
ପୋଲିସ ଭବନରେ ଚାଲିଛି ଡିଜିପି ଓ ଆଇଜିପି ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରୁଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ପୋଲିସ ଆଧୁନିକୀକରଣ ନେଇ ହେଉଛି ବିସ୍ତୃତ ଆଲୋଚନା। ଏହାସହ ପୂର୍ବରୁ ଅନୁଷ୍ଠିତ ପୋଲିସ ଡିଜି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ବିଭିନ୍ନ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହୋଇଛି, ସେନେଇ ମଧ୍ୟ ଚାଲିଛି ସମୀକ୍ଷା।
ରାଜ୍ୟରେ ଅପରାଧ ନିୟନ୍ତ୍ରଣକୁ ଆହୁରି ମଜବୁତ କରିବା, ପୋଲିସ ବ୍ୟବସ୍ଥାକୁ ଆଧୁନିକ କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଉଛି। ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି।




