାନଚିତ୍ର ଉପସ୍ଥାପନ କରୁଛନ୍ତି ।ଏଥିରେ ଦେଶର ମାଟି, ପାଣି ଓ ପବନର କାହାଣୀ ଏବଂ ସଙ୍ଗୀତ ଯୋଡ଼ି ହୋଇ ରହିଛି । କଳାକାରମାନେ ଉପସ୍ଥାପନ କରୁଥିବା ମାନଚିତ୍ରରେ ଭାରତର ବିବିଧ ପରମ୍ପରା ସମ୍ମିଳିତ ରହିଛି । ଏ ମାଟିର ନୃତ୍ୟ ଓ ଉତ୍ସବ ଏବଂ ଶହ ଶହ ବର୍ଷ ଧରି ଏଠାରେ ପ୍ରଚଳିତ ଭାଷା ଓ ଉପଭାଷାର ସ୍ମୃତି ପ୍ରତିଫଳିତ ହୋଇଛି ।ରାଷ୍ଟ୍ରପତି କହିଛନ୍ତି, ଭାରତର ସଂସ୍କୃତିର ଏକ ଗଭୀର ମୂଳଦୁଆ ରହିଛି । ଭିନ୍ନ ଭିନ୍ନ ଖାଦ୍ୟ, ପୋଷାକ, ନୃତ୍ୟ ଏବଂ ସଙ୍ଗୀତ ପ୍ରକୃତି ଦ୍ୱାରା ଅନୁପ୍ରାଣିତ। କଳାକାରମାନେ ସେମାନଙ୍କର ନୃତ୍ୟ ଓ ସଙ୍ଗୀତ ସୃଷ୍ଟି କରିବା ପାଇଁ ପକ୍ଷୀମାନଙ୍କର କଳରବ, ଝରଣା, ଗଛ, ପତ୍ର, ମେଘ ଓ ନଦୀ ଠାରୁ ପ୍ରେରଣା ପାଆନ୍ତି। ବିବିଧତା ଏବଂ ଏକତାର ଏହି ସଙ୍ଗମ ଆମ କଳାର ସବୁଠାରୁ ବଡ଼ ଶକ୍ତି ମଧ୍ୟରୁ ଅନ୍ୟତମ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି ।ରାଷ୍ଟ୍ରପତି କହିଛନ୍ତି,ଭାରତର ସମସ୍ତ ବିବିଧ କଳା ରୂପରେ ଗୁରୁ-ଶିଷ୍ୟ ପରମ୍ପରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆମର କଳା ପାଇଁ ଜ୍ଞାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେଉଛନ୍ତି ଜୀବନ୍ତ ଗୁରୁ। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମୟରେ, ଆମର ଅନେକ ଲୋକକଳା ବିଲୁପ୍ତପ୍ରାୟ ସ୍ଥିତିରେ ପହଞ୍ଚିଛନ୍ତି । ଏପରି କଳା ରୂପଗୁଡ଼ିକର ସାକ୍ଷ୍ୟଓ ପ୍ରମାଣ ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏଥିସହିତ ସେଗୁଡ଼ିକୁ ଜୀବିତ ରଖିବା ପାଇଁ ବିଶେଷ ପ୍ରୟାସ କରିବା ମଧ୍ୟ ଅତି ଆବଶ୍ୟକ । ସଙ୍ଗୀତ ନାଟକ ଏକାଡେମୀ ଏହି ଉଦ୍ଦେଶ୍ୟରେ “କଳା-ଦୀକ୍ଷା” କାର୍ଯ୍ୟକ୍ରମ ଆୟୋଜନ କରିବା ଖୁସିର ବିଷୟ। ବରିଷ୍ଠ କଳାକାରମାନେ ଆଗାମୀ ପିଢ଼ିକୁ ପ୍ରସ୍ତୁତ କରିବା ପାଇଁ ବ୍ୟବସ୍ଥିତ ପ୍ରୟାସ କରିବାକୁ ଶ୍ରୀମତୀ ମୁର୍ମୁଆହ୍ୱାନ କରିଛନ୍ତି ।

  • Related Posts

    ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ‘ସ୍ୱପ୍ନ, ସଂକଳ୍ପ ବଡ଼ ହେଲେ ସାମର୍ଥ ବି ବଡ଼ ହେବ’

    ନୂଆଦିଲ୍ଲୀ: ”ଆଜି ପ୍ରତିଟି ଘର ତ୍ରିରଙ୍ଗା । ପ୍ରତିଟି ମନ ତ୍ରିରଙ୍ଗା । ଦେଶ ନୂଆ ସଂକଳ୍ପର ସହ ଆଗକୁ ବଢୁଛି । ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଶୁଭିଲା । ଆଉ ଛୋଟ ସ୍ୱପ୍ନ ଦେଖିଲେ ଚଳିବନି…

    Continue reading
    ନଡ୍ଡା ଅସୁସ୍ଥ, ଏମ୍ସରେ ଭର୍ତ୍ତି

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ହଠାତ୍‌ ଅସହଜ ଅନୁଭବ କରିବାରୁ ତାଙ୍କୁ ତତ୍କାଳ ଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଛି। ଶ୍ରୀ ନଡ୍ଡା ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କ ହାର୍ଟର ଏଞ୍ଜିଓଗ୍ରାଫି କରାଯାଇଛି। ଏବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ