ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ‘ସ୍ୱପ୍ନ, ସଂକଳ୍ପ ବଡ଼ ହେଲେ ସାମର୍ଥ ବି ବଡ଼ ହେବ’

ନୂଆଦିଲ୍ଲୀ: ”ଆଜି ପ୍ରତିଟି ଘର ତ୍ରିରଙ୍ଗା । ପ୍ରତିଟି ମନ ତ୍ରିରଙ୍ଗା । ଦେଶ ନୂଆ ସଂକଳ୍ପର ସହ ଆଗକୁ ବଢୁଛି । ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଶୁଭିଲା । ଆଉ ଛୋଟ ସ୍ୱପ୍ନ ଦେଖିଲେ ଚଳିବନି । ବଡ଼ ସ୍ବପ୍ନ ଦେଖିବାକୁ ହେବ, ସଂକଳ୍ପ ଦୃଢ଼ ହେବା ଜରୁରୀ । ସଂକଳ୍ପ ବି ବଡ଼ ହେବା ଜରୁରୀ । ସ୍ବପ୍ନ, ସଂକଳ୍ପ ବଡ଼ ହେଲେ ସାମର୍ଥ ବି ବଡ଼ ହେବ । ଆଜି ଭାରତ ବି ବଡ଼ ସ୍ବପ୍ନ ଦେଖିଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ।” ୮୦ ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଲାଲକିଲ୍ଲାରୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ” ବିଶ୍ବର ଦୃଷ୍ଟିଭଙ୍ଗୀ ଆମ ପ୍ରତି ବଦଳିଛି, ଆମକୁ ସମ୍ମାନ ଦୃଷ୍ଟିରେ ଦେଖୁଛି । ୧୨ ବର୍ଷରେ ଦେଶ ଦ୍ରୁତ ଗତିରେ ବିକାଶ ଅଭିମୁଖେ ଅଗ୍ରସର ହେଉଛି । ସମର୍ପଣ ଭାବ ସହ ଦେଶ ଶୀର୍ଷକୁ ଛୁଉଁଛି । ୧୨ ବର୍ଷରେ ୨୫ କୋଟି ଗରିବୀରୁ ମୁକ୍ତି ପାଇଛନ୍ତି । ପ୍ରତିରକ୍ଷା ଉତ୍ପାଦନ ୪ ଗୁଣ ବୃଦ୍ଧି ପାଇଛି । ମେଟ୍ରୋର ବିସ୍ତାର କରିଛୁ, ପବ୍ଲିକ ଟ୍ରାନ୍ସପୋର୍ଟକୁ ଗୁରୁତ୍ବ ଦେଇଛୁ । ଏହା ପ୍ରମାଣିତ କରୁଛି, ଆମେ ଦ୍ରୁତ ଗତିରେ ଆଗକୁ ବଢୁଛୁ । ଆତ୍ମନିର୍ଭର ଭାରତ ହେବା ନିହାତୀ ଜରୁରୀ । ଶସ୍ତା ଓ ବିଦେଶୀ ସାମଗ୍ରୀ ଉପରେ ନିର୍ଭର କ୍ଷତିକାରକ । ଆଜି ଦେଶରେ ୩ ସେମି କଣ୍ଡକ୍ଚର ପ୍ଲାଣ୍ଟ ସକ୍ରିୟ ହୋଇଛି । ”

ଐତିହାସିକ ଲାଲକିଲ୍ଲାରୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ” ନାଗରିକ ଦେବ ଭବଃ ଆମ ମୂଳ ମନ୍ତ୍ର । ଗତ ୧୦-୧୨ ବର୍ଷ ମଧ୍ୟରେ ଆମେ ଅନେକ ବିପଦର ସମ୍ମୁଖୀନ ହୋଇଛୁ । କୋଭିଡ୍ରୁ ବାହାରିବା ପରେ ୟୁକ୍ରେନ ଓ ପଶ୍ଚିମ ଏସିଆ ଯୁଦ୍ଧ ହେଲା । କିଛି ଲୋକ ଦେଶରେ ଟିକା ଉପଲବ୍ଧ ହେବ ନାହିଁ କହିଥିଲେ । ପଶ୍ଚିମ ଏସିଆ ଯୁଦ୍ଧ ସମୟରେ ଦେଶବାସୀଙ୍କୁ ଭୟଭୀତ କରାଗଲା । ପେଟ୍ରୋଲ, ଡିଜେଲ, ସାର ଉପଲବ୍ଧ ହେବ ନାହିଁ ବୋଲି ଗୁଜବ ପ୍ରଚାର କରାଗଲା । କିଛି ଲୋକ ଦେଶରେ ଚିନ୍ତାର ବାତାବରଣ ସୃଷ୍ଟି କରି ଆନନ୍ଦ ପାଉଥିଲେ ।ଦେଶକୁ ବିଭ୍ରାନ୍ତ କରୁଥିବା ଶକ୍ତି ଠାରୁ ଦୂରେଇ ରୁହନ୍ତୁ । ନାରୀ ଓ ଯୁବଶକ୍ତି ଉପରେ ମୋର ସଂପୂର୍ଣ୍ଣ ଭରସା ଅଛି । ଆମ ସରକାରର ମୂଳ ମନ୍ତ୍ର ନାଗରିକ ଦେବ ଭବଃ । ବିଶ୍ବରେ ୟୁରିଆ ଦାମ୍ ବଢ଼ିଛି, କିନ୍ତୁ ଆମେ ଶସ୍ତାରେ ଯୋଗାଉଛୁ । ”

‘୧ କୋଟି ଯୁବକଙ୍କୁ AI ଟ୍ରେନିଂ ଦେବୁ’ : ଲାଲକିଲ୍ଲାରେ ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ବଡ଼ ଘୋଷଣା କରିଛନ୍ତି ।‘ଆଗାମୀ ୧ ବର୍ଷରେ ୧ କୋଟି ଯୁବକଙ୍କୁ AI ଟ୍ରେନିଂ ଦିଆଯିବ । ପରୀକ୍ଷା ପାଇଁ ଯୁବବର୍ଗଙ୍କୁ ମାଗଣା ଅନ୍ଲାଇନ୍ କୋଚିଂ ଦେବୁ । ଗରିବ ଛାତ୍ର ଯେପରି ଏହାର ସୁବିଧା ପାଇବେ । ଯୁବଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଲଗାଇବାକୁ ହେବ । ଭାରତର ବିକାଶ ଯାତ୍ରାରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହିଛି । ସବୁଠାରୁ ବଡ଼ ଲାଭାର୍ଥୀ ଯୁବପିଢ଼ି ହେବେ । କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ ପାଇଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନ ଆରମ୍ଭ କରିବୁ ବୋଲି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

‘ନକ୍ସଲ ମାନସିକତା ଅରାଜକତା ରୁଛନ୍ତି’- ଦେଶରେ ଅରାଜକତା ସୃଷ୍ଟି କରୁଥିବା ଲୋକଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ବର୍ଷରୁ ଦେଶ ନକ୍ସଲଙ୍କ ଦ୍ବାରା ରକ୍ତରଞ୍ଜିତ ହୋଇଥିଲା । ଆମେ ଜଙ୍ଗଲରୁ ନକ୍ସଲଙ୍କୁ ସମାପ୍ତ କରିଛୁ । କିନ୍ତୁ ଏବେ ବି ନକ୍ସଲ ମାନସିକତା ଥିବା ଲୋକେ ଅଛନ୍ତି । ସେମାନେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି । ଏଭଳି ମାନସିକତା ଥିବା ଲୋକଙ୍କୁ ଚିହ୍ନନ୍ତୁ । ଏଭଳି ଚିନ୍ତାଧାରାକୁ ସମାପ୍ତ କରିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

  • Related Posts

    ନଡ୍ଡା ଅସୁସ୍ଥ, ଏମ୍ସରେ ଭର୍ତ୍ତି

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ହଠାତ୍‌ ଅସହଜ ଅନୁଭବ କରିବାରୁ ତାଙ୍କୁ ତତ୍କାଳ ଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଛି। ଶ୍ରୀ ନଡ୍ଡା ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କ ହାର୍ଟର ଏଞ୍ଜିଓଗ୍ରାଫି କରାଯାଇଛି। ଏବେ…

    Continue reading
    ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ

    ଆସନ୍ତାକାଲି ଦେଶ ପାଳିବ ସ୍ୱାଧୀନତାର ୮୦ତମ ବର୍ଷ ପୂର୍ତ୍ତି। ଏଥିପାଇଁ ସବୁ ଆଡ଼େ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦିଲ୍ଲୀର ଲାଲକିଲାରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପୂରା ଦେଶ ଦେଖିବ ଭାରତର ପରାକ୍ରମ।ହେଲେ ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଦେଶର ରାଜଧାନୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ