ଆଉ ୯ ସହରରେ ଗଡ଼ିବ ଆମ ବସ୍‌, ଜାଣନ୍ତୁ କେଉଁ ସହର ?

ଭୁବନେଶ୍ୱର, ୨୪ ।୧୦ : ୨୦୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, ୫୦୦ ବିଲିଅନ୍‌ ଡଲାର୍‌ ଅର୍ଥନୀତି ସହ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ । ବର୍ତ୍ତମାନ ଓଡ଼ିଶାର ସହରୀକରଣ ୧୭% ଥିବାବେଳେ ୨୦୩୬ ସୁଦ୍ଧା ଏହା ୪୦%କୁ ବୃଦ୍ଧି ହେବ । ଏଥିପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଓ ଆଧୁନିକ ସଂସ୍ଥାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଭୁବନେଶ୍ୱରଠାରେ ଆୟୋଜିତ ନାସନାଲ ଅର୍ବାନ୍‌ କନକ୍ଳେଭ-୨୦୨୬ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆଜି ପିଏମ ଇ-ବସ୍‌ ସେବା ଅଧିନରେ ୨୬ ଇ-ବସ୍‌ ସେବାର ଶୁଭାରମ୍ଭ କରାଯାଇଥିବା ବେଳେ ଏହା ଅଧିନରେ ଆହୁରି ୪ ଶହ ଇ-ବସ୍‌, ୧୦୦ ମିଡି ଓ ୫୦ଟି ମିନି ଇ-ବସ୍‌ ଯୋଡ଼ିହେବ । ବର୍ତ୍ତମାନ କ୍ରୁଟ୍‌ ଜରିଆରେ ୭ଟି ସହରରେ ଆମ ବସ୍‌ ସେବା ଯୋଗାଇ ଦିଆଯାଉଛି । ନୂଆ ଇ-ବସ୍‌ ଆସିବା ପରେ ଆଉ ୯ଟି ସହରରେ ଇ-ବସ୍‌ ସେବା ପ୍ରଦାନ କରାଯିବ । ଏହି ସହରଗୁଡିକ ହେଲା ବାରିପଦା, ଅନୁଗୋଳ, ଝାରସୁଗୁଡା, ବାଲେଶ୍ୱର, ଯାଜପୁର, ରାୟଗଡା, ଜୟପୁର, ଭଦ୍ରକ ଓ ବଲାଙ୍ଗୀର ସହରରେ ଇ-ବସ୍‌ ସେବା କାର୍ଯ୍ୟକାରୀ ହେବ ।
ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ‘ଚାଲିବାର ଅଧିକାର’ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସହରୀ ପରିବହନରେ ସୁରକ୍ଷିତ ଫୁଟପାଥ୍‌, କ୍ରସିଂ ଓ ପବ୍ଲିକ ସ୍ପେସ୍‌ ପ୍ଲାନିଂର ମୁଖ୍ୟ ଅଂଶ ଅଟେ । ରାଜ୍ୟର କ୍ରୁଟ୍‌ ନେଟୱାର୍କ ୨୦୧୮ରେ ୨ ଶହ ବସ୍‌ରୁ ଆରମ୍ଭ ହୋଇ ଆଜି ୭୭୦ ବସ୍‌ ସହ ୧୩୮ ରୁଟ୍‌ରେ ୭ ସହରକୁ ସଂଯୋଗ କରୁଛି । ଯେଉଁଥିରେ ଦୈନିକ ୩.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି । ଏହା ସହିତ ‘ଓଡ଼ିଶା ୟାତ୍ରୀ ଆପ୍‌’ ଜରିଆରେ ଡିଜିଟାଲ ଟିକେଟଙ୍ଗ୍‌ ସୁବିଧା ସହିତ ୯ ଲକ୍ଷରୁ ଉର୍ଦ୍ଧ୍ୱ ବସ୍‌ ଯାତ୍ରା ହୋଇଛି । ଯେଉଁଥିରେ ଚାଳକମାନେ ୧୨ କୋଟି ଟଙ୍କାର ରୋଜଗାର ପାଇଛନ୍ତି ।
ଏହି ଅବସରରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ, ନୀତି ଆୟୋଗର ସିଇଓ ଅନୁରାଗ ଜୈନ, କେନ୍ଦ୍ର ସରକାରଙ୍କ ସହରୀ ବିକାଶ ବିଭାଗ ସଚିବ ସତେନ୍ଦ୍ର ପାଲ ସିଂହ, କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ, ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଅଧିକାରୀ, ବିଶେଷଜ୍ଞ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

  • Related Posts

    ରାଜଧାନୀରେ ମଦ୍ୟପ ଚାଳକଙ୍କ ଆତଙ୍କ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା । ସିଆରପି ଛକରୁ ଏକାମ୍ର କାନନ ଯିବା ରାସ୍ତାରେ ଦୁର୍ଘଟଣା ଘଟାଇଲେ ଚାଳକ । ବଡ଼ି ଭୋରୁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଲୋକଙ୍କୁ ଧକ୍କା ଦେବା ପରେ ଡିଭାଇଡରରେ…

    Continue reading
    ଆର୍‌ବିଆଇର ନୂତନ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ନୂତନ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଅପରାହ୍ଣ ପ୍ରାୟ ୪ଟା ୧୦ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି