
ଭୁବନେଶ୍ୱର: ଦିନିକିଆ ଓଡ଼ିଆ ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ଦ୍ଧାରିତ ଗସ୍ତ ସୂଚୀ ଅନୁଯାୟୀ ଅପରାହ୍ଣ ୪ଟା ୧୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଓହ୍ଲାଇବା ପରେ ପିଏମ୍ ମୋଦୀ ସ୍ୱତନ୍ତ୍ର ହେଲିକପ୍ଟରରେ ଇନ୍ଫୋଭ୍ୟାଲି-୨ରେ ପହଞ୍ଚିଛନ୍ତି । ଇନ୍ଫୋଭ୍ୟାଲି ହେଲିପ୍ୟାଡ଼ରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସ୍ୱାଗତ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦଘାଟନ କରିବେ । ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନ ସାଇବର ସୁରକ୍ଷା ଏବଂ ଉଦ୍ୟୋଗ-ପ୍ରଯୁକ୍ତିବିଦ୍ୟା ତାଲିମ ସହିତ ଗବେଷଣା ଏବଂ କ୍ଷେତ୍ରସ୍ତରୀୟ ଦକ୍ଷତା ବିକାଶ ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥାଗତ ପ୍ଲାଟଫର୍ମ ପ୍ରଦାନ କରିବ । ଏହି ପ୍ରତିଷ୍ଠାନ କ୍ୱାଣ୍ଟମ୍ କମ୍ପ୍ୟୁଟିଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଅନ୍ୟାନ୍ୟ ଆଗଧାଡ଼ିର ପ୍ରଯୁକ୍ତିବିଦ୍ୟା ସମେତ ବିଏଫ୍ଏସ୍ଆଇ କ୍ଷେତ୍ର ସହିତ ପ୍ରାସଙ୍ଗିକ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ଧ୍ୟାନ ଦେବ । କାର୍ଯ୍ୟକ୍ରମ ସରିବା ପରେ ସନ୍ଧ୍ୟା ୫ଟା ୫୦ରେ କାର୍ଯ୍ୟକ୍ରମ ସ୍ଥଳରୁ ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ବାହାରିବ । ୬ଟା ୩୦ରେ ବିମାନ ବନ୍ଦରରେ ପହଞ୍ଚିବ । ସନ୍ଧ୍ୟା ୬ଟା୩୬ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ ।







