ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, କଂଗ୍ରେସର ପ୍ରତିବାଦ, ବିଜେପିର ସେବା ସଂକଳ୍ପ ଅଭିଯାନ

ଭୁବନେଶ୍ୱର: ଗାନ୍ଧି ଜୟନ୍ତୀରୁ ରାଜ୍ୟ ରାଜନୀତି ଆହୁରି ସରଗରମ ହେବ । ସବୁ ଦଳ ମଇଦାନକୁ ଓହ୍ଲାଇବେ । ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ରଣନୀତି ସହ ଆସୁଛନ୍ତି । ଶାସକ ଦଳ ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିବ । ସେହିପରି ପଞ୍ଚାୟତ ରାଜନୀତିକୁ ତତାଇବ ସ୍ୱତନ୍ତ୍ର ଗ୍ରାମ ସଭା । ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା ।

ଶୁକ୍ରବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୨ ନମ୍ବର ୱାର୍ଡରୁ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ । ମାସେ ବ୍ୟାପୀ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଏହି ପଦଯାତ୍ରା ଚାଲିବ । ବିଜେଡି ପକ୍ଷରୁ କୁହାଯାଇଛି, ବିଜେପି ସରକାରଙ୍କ ୨୭ ମାସ ଶାସନର ବିଭିନ୍ନ ବିଫଳତା ନେଇ ଦଳ ଲୋକଙ୍କ ପାଖକୁ ଯିବ । ବିଭିନ୍ନ ନିର୍ବାଚନମଣ୍ଡଳୀର ନେତା ଏହାର ମଙ୍ଗ ଧରିବେ । ପଞ୍ଚାୟତ ଓ ପୌର ନିର୍ବାଚନ ଆସନ୍ତା ବର୍ଷ ଥିବାରୁ ଏହି ପଦଯାତ୍ରା ମାଧ୍ୟମରେ ବିଜେଡି ତା’ର ଅଭିଯାନ ଆରମ୍ଭ କରିବ।

ପୂର୍ବରୁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରୁ ସେବା ସଂକଳ୍ପ ଅଭିଯାନ ଜାରି ରହିଛି । ଗତ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରରୁ ନେଇ ସଫେଇ ଅଭିଯାନ ଚଳାଇଛି ବିଜେପି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପିରେ ସାଂଗଠନିକ ସକ୍ରିୟତା ବଢ଼ିଛି । ସମସ୍ତ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତରରେ ଏହି ଅଭିଯାନକୁ ଜୋରଦାର କରାଯାଇଛି ।

ଅନ୍ୟପଟେ ଗ୍ରାମସଭାଗୁଡ଼ିକୁ ଅଧିକ ସକ୍ରିୟ କରିବାକୁ ଅଣ୍ଟା ଭିଡ଼ିଛି ପଞ୍ଚାୟତିରାଜ ବିଭାଗ । ଗାନ୍ଧି ଜୟନ୍ତୀରେ ସମସ୍ତ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ । ଏହା ମାଧ୍ୟମରେ ଲୋକଙ୍କ ମତାମତ ଓ ଅଂଶଗ୍ରହଣକୁ ଆଧାର କରି ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ବିଭାଗ ଲକ୍ଷ୍ୟ ରଖିଛି । ଗ୍ରାମସଭାକୁ ନେଇ ଏବେ ଗାଁରେ ରାଜନୀତି ବି ତେଜିଛି । ସରପଞ୍ଚ ଏବଂ ୱାର୍ଡମେମ୍ବର ଏହାକୁ ନେଇ ସକ୍ରିୟ ହୋଇପଡ଼ିଛନ୍ତି । ଅନ୍ୟପଟେ ବିରୋଧୀ ଶିବିର ବି ଚଳଚଞ୍ଚଳ ହୋଇଛି । ଗ୍ରାମସଭାରେ ସବୁ ନିଜର ପତିଆରା ଓ ଦମ୍ ଦେଖାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମସଭାରୁ ଗାଁ ରାଜନୀତି ଆହୁରି ତେଜିବ ।
ଅପରପକ୍ଷରେ ଗାନ୍ଧି ଜୟନ୍ତୀରୁ କଂଗ୍ରେସ ଏବଂ ଇଣ୍ଡିଆ ବ୍ଲକ ସହଯୋଗୀ ଦଳଗୁଡ଼ିକ ମଇଦାନ କମ୍ପାଇବାକୁ ଯୋଜନା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ କଂଗ୍ରେସ, ବାମଦଳ ସମେତ ବିଭିନ୍ନ ଇଣ୍ଡିଆ ବ୍ଲକର ସହଯୋଗୀ ରାଜନୈତିକ ଦଳଗୁଡ଼ିକ ଗଣତନ୍ତ୍ର ବଞ୍ଚାଅ ଅଭିଯାନ ନାମରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବେ । ଶୁକ୍ରବାର ପ୍ରତି ଜିଲ୍ଲାରେ ମିଳିତ ବୈଠକ ସହ ସାମ୍ବାଦିକ ସମ୍ମିଳନୀ କରାଯିବ ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ