ରାହୁଲ ଗାନ୍ଧୀ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି

ଭୁବନେଶ୍ୱର: ଗଣତାନ୍ତ୍ରିକ ଉପାୟରେ କ୍ଷମତା ହାସଲ କରିବାରେ ଅସମର୍ଥ ହୋଇ ଲୋକସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀ, ତାଙ୍କ ଭଉଣୀ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଇଣ୍ଡି ମେଂଟର ସହଯୋଗୀ ଦଳଗୁଡିକ ଅରାଜକତା ସୃଷ୍ଟି କରୁଛନ୍ତି । ପଲିଟିକାଲ ରେଜିସଟାନ୍ସ ବା ‘ରାଜନୈତିକ ପ୍ରତିରୋଧ’ ଓ ‘ଗଣତନ୍ତ୍ର ବଂଚାଓ’ ଆବରଣ ତଳେ ଭାରତୀୟ ସମ୍ବିଧାନ, ଗଣତନ୍ତ୍ର ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ବିରୋଧରେ ଗଭୀର ଷଡ଼ଯନ୍ତ୍ର ରଚୁଛନ୍ତି। ଗତ ଅକ୍ଟୋବର ୧୦ ତାରିଖ ଦିନ ଦିଲ୍ଲୀରେ ପ୍ରତିବାଦ ସମୟରେ ଭାରତୀୟ କମ୍ୟୁନିଷ୍ଟ ଦଳ (ଏମ୍‌ଏଲ)ର ଛାତ୍ର ସଂଗଠନ ଏଆଇଏସଏର ଜାତୀୟ ସଭାପତି ନେହା ବୋରାଙ୍କ ଭଳି ଚରିତ୍ରଙ୍କୁ ସାମ୍ନାକୁ ଆଣି ରାହୁଲ ଗାନ୍ଧୀ ରଚୁଥିବା ଅରାଜକତା ଏବଂ ଷଡ଼ଯନ୍ତ୍ରକୁ ନିଜେ ପର୍ଦ୍ଦାଫାଶ କରିଛନ୍ତି । ନେହା ବୋରା ନିକଟରେ ବାଂଲାଦେଶର ‘ଜେନ୍‌-ଜି’ ଆନ୍ଦୋଳନକୁ ନିଜର “ଆଦର୍ଶ’ ବୋଲି ବର୍ଣ୍ଣନା କରିବା ସହ “ଲାଲ୍ ସାଲାମ୍‌’ ଜଣାଇଛନ୍ତି। ୨୦୨୪ ମସିହାରେ ବାଂଲାଦେଶରେ ଘଟିଥିବା ଘଟଣାବଳୀ ସମୟରେ ହିଂସା, ବ୍ୟାପକ ଅଶାନ୍ତି ଏବଂ ଅଳ୍ପ ସଂଖ୍ୟକ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ସାମ୍ନାକୁ ଆସିଥିଲା। ଯେଉଁଥିରେ ୧୪୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏଭଳି ଘଟଣାବଳୀ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ବୋଲି କହିବା ପୂର୍ବରୁ ଏହାର ପରିଣାମ ବିଷୟରେ ଗାମ୍ଭୀର୍ଯ୍ୟର ସହ ବିଚାର କରାଯିବା ଉଚିତ୍‌। ଭାରତ ଭଳି ବିଶାଳ ଗଣତାନ୍ତ୍ରିକ ଦେଶରେ ରାଜନୈତିକ ପରିବର୍ତନର ବାଟ ହିଂସାତ୍ମକ ସଂଘର୍ଷ ଏବଂ ବିଶୃଙ୍ଖଳା ଦେଇ ନୁହେଁ ବରଂ ସମ୍ବିଧାନ, ନିର୍ବାଚନ ଏବଂ ଜନସାଧାରଣଙ୍କ ଜନାଦେଶ ଦେଇ ଯାଇଥାଏ। ଏଭଳି ଏକ ରକ୍ତାକ୍ତ ଓ ଧ୍ୱଂସକାରୀ ମଡେଲକୁ ଗୌରବାନ୍ୱିତ କରୁଥିବା ବ୍ୟକ୍ତିବିଶେଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ରାହୁଲ ଗାନ୍ଧୀ କେଉଁ ରାଜନୈତିକ ବାର୍ତା ଦେବାକୁ ଚାହୁଁଛନ୍ତି ବୋଲି ରାଜ୍ୟ ସଂପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଆଇନଜୀବି ପ୍ରଶାନ୍ତ ଭୂଷଣ ନିଜ ‘ଟ୍ୱିଟର ସ୍ପେସ୍‌’ ଆଲୋଚନାରେ ‘ବିପ୍ଳବ ଓ ରକ୍ତପାତ’ ବିଷୟରେ ବକ୍ତବ୍ୟ ଦେବାର ମାତ୍ର ୨୪ ଘଂଟ।। ମଧ୍ୟରେ ରାହୁଲ ଗାନ୍ଧୀ ସେମାନଙ୍କ ସହ ମିଳିତ ପ୍ରେସ କନ୍ଫରେନ୍ସ କରିବା ଏକ ଗମ୍ଭୀର ଚିନ୍ତାଜନକ ବିଷୟ ଅଟେ। ନବରାତ୍ରୀ, ଦଶହରା ଓ ଦୀପାବଳି ଭଳି ପବିତ୍ର ପର୍ବପର୍ବାଣୀ ସମୟରେ ଦେଶରେ ଅସ୍ଥିରତା ଓ ଦଙ୍ଗା ଭଳି ପରିବେଶ ସୃଷ୍ଟି କରିବାକୁ ରାହୁଲ ଗାନ୍ଧୀ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ପ୍ରଚେଷ୍ଟା କରାଯାଉଛି। ଭାରତରେ ବାଂଲାଦେଶ-ଶୈଳୀ ଆନ୍ଦୋଳନର ଅନୁକରଣ କରିବାକୁ ଆହ୍ୱାନ କରିବା କ’ଣ ରାହୁଲ ଗାନ୍ଧୀଙ୍କ ଅରାଜକତା ମାନସିକତାର ସ୍ପଷ୍ଟ ପ୍ରମାଣ ନୁହେଁ? ଯେଉଁ କଂଗ୍ରେସ ନିଜକୁ ଗଣତନ୍ତ୍ରର ରକ୍ଷକ ବୋଲି ଦାବି କରେ, ସେ ନେହା ବୋରାଙ୍କ ଭଳି ବ୍ୟକ୍ତିଙ୍କ ସମର୍ଥନରେ ଛିଡ଼ା ହୋଇ ଭାରତ ପାଇଁ ଏକ ହିଂସାତ୍ମକ ମଡେଲ କାହିଁକି ବାଛୁଛି? “ବାଂଲାଦେଶ ମଡେଲ’ର ସମର୍ଥକମାନଙ୍କ ସହ ଛିଡ଼ା ହୋଇ, କଂଗ୍ରେସ ଦଳ କିପରି ଗ୍ୟାରେଂଟି ଦେଇପାରିବ ଯେ ସେମାନଙ୍କ ପ୍ରତିବାଦ ଶାନ୍ତିପୂର୍ଣ୍ଣ ରହିବ? ନେହା ବୋରାଙ୍କ ବକ୍ତବ୍ୟ, ‘କଙ୍କାଳ’ ଟି-ସାର୍ଟର ବିଶ୍ୱବ୍ୟାପୀ ପ୍ୟାଟର୍ନ ଏବଂ ରକ୍ତପାତ ପାଇଁ ପ୍ରଶାନ୍ତ ଭୂଷଣଙ୍କ ଆହ୍ୱାନ ଏସବୁ ଏକତ୍ରିତ ଭାବେ ଭାରତୀୟ ରାଷ୍ଟ୍ର ବିରୋଧରେ ବିଦ୍ରୋହ ସୃଷ୍ଟି କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଆଡ଼କୁ ଇଙ୍ଗିତ କରୁନାହିଁ କି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଭାରତର ଗଣତନ୍ତ୍ର ଜନସାଧାରଣଙ୍କ ବିଶ୍ୱାସ, ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ମଜବୁତି ଏବଂ ଶାନ୍ତିପୂର୍ଣ୍ଣ ରାଜନୈତିକ ପ୍ରତିଯୋଗିତା ଉପରେ ଆଧାରିତ। ଗଣତନ୍ତ୍ରରେ ସରକାରଙ୍କ ସମାଲୋଚନା ଏବଂ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ପ୍ରତିବାଦ ନାମରେ ହିଂସା କିମ୍ବା ସାମ୍ବିଧାନିକ ବ୍ୟବସ୍ଥାକୁ ଅସ୍ଥିର କରିବାର କୌଣସି ପ୍ରବୃତିକୁ ସମର୍ଥନ କରାଯାଇପାରିବ ନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ ସିଧାସଳଖ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।

  • Related Posts

    ABVPର ବିଜୟ ପରେ ଶାହାଙ୍କ ଅଭିନନ୍ଦନ

    ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର କର୍ମୀମାନଙ୍କୁ ସେମାନଙ୍କର ବଡ଼ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର (ଅକ୍ଟୋବର ୧୭) ସେ କହିଛନ୍ତି ଯେ, ସଂଗଠନର ଏହି…

    Continue reading
    ଛାତ୍ର ସଂସଦ ଭଳି ପଞ୍ଚାୟତ, ପୌର ଭୋଟରେ କ୍ଲିନ୍‌ସୁଇପ୍‌ କରିବୁ:ବିଜେପି

    ଭୁବନେଶ୍ୱର: ଗତ ବିଜେଡି ସରକାର ଅମଳରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା। ପୂର୍ବ ସରକାର ଛାତ୍ର ସମାଜ ଭିତରୁ ନେତୃତ୍ୱ ବିକାଶର ବାଟକୁ ବନ୍ଦକରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ କରିଥିଲେ। ଏନେଇ ବିଜେପି ୨୦୨୪…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି