
ସମ୍ବଲପୁର: ସମ୍ବଲପୁରର ବୁର୍ଲାରେ ଗୁଳିମାଡ଼। ଦୁୃର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ଅନିଶ କୁରେସୀଙ୍କର ମୃତ୍ୟୁ। ଦୁୃର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। କିର୍ବା ଛକରେ ତାଙ୍କୁ ଗୁଳି ମରା ଯାଇଛି। ସେ ପୂର୍ବରୁ ପିସି ବ୍ରିଜରେ ମାଂସ ଦୋକାନ କରିଥିଲେ।
ଅନିଶ୍ ଜମି କାରବାର କରୁଥିଲେ। ଏହା ହତ୍ୟାର କାରଣ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ। ମାଂସ ଦୋକାନ କର୍ମଚାରୀ ଗୁଳିମାନ କରିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି। କିଛି ଦିନ ପୂର୍ବରୁ ସମ୍ବଲପୁର ମହାନଗର ନିଗମ ଅନିଶ କୁରେସୀଙ୍କର ମାଂସ ଦୋକାନ ଭାଙ୍ଗି ଦେଇଥିଲା।




