
ଦେବଗଡ଼:ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଆଜି ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ୬୭ତମ ଓଡ଼ିଶା ପୁଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁଲିସ ବାହିନୀର ଅଭିବାଦନ ଗ୍ରହଣ କରିବା ସହ ଦେଶମାତୃକାର ସୁରକ୍ଷା ଓ ଜନସାଧାରଣଙ୍କ ସେବା କରିବା ସମୟରେ ପ୍ରାଣବଳି ଦେଇଥିବା ବୀର ଶହୀଦ ଯବାନମାନଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହାସହିତ ଏସ୍ପି ଶ୍ରୀ ମୁଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପାଠ କରିଥିଲେ।ଏହାପରେ ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦଙ୍କ ଉଦ୍ଦେଶ୍ୟରେ ଅମର ଜବାନ ସ୍ମୃତି ସମ୍ଭରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା।ଏହି ଅବସରରେ ଜିଲ୍ଲାର ରିଆମାଳ ବ୍ଲକର ପୁଡାଡିହି ଗ୍ରାମର ଶହୀଦ ସ୍ବର୍ଗତ କାର୍ତ୍ତିକେଶ୍ବର ମହାପାତ୍ର ଓ ବାରକୋଟ ବ୍ଲକର ଭାଟସିଂ ଗ୍ରାମର ଶହୀଦ ସ୍ବର୍ଗତ ଶାନ୍ତନୁ ଧଳଙ୍କ ପରିବାରଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।







