crops registration ଧାନ ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ଜିଲ୍ଲା କୃଷକ ସଂଘର ଦାବି

ଦେବଗଡ଼:ଧାନ ପଞ୍ଜିକରଣ ଅବଧି ବୃଦ୍ଧି ଓ ସଠିକ ସମୟରେ ଜମିର ଯାଞ୍ଚ କରିବା ପାଇଁ ଜିଲ୍ଲା କୃଷକ ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ଆଜି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଦାବି ପତ୍ର ପ୍ରଦାନବେଳେ ସଂଘର ସଭାପତି ପ୍ରମୋଦ ଝାଙ୍କର,ଆଇନପରାମର୍ଶଦାତା ବିଭୂତି ଗଙ୍ଗଦେବ,ଉପସଭାପତି ବିଜୟ ପ୍ରଧାନ,ସାଧରଣ ସଂପାଦକ ସୁରେଶ ଚନ୍ଦ୍ର ଦେହୁରୀ, ଅରୁଣ ସାହୁ, ବିନୋ‌ଦ ବିହାରୀ ନାୟକ, ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ସ‌ମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ,ପ୍ରଥମତଃ ୨୦୨୬-୨୭ରେ ଖରିଫ ଧାନ ପଞ୍ଜିକରଣ ଅବଧି ଚଳିତ ବର୍ଷ ଅଗଷ୍ଟ ୬ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏହାସହିତ ଏଗ୍ରିଷ୍ଟାକ ୭ ଦିନ ପର୍ଯ୍ୟନ୍ତ ପଞ୍ଜିକରଣ ପାଇଁ ସମସ୍ୟା ଦେଖାଦେଇଥିଲା। ୧୮ ଦିନରେ ମଧ୍ୟରେ ପଞ୍ଜିକରଣ କରିବା ସମ୍ଭବ ନୁହଁ। ବର୍ତ୍ତମାନ ଚାଷ କାର୍ଯ୍ୟ ଜାରି ରହିଛି। ଏହାସହିତ ବିଭିନ୍ନ ସମୟରେ ଇଣ୍ଟରନେଟ ସମସ୍ୟା ମଧ୍ୟ ଦେଖାଦେଉଛି। ସେଥିପାଇଁ ପଞ୍ଜିକରଣ ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ଏହାସହିତ ଚାଷୀ ପ୍ରକୃତରେ ଚାଷ କରୁଛି କି ନାହିଁ ତାହା ତଦନ୍ତ କରିବା ରାଜସ୍ବ ବିଭାଗ,କୃଷି ବିଭାଗ ଓ ସମବାୟ ବିଭାଗ ମିଳିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରନ୍ତି। ପରେ ଡିସେମ୍ବର ମାସ ଶେଷ ବେଳକୁ କେବଳ ସମବାୟ ବିଭାଗ ସେଟଲାଇଟ୍ ମାଧ୍ୟମରେ ପୁଣି ତଦନ୍ତ କରିଥାନ୍ତି। ଯାହା ଦ୍ବାରା ଚାଷୀ ଜମିରୁ ଧାନ ଫସଲ ଅମଳ କରି ସୋରିଷ, ମୁଗ ଓ ଅନ୍ୟାନ୍ୟ ଫସଲ କରିଥାନ୍ତି। ଫଳରେ ଅସଲ କିସମ ଧାନ ଅମଳ ହେଉଥିବା ବିଲର ଧାନ ଚାଷୀ ବିକ୍ରି କରି ପାରେନାହିଁ ଓ ଅଭାବ ବିକ୍ରିର ଶିକାର ହୋଇଥାନ୍ତି। ତେଣୁ ସମବାୟ ବିଭାଗର ସେଟଲାଇଟ୍ ସର୍ଭେ ଅକ୍ଟୋବର ଶେଷ ସୁଦ୍ଧା ଶେଷ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

  • Related Posts

    MV Ocean Winner ପାରାଦୀପ ଅଣାଯାଉଛି ୨ ଚାଇନିଜ୍ କ୍ରୁ ସଦସ୍ୟ

    ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ…

    Continue reading
    cm mohan majhi ଆଜି ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

    ବ୍ରହ୍ମପୁର:ଗୁରୁବାର ଗୋପାଳପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ