ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାମପୁରହାଟ:ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ରାମପୁରହାଟରେ ରବିବାର ସକାଳେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ନିକଟସ୍ଥ ଦଳୀୟ କାର୍ଯ୍ୟାଳୟରୁ ଉଦ୍ଧାର କରାଯାଇଛି। ଘଟଣା ପରେ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଶିଷ ବାନାର୍ଜୀ ରାମପୁରହାଟ ବିଧାନସଭା ଆସନରୁ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମମତା ବାନାର୍ଜୀ ସରକାରରେ ସେ କୃଷି ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ବିଧାନସଭାର ଉପବାଚସ୍ପତି ଥିଲେ।୨୦୨୬ ବିଧାନସଭା ନିର୍ବାଚନରେ ରାମପୁରହାଟ ଆସନରେ ସେ ବିଜେପିର ଧ୍ରୁବ ସାହାଙ୍କ ନିକଟରୁ ପରାଜିତ ହୋଇଥିଲେ। ନିର୍ବାଚନ ପରେ ଜୁନ୍ ମାସରେ ସେ ବୀରଭୂମ ଜିଲ୍ଲା ତୃଣମୂଳ କଂଗ୍ରେସ କୋର୍ କମିଟିରୁ ଇସ୍ତଫା ଦେଇଥିଲେ। ତେବେ ଦଳର ସାଧାରଣ ସଦସ୍ୟ ଭାବେ ରହିବେ ବୋଲି ସେ କହିଥିଲେ।

ସ୍ଥାନୀୟ ଖବର ଅନୁଯାୟୀ, ଆଶିଷ ବାନାର୍ଜୀ ରାମପୁରହାଟର ହାଟତଲାପଡ଼ା ଅଞ୍ଚଳରେ ବାସ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଦଳୀୟ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟାରେ ଲୋକ ଓ ସମର୍ଥକଙ୍କ ଭିଡ଼ ଜମିଥିଲା।ଘଟଣାସ୍ଥଳରୁ ଏକ ହାତଲେଖା ଚିଠି ମିଳିଥିବା ନେଇ ପୁଲିସ ସୂଚନା ଦେଇଛି। ତେବେ ଚିଠିଟି ତାଙ୍କର କି ନୁହେଁ ଏବଂ ମୃତ୍ୟୁର ପ୍ରକୃତ କାରଣ କଣ, ସେନେଇ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ଘଟଣାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।ଆଶିଷ ବାନାର୍ଜୀଙ୍କ ଏଭଳି ମୃତ୍ୟୁ ଘଟଣା ପଶ୍ଚିମବଙ୍ଗର ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

  • Related Posts

    Gen Zଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା; ୧ କୋଟି ଯୁବପିଢିଙ୍କୁ AI ତାଲିମ

    ନୂଆଦିଲ୍ଲୀ: 80ତମ ସ୍ୱାଧୀନତା ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରରୁ ଦେଶକୁ ସମ୍ବୋଧିତ କରିଛନ୍ତି । ସେ ତାଙ୍କ ଭାଷଣରେ Gen-Zଙ୍କୁ ନେଇ ଅନେକ କଥା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର ଦେଶର ଯୁବପିଢ଼ିଙ୍କ ପାଇଁ ନିରନ୍ତର କାମ…

    Continue reading
    ସ୍ୱାଧୀନତା ଦିବସ ସମାରୋହରେ ରାହୁଲ ଏବଂ ଖଡଗେ ଅନୁପସ୍ଥିତ,ବିଜେପିର ଟାର୍ଗେଟ

    ନୂଆଦିଲ୍ଲୀ: ସ୍ବାଧିନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ରାଷ୍ଟ୍ର ଉଦେଶ୍ୟରେ ସମ୍ବୋଧିତ କରିଛନ୍ତି। ଲାଲକିଲ୍ଲାରେ ଅନୁଷ୍ଠିତ ଏହି ସମାରୋହରେ ସରକାରୀ ଏବଂ ବିରୋଧୀ ଦଳର ନେତାମାନେ ଯୋଗ ଦିଅନ୍ତି। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ