‘ସେମିକନ୍ ଇଣ୍ଡିଆ ୨୦୨୬’ର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମି କନଭେନସନ୍ ସେଣ୍ଟରରେ ବହୁ ପ୍ରତିକ୍ଷୀତ ଏବଂ ପ୍ରମୁଖ କାର୍ଯ୍ୟକ୍ରମ ‘ସେମିକନ୍ ଇଣ୍ଡିଆ 2026’ ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଦେଶୀୟ ଏବଂ ବିଦେଶୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ ମଧ୍ୟ କରିଛନ୍ତି । ସେପ୍ଟେମ୍ବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ତିନିଦିନିଆ ସମ୍ମିଳନୀ ଏବଂ ପ୍ରଦର୍ଶନୀର ମୁଖ୍ୟ ଥିମ୍ ‘ସିଲିକନ୍ ରୁ ସିଷ୍ଟମ୍ ପର୍ଯ୍ୟନ୍ତ- ଇକୋ ସିଷ୍ଟମର ନିର୍ମାଣ’ ରହିଛି । ଏହି କାର୍ଯ୍ୟକ୍ରମରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳା ସହ ଜଡିତ ବିଶ୍ୱସ୍ତରୀୟ ଏବଂ ଭାରତୀୟ କମ୍ପାନୀ, ନୀତି ନିର୍ଦ୍ଧାରକ, ବିନିଯୋଗକାରୀ, ଗବେଷକ, ଷ୍ଟାର୍ଟଅପ୍ ଏବଂ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଛନ୍ତି ।
ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତରେ ସେମିକଣ୍ଡକ୍ଟର କ୍ଷେତ୍ରରେ ପାରସ୍ପରିକ ସହଯୋଗ, ବୃହତ ନିବେଶ, ନବସୃଜନ ଏବଂ ପ୍ରତିଭା ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା । ଏଥିରେ ସେମିକଣ୍ଡକ୍ଟର ସାମଗ୍ରୀ, ଉପକରଣ, ଚିପ୍ ଡିଜାଇନ୍ ଠାରୁ ଆରମ୍ଭ କରି ଉତ୍ପାଦନ, ଉନ୍ନତ ପ୍ୟାକେଜିଂ ଏବଂ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟକୁ ପ୍ରଦର୍ଶିତ କରାଯାଉଛି । ନୂତନ ‘ବାଲୁକାରୁ ସିଲିକନ୍ ଏବଂ ସିଷ୍ଟମ୍’ ଅଭିଜ୍ଞତା ଏହି ସମ୍ପୂର୍ଣ୍ଣ ଯାତ୍ରାକୁ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରୁଛି । ଏହି ସମ୍ମିଳନୀରେ ଡିସପ୍ଲେ ଶିକ୍ଷା ଓ ପ୍ରଗତି, ସହଯୋଗ, ବିଭିନ୍ନ ଦେଶର ଅଂଶଗ୍ରହଣକୁ ସହଜ କରିବା ପାଇଁ ୬ଟି କଣ୍ଟ୍ରି ରାଉଣ୍ଡଟେବଲ୍ ଏବଂ ମହିଳା ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ ଆୟୋଜିତ ହୋଇଛି ।

ଏହି ବୃହତ ପ୍ରଦର୍ଶନୀରେ ବିଶ୍ୱର ୫୨ଟି ଦେଶରୁ ୬୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ପ୍ରାୟ ୫୦,୦୦୦ ଆଗନ୍ତୁକ, ୪୦୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ ୧୫୦ରୁ ଅଧିକ ବିଶେଷଜ୍ଞ ବକ୍ତା ଭାବେ ଯୋଗଦେଇଛନ୍ତି । ପ୍ରଦର୍ଶନୀ ପରିସରରେ ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲାଣ୍ଡ, ସିଙ୍ଗାପୁର ଏବଂ ସ୍ୱିଡେନର ପ୍ରତିନିଧିତ୍ୱ କରୁଥିବା ୬ଟି କଣ୍ଟ୍ରି ପାଭିଲିୟନ୍, ୧୨ଟି ରାଜ୍ୟର ବୁଥ୍, ଏକ ସ୍ୱତନ୍ତ୍ର ଷ୍ଟାର୍ଟଅପ୍ ପାଭିଲିୟନ୍, ଇନୋଭେସନ୍ ଶୋକେସ୍ ଏବଂ ଛାତ୍ରମାନଙ୍କ ପାଇଁ ହାକାଥନ୍ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଭାରତକୁ ବିଶ୍ୱର ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍ ଭାବେ ପ୍ରତିଷ୍ଠା କରିବାରେ ସହାୟକ ହେବ ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ