khelo india କଲା ପଞ୍ଚାୟତ ଡିଗ୍ରୀ କଲେଜରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ

ଦେବଗଡ଼:ବାରକୋଟ ବ୍ଲକର କଲା ପଞ୍ଚାୟତ ଡିଗ୍ରୀ କଲେଜରେ ଆଜି ପ୍ରଧାନମନ୍ତ୍ରୀଙ୍କ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ଶାନ୍ତନୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ମୂଖ୍ୟ ଅତିଥି,ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୋଇଦପାଲିର ତୀରନ୍ଦାଜୀ କୋଚ ଟିକିଲି ମହାକୁଳ,ଜାତୀୟ ସ୍ତରର ତୀରନ୍ଦାଜ ସ୍ମୁତିରେଖା କିଶାନ ଓ ନାମସି ମୁଣ୍ଡା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଜିଲ୍ଲା ଏନଏସଏସ ପ୍ରୋଗ୍ରାମ ଅଫିସର୍ ଅଧ୍ୟାପକ ଶେଖ୍ ନିଜ୍ଜ୍ଜମୁଦ୍ଦିଁନ ଅଲି ଓ ଦେବଗଡ଼ କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ବିକ୍ରମ କେଶରୀ ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।ଏହାପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତାର ସିଧା ପ୍ରସାରଣ ପ୍ରଦର୍ଶିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଏନଏସଏସ ପ୍ରୋଗ୍ରାମ ଅଫିସର୍ ଅଧ୍ୟାପକ ନବକୃଷ୍ଣ ବେହେରା, ଅଧ୍ୟାପିକା ସଂଘମିତ୍ରା ଦେହୁରୀ, ଅଧ୍ୟାପକ ସନ୍ଦୀପ୍ତ ପୁରୋହିତ, ସରୋଜ ବାରିକ୍,ମଦନ ପଲେଇ,ଭୁବନ ମହାନ୍ତ,ବୀରେନ୍ଦ୍ର ମାଝୀ,ଆଲୋକ ବେହେରା, ରିତୁନ ସାହୁ,ଧିରୋଜ ବାରିକ, ପ୍ରଶାନ୍ତ ପ୍ରଧାନ,ଅରୁଣ ଦଳବେହେରା,ପୀତବାସ ସାହୁ,ସଂଗୀତା ସାହୁ,ବିରେନ ପ୍ରଧାନ, ସଚିନ ସାହୁ, ଅଜିତ ମୁଖ୍ୟ ଉପସ୍ଥିତ ଥିଲେ।

  • Related Posts

    SUBHADRA MONEY ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

    ନୟାଗଡ଼: ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ ସୁଭଦ୍ରା ମଞ୍ଚରୁ ପଠାଇଲେ ଟଙ୍କା । ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା ।ଆଜି ମିଳିଛି ସୁଭଦ୍ରାର…

    Continue reading
    POLICE MEETING ଶନିବାର ରାଜ୍ୟ ପୁଲିସର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ

    ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ସମେତ ପୁଲିସ ଡିଜି-ଆଇଜି ସମ୍ମିଳନୀ-୨୦୨୫ରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକର ଅଗ୍ରଗତିର ସମୀକ୍ଷା ପାଇଁ ଆସନ୍ତା ଶନିବାର(୨୯ତାରିଖ) ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ