ଆଇନଜୀବୀଙ୍କୁ ଅବକାରୀ ଅଧିକାରୀ ମାନଙ୍କ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ଦୃଢ କାର୍ଯ୍ୟାନୁଷ୍ଠାନ ଓ ଆଇନଜୀବୀଙ୍କୁ ସୁରକ୍ଷା ପାଇଁ ଜିଲ୍ଲା ଓକିଲ ସଂଘର ଦାବି

ଦେବଗଡ଼:ବାରକୋଟ ଥାନାର ଓକିଲ ତନୁଚନ୍ଦ୍ର ପାତ୍ରଙ୍କୁ ଅବକାରୀ ଅଧିକାରୀମାନଙ୍କ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଅସନ୍ତୋଷ ପ୍ରକାଶ ପାଇଛି।ଏଥିସହିତ ସମ୍ପୃକ୍ତ ଅବକାରୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟା‌ନ ଗ୍ରହଣ କରିବା ସହ କାର୍ଯ୍ୟରତ ଓକିଲମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଓକିଲ ଶ୍ରୀ ପାତ୍ରଙ୍କୁଆକ୍ରମଣ ଘଟଣାକୁ ନେଇ ଆଜି ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରମଥେଶ ଗୁରୁଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀ ପାତ୍ରଙ୍କୁ ଆକ୍ରମଣ ଅବକାରୀ ଅଧିକାରୀ ମାନଙ୍କ ସଂଘବଦ୍ଧ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରାଯାଇଥିଲା।ଏହାପରେ ଓକିଲ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଜିଲ୍ଲା ଅବକାରୀ ଅଧିକ୍ଷକ ବାସନ୍ତୀପ୍ରଭା ନାୟକଙ୍କୁ ସାକ୍ଷାତ କରି ଏ ଘଟଣାର ପ୍ରତିବାଦ କରିବାସହ ଆଇନଜୀବୀ ଶ୍ରୀ ପାତ୍ରଙ୍କୁ ଆକ୍ରମଣ କରିଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।ଏଥିସହିତ ସଂଘ ପକ୍ଷରୁ ଏ ଘଟଣାରେ ହସ୍ତକ୍ଷେପ କରିବାସହ କାର୍ଯ୍ୟରତ ଆଇନଜୀବୀ ମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଜିଲ୍ଲାପାଳ, ଏସପି,ଜିଲ୍ଲା ଓ ଦୌରାଜଜଙ୍କୁ ଲିଖିତ ଭାବେ ଜଣାଇଥିଲେ। କାର୍ଯ୍ୟରତ ଆଇନଜୀବି ମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରାନଗଲେ ଆସନ୍ତା ୨୮ରୁ ଅଦାଲତ କାର୍ଯ୍ୟରୁ ନିବୃତ ରହିବାକୁ ଲିଖିତ ଚେତାବନୀ ଦିଆଯାଇଛି।ସଂଘ ପକ୍ଷରୁ ରାଜ୍ୟ ଆଇନଜୀବି ପରିଷଦକୁ ମଧ୍ୟ ଏନେଇ ଲିଖିତ ଭାବେ ଅବଗତ କରାଯାଇଛି । ସୂଚନା ଅନୁଯାୟୀ,ଗତକାଲି ନିଜର ମହକିଲଙ୍କ ଠାରୁ ସୂଚନାପାଇ ଆଇନଜୀବୀ ଶ୍ରୀ ପାତ୍ର ବାରକୋଟ ସ୍ଥିତ ଅବକାରୀ କାର୍ଯ୍ୟାଳୟକୁ ଯାଇଥିଲେ।ସେଠାରେ ସେ ତାଙ୍କ ମହକିଲଙ୍କ ସହିତ କଥା ହେଉଥିବା ବେଳେ ଜଣେ ମହିଳା ଅଧିକାରୀଙ୍କ ୪ ଜଣ ଅବକାରୀ ଅଧିକାରୀ ତାଙ୍କୁ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆପେକ୍ଷ କରିଥିଲେ। ଶ୍ରୀ ପାତ୍ରଙ୍କୁ ସେମାନେ କାର୍ଯ୍ୟାଳୟ ଭିତରକୁ ଟାଣି ନେଇ ମାଡ ମାରିଥିଲେ।ଏନେଇ ଶ୍ରୀ ପାତ୍ର ଗତକାଲି ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ମାମଲା ଋଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।ଅନ୍ୟପକ୍ଷରେ ଅବକାରୀ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଆଇନଜୀବୀ ଶ୍ରୀ ପାତ୍ରଙ୍କ ବିରୋଧରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

  • Related Posts

    ଭୁବନେଶ୍ୱରରେ ଧରାପଡ଼ିଲା ହାଇଡ୍ରୋପୋନିକ୍ ଗଞ୍ଜେଇ

    ଭୁବନେଶ୍ୱର: ବ୍ୟାଙ୍କକ୍‌ରୁ ଆସୁଥିଲା ହାଇଡ୍ରୋପୋନିକ୍ ଗଞ୍ଜେଇ । ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଧରାପଡ଼ିଲା ନିଶାଦ୍ରବ୍ୟ ଚାଲାଣ। ୪ ଜଣ ଯାତ୍ରୀଙ୍କଠାରୁ ପ୍ରାୟ ୧.୮୫ କୋଟି ଟଙ୍କା ମୂଲ୍ୟର ୫.୨୯୧ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ଡିଆରଆଇ ଓ କଷ୍ଟମ୍ସ…

    Continue reading
    ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

    ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତତ୍କାଳ ପ୍ରଭାବରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି