ଶ୍ରୀଜଗନ୍ନାଥଙ୍କ ଜମିର ଆରଓଆର ସଂଶୋଧନ ପ୍ରସଙ୍ଗ, ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ପୁରୀ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିର ରେକର୍ଡ ଅଫ ରାଇଟ୍ସ (ଆରଓଆର) ସଂଶୋଧନ ପ୍ରକ୍ରିୟାରେ ଉପୁଜିଥିବା ଅନିୟମିତତା ଅଭି‌ଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି । ଏପରି ଜମିର ଆରଓଆର ବିବାଦର ଫଇସଲା ପାଇଁ ପୂର୍ବରୁ ସରକାରଙ୍କ ଦ୍ୱାରା ଗଠିତ ‘ସ୍ପେଶାଲ ରିଭିଜନାଲ କୋର୍ଟ’ ଏବେ ବି କାର୍ଯ୍ୟକ୍ଷମ ଅଛି କି ନାହିଁ ସେନେଇ ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି । ବର୍ତ୍ତମାନ ସୁଦ୍ଧା ସ୍ପେଶାଲ ରିଭିଜନାଲ କୋର୍ଟ କାର୍ଯ୍ୟକ୍ଷମ ଅଛି କି ନାହିଁ ସେ ନେଇ ସତ୍ୟପାଠ ମାଧ୍ୟମରେ ଦୁଇ ସପ୍ତାହ ଭିତରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ‌ଦେଇଛନ୍ତି ।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଖୋର୍ଦ୍ଧା ଜିଲ୍ଲା ଜଟଣୀର ‘ପୂର୍ବତନ ଏଖରାଜାତ ମହଲା ରୟତ ସୁରକ୍ଷା କମିଟି’ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୨୦ଟି ଗାଁର ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିର ଆରଓଆରରେ ଉଲ୍ଲେଖ ତଥ୍ୟରେ ସଂଶୋଧନ କାର୍ଯ୍ୟ ଶେଷ କରିଥିବା ବେଳେ ୩୬ଟି ଗାଁକୁ କାହିଁକି ବାଦ୍ ଦେଲେ ସେ ନେଇ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ପ୍ରଶ୍ନ ଉଠିଥିଲା ।ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ସରକାର ସ୍ୱତନ୍ତ୍ର ରିଭିଜନାଲ କୋର୍ଟ ପ୍ରତିଷ୍ଠା କରି କ୍ୟାମ୍ପ ଜରିଆରେ ବିବାଦର ବିଚାର/ ସମାଧାନ କରିବା ସହ ଅଧିକାଂଶ ତଥା ୧୨୦ଟି ଗାଁରେ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା ଜମିର ଆରଓଆରରେ ସଂଶୋଧନ ପ୍ରକ୍ରିୟା ଶେଷ କରିଛନ୍ତି । କିନ୍ତୁ ଅବଶିଷ୍ଟ ୩୬ଟି ଗାଁକୁ ଏହି ପ୍ରକ୍ରିୟାକୁ କଣ ପାଇଁ ବାଦ ଦିଆଯାଇଛି ତାହା ଅସ୍ପଷ୍ଟ ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା ଯେ, ‘ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫’ରେ ଥିବା ବ୍ୟବସ୍ଥା ଅନୁସାରେ ଅଭିଯୋଗର ସମାଧାନ ପାଇଁ ଏକ ଫୋରମ ରହିଛି । ଏହାର ସୁବିଧା ଜଣେ ପ୍ରଭାବିତ ନେଇ ପାରିବେ । ଯଦି ସେହି ଫୋରମ ପୂର୍ବରୁ ଉପଲବ୍ଧ ଥିଲା ତେବେ ସରକାରଙ୍କ ଦ୍ୱାରା ସ୍ପେଶାଲ ରିଭିଜନାଲ କୋର୍ଟ ଗଠନ କରିବାର କଣ ଆବଶ୍ୟକତା ଥିଲା ସେ ନେଇ ଶୁଣାଣି ବେଳେ ପ୍ରଶ୍ନ ଉଠିଥିଲା । ଏହାପରେ ହାଇକୋର୍ଟ ସ୍ପେଶାଲ ରିଭିଜନାଲ କୋର୍ଟ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ଅବଗତ କରିବାକୁ ସରକାରଙ୍କୁ କହିବା ସହିତ ମାମଲାର ପରବର୍ତ୍ତୀ ଅକ୍ଟୋବର ୧୪କୁ ଧାର୍ଯ୍ୟ କରିଛନ୍ତି ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ