
ଦେବଗଡ଼:ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ଆଜି ସ୍ଥାନୀୟ ବାଳକ ପ୍ରାଥମିକ ବିଦ୍ୟାଳୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ.ଭାରତ ଭୂଷଣ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପରିକ୍ଷିତ ସାହୁ ମୁଖ୍ୟଅତିଥି, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ.ବିଜୟ ମହାରଣା, +୩ ମହିଳା କଲେଜର ଅଧ୍ୟକ୍ଷା ଡ. ତନ୍ମୟୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୋଗ ଦେଇ ଗଙ୍ଗାଧର ମେହେରଙ୍କ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ।ଅଧ୍ୟାପକ ଚିତ୍ତରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାର୍କଣ୍ଡେଶ୍ବର ଶତପଥି, ଡ.ରାମଚନ୍ଦ୍ର ମହାପାତ୍ର, ଗୌରହରି ଷଡଙ୍ଗୀ, ରୁବି ଦାଶ,ଜଗମୋହନ ସାହୁ, ଗୋବିନ୍ଦ ଚନ୍ଦ୍ର ସାହୁ,ପଦ୍ମିନୀଦାଶ ମହାପାତ୍ର, ଫକୀର ମୋହନ ଦେହୁରୀ, ସୁମିତ୍ରା ପୁରୋହିତ, କିଶୋର ଚନ୍ଦ୍ର ନନ୍ଦ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଦୈତାରୀ ପ୍ରସାଦ ଦ୍ବିବେଦୀ, ଯୁଧିଷ୍ଟିର ଦାଶ, ଉଦୟନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚିତ୍ତରଞ୍ଜନ ନାୟକ, ହିମାଂଶୁ ବିଶ୍ବାଳ, ସୁଧିର ଦାସ, ଭବାନୀକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




