
ସାଲେପୁର: ସାଲେପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ବାଇକ୍ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୨ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ନାନ୍ଦୋଳଗଡା ନିକଟରେ। ।
ସୂଚନା ଅନୁସାରେ, କେନ୍ଦ୍ରାପଡା ରୁ କଟକ ଆଡକୁ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ସହ ବିପରୀତ ଦିଗ କେନ୍ଦ୍ରାପଡା ଆଡକୁ ଯାଉଥିବା ଏକ ବାଇକ ଧକ୍କା ହୋଇଛି । ଦୁର୍ଘଟଣାଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ବାଇକ ଅରୋହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଆଇ ଆର ସି ଭିଲେଜ ନୟାପଲ୍ଲୀ,ଭୁବେନେଶ୍ୱରର ହୋଇଥିବା ବେଳ ଅନ୍ୟ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ବସ୍ ଓ ବାଇକ୍ ଜବତ କରିଛି । ଦୁର୍ଘଟଣା ଘଟାଇଥିବା ବସ ଟି ସାଲେପୁର ଥାନାରେ ଅଟକ ଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।








