କିଏ ଧରିବେ ବାଙ୍କୀ ବିଜେପି ମଙ୍ଗ ?

ବାଙ୍କୀରେ ଏବେ ବିଚିତ୍ର ରାଜନୀତିକ ସ୍ଥିତି ସୃଷ୍ଟିହୋଇଛି । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବିଜେଡ଼ିରୁ ନିଲମ୍ବିତ ହେବାପରେ ବାଙ୍କୀ ବିଜେଡ଼ିର ମଙ୍ଗ କିଏ ଧରିବେ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ବିଚାରବିମର୍ଷ ଜାରି ରହିଥିଲେବି ଦଳ କିନ୍ତୁ ନିଷ୍କର୍ସରେ ପହଁଚି ପାରିନାହିଁ । ସେପଟେ ବାଙ୍କୀ ବିଜେପିର ନୂଆ ମଙ୍ଗୁଆଳକୁ ନେଇ ବି ଛକାପଞ୍ଝା ଆରମ୍ଭ ହୋଇଯାଇଛି । କାହିଁକିନା ରାଜ୍ୟସଭା ନିର୍ବାଚନ ପରେ ଯେଉଁ କେତେକ ନିର୍ବାଚନମଣ୍ଡଳୀରେ ବିଜେପି ନେତାଙ୍କ ଅଙ୍କ ଗଡ଼ବଡ଼ ହୋଇଯାଇଛି ସେଥିମଧ୍ୟରୁ ବାଙ୍କୀ ଅନ୍ୟତମ ।

ବାଙ୍କୀରେ ଏବେ ଗଦାଗଦା ବିଜେପି ନେତା । ଆଜି ପର୍ଯ୍ୟନ୍ତ ବାଙ୍କୀରେ ବିଜେପି ଖାତା ଖୋଲିନଥିଲେବି ପୂର୍ବାପେକ୍ଷା ଶକ୍ତି ବଢ଼ିଚାଲିଛି । ଏମିତିବି ୧୯୯୦ରୁ ଏହା ଜନତା ଓ ବିଜେଡ଼ିର ଗଡ଼ରେ ରୂପାନ୍ତରିତ ହୋଇଛି । ଅବଶ୍ୟ ୨୦୦୪ରେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ବିଜୟ ରଥରେ ବ୍ରେକ୍‌ ଲଗାଇଥିଲେ । ବାଙ୍କୀରେ ଏଯାବତ୍‌ ପ୍ରଭାତ ତ୍ରିପାଠୀ ଚାରି ଥର ଓ ତାଙ୍କ ପୁଅ ଦେବୀରଞ୍ଜନ ଦୁଇଥର ଜିତି ସାରିଛନ୍ତି । ରାଜ୍ୟସଭା ନିର୍ବାଚନରେ ଦେବୀ କ୍ରସଭୋଟିଂ କରିଥିଲେ । ସେ ଏବେ ବିଜେପିକୁ ମୁହାଁଇଛନ୍ତି । ତାଙ୍କୁ ଟିକେଟ ଦେବାକୁ ଦଳ ବି ପ୍ରତିଶ୍ରୁତି ଦେଇଛି । ଏମିତିକି ପ୍ରଭାତ ତ୍ରିପାଠୀ ନିକଟରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ସହ ମିଶି ଦିଲ୍ଲୀରେ ଅମିତ୍‌ ଶାହଙ୍କ ଭେଟ ହୋଇଥିବା ଜାଣିବାକୁ ମିଳିଛି ।
ଅପରପକ୍ଷରେ ମୂଳ ବିଜେପି ନେତା ଚେକ୍‌ ଦେବାକୁ ରଣନୀତି କରୁଛନ୍ତି । ଏମିତିରେ ବାଙ୍କୀରେ ସବୁଥର ବିଜେପି ପ୍ରାର୍ଥୀ ବଦଳାଇବାର ନଜିର ରହିଛି । ୨୦୦୯ରେ ବାଙ୍କୀରୁ ଲଢ଼ିଥିଲେ ଶୁଭ୍ରାଂଶୁ ମୋହନ ପାଢ଼ୀ । ଏବେ ଦଳ ତାଙ୍କୁ କୃଷକ ମୋର୍ଚ୍ଚା ଦାୟିତ୍ୱ ଦେଇଛି । ତେବେ ୨୦୧୪ରେ ତାଙ୍କ ଟିକେଟ୍‌ କଟି ଯାଇଥିଲା । ଅଜୟ ସ୍ୱାଇଁ ବିଜେପି ଟିକେଟ ହାତେଇବାରେ ସଫଳ ହୋଇଥିଲେ । ୨୦୧୯ ବେଳକୁ ପୁଣି ବିଜେପି ରାଜନୀତି କଡ଼ ଲେଉଟାଇଥିଲା । ଶୁଭ୍ରାଂଶୁ ଦବଦବା ଜାହିର କରିବା ସହ ପୁଣି ଟିକେଟ ନେଇଥିଲେ । ସେଥର ଦଳର ଭୋଟ ପ୍ରଥମ ଥର ପାଇଁ ୩୨ ହଜାର ଟପି ଯାଇଥିଲା । ସେ ଆଶା ରଖିଥିଲେ ଚବିଶରେ ତାଙ୍କୁ ଟିକେଟ୍‌ ମିଳିବ । ହେଲେ ପୁଣି ବିଜେପି ଟିକେଟ୍‌ ବଦଳାଇ ଦେଇଥିଲା । ତୁଷାରକାନ୍ତ ଚକ୍ରବର୍ତ୍ତୀ ଟିକେଟ୍‌ ହାତେଇ ନେଇଥିଲେ । ୨୦୨୯ରେ ଟିକେଟ୍‌ ପାଇବାକୁ ଏହିସବୁ ନେତାମାନେ ଆଶାୟୀ ଥିଲେବି ଦେବୀରଞ୍ଜନ ଟିକେଟ୍‌ ରେସରେ ଆଗରେ ରହିଛନ୍ତି । ରାଜ୍ୟସଭା ନିର୍ବାଚନ ବେଳେ ତାଙ୍କୁ ମିଳିଥିବା ପ୍ରତିଶ୍ରୁତି ଦଳ ରଖିବ ବୋଲି ଜାଣିବାକୁ ମିଳିଛି । କେନ୍ଦ୍ରୀୟ ନେତୃତ୍ୱଙ୍କ ଠାରୁ ଦିଲ୍ଲୀପଙ୍କ ଜରିଆରେ ସେମାନେ ଏଭଳି ପ୍ରତିଶ୍ରୁତି ପାଇ ସାରିଛନ୍ତି ।

ଅପରପକ୍ଷରେ ଖୁବଶୀଘ୍ର ସଂତୃପ୍ତ ମିଶ୍ର ଏନେଇ ରଣନୀତି କରିବେ । ରାଜ୍ୟସଭା ସାଂସଦ ଥିବା ସଂତୃପ୍ତ ପୂର୍ବରୁ କଟକ ଲୋକସଭା ଆସନରୁ ବି ପ୍ରାର୍ଥୀ ଥିଲେ । ଏମିତିକି ୨୦୨୯ରେ ସେ ରାଜ୍ୟସଭା ସାଂସଦ ଥାଇ ପୁଣି ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି । କଟକରେ ଦଳର ସ୍ଥିତିକୁ ମଜବୁତ କରିବା ପାଇଁ ସଂତୃପ୍ତ ଅଣ୍ଟା ଭିଡ଼ିଥିବାବେଳେ ବାଙ୍କୀ ସ୍ଥିତି ପରଖିବାକୁ ବିଜେଡ଼ି ବି ସ୍ୱତନ୍ତ୍ର କମିଟି କରିଛି । ଏନେଇ ଗୁପ୍ତ ଆଲୋଚନା ଚାଲିଥିବାବେଳେ ପଞ୍ଚାୟତ ନିର୍ବାଚନ ପରେ ହିଁ କିଏ ମଙ୍ଗ ଧରିବେ ସେନେଇ ନିଷ୍ପତ୍ତି ହେବ । ଏବେ ଦଳ ପଞ୍ଚାୟତ ନିର୍ବାଚନରେ ଦବଦବା ଜାହିର କରିବାକୁ ପ୍ରୟାସ କରିବ । ଅପରପକ୍ଷରେ ବିଜେଡ଼ି ଓ ବିଜେପିରେ ବାଦିପାଲା ଓ ଶୀତଳଯୁଦ୍ଧ ଚାଲିଥିବାରୁ ଦେବାଶିଷ ପଟ୍ଟନାୟକଙ୍କ ଆତ୍ମବିଶ୍ୱାସ ବଢ଼ିଚାଲିଛି । ନିକଟରେ ସେ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଦେଇଛନ୍ତି । ବାଙ୍କୀରେ ତାଙ୍କର ୪୦ରୁ ୫୦ ହଜାର ଭୋଟ୍‌ ଥିବାରୁ ଆଗାମୀ ଦିନରେ ଉଭୟ ବିଜେଡ଼ି ଓ ବିଜେପି ଅସନ୍ତୁଷ୍ଟ କ୍ୟାମ୍ପ ତାଙ୍କୁ ଭୋଟ୍‌ ଦେବେବୋଲି ସେ ଆଶା ବାନ୍ଧିଛନ୍ତି ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ