ନୂଆଦିଲ୍ଲୀ : ଦେଶରେ ଏବେ ଖୁବ୍ଶୀଘ୍ର ବିନା ତେଲ କିି ବ୍ୟାଟେରୀରେ ଗାଡି ଚାଲିବ। ଦିନକୁ ଦିନ ବଢ଼ୁ୍ଥିବା ପ୍ରଦୂଷଣ ରୋକି ବାକୁ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋିଛି ଯେଉଁଥିରେ ଇ-୮୫ ସହିତ ଇ-୧୦୦କୁ ବି ମଞ୍ଜୁରୀ ଦିଆଯାଇଛି । ଏବେ ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ର ମଞ୍ଜୁରୀ ଦେଇଛି । ‘କେନ୍ଦ୍ରୀୟ ମୋଟର ଯାନ ଆଇନ’ରେ ସଂଶୋଧନ କରାଯାଇଛି । ଅଶୋଧିତ ତୈଳ ଉପରୁ ନିର୍ଭରଶୀଳତା ହ୍ରାସ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ସବୁ ଗାଡ଼ିରେ ଇ-୧୦୦ ପଡ଼ି ପାରିବ ନାହିଁ । ଯେଉଁ ଗାଡ଼ି ଇ-୧୦୦ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବ, ସେଥିରେ ଏହି ଇନ୍ଧନ ପକେଇ ହେବ । ତେବେ କେତେକ କ୍ଷେତ୍ରରେ ଗାଡ଼ି ଖରାପ ହେଉଥିବା ଦାବି କରି ଦେଶରେ ଇଥାନଲ ମିଶୁଥିବା ଇନ୍ଧନକୁ ବିରୋଧ କରାଯାଉଥିବାବେଳେ ସରକାର ଇ-୧୦୦କୁ ମଞ୍ଜୁରୀ ଦେଇଛନ୍ତି । ଫଳରେ ଗାଡି ନିର୍ମାତା କମ୍ପାନୀଗୁଡିକୁ ଇ-୧୦୦ରେ ଚାଲିବା ଯୋଗ୍ୟ ଡିଜାଇନ୍ ଓ ପ୍ରସ୍ତୁତ କରାଯାଇଥିବା ତିଆରି ପାଇଁ ଅନୁମତି ମିଳିବ । ଏହା ସହିତ ନୂଆ ଗାଡ଼ିର ମୋଟ ଓଜନ ୩୦୦୦ରୁ ୩୫୦୦ କେଜିକୁ ବଢ଼ାଇ ଦିଆଯାଇଛି । ଇ-୨୦ ଇନ୍ଧନରେ ଚାଲିବା ପାଇଁ ଡିଜାଇନ୍ ହୋଇଥିବା ଗାଡ଼ି ସହିତ ପାରମ୍ପରିକ ପେଟ୍ରୋଲ୍ କାରଗୁଡ଼ିକୁ ଶତ ପ୍ରତିଶତ ଇଥାନଲ ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ । ତେବେ ବର୍ତ୍ତମାନର ଗାଡ଼ି ମାଲିକଙ୍କ ଉପରେ ଏହାର କୌଣସି ପ୍ରଭାବ ମଧ୍ୟ ପଡ଼ିବ ନାହିଁ । ସେମାନଙ୍କୁ ଗାଡ଼ିରେ କୌଣସି ପରିବର୍ତ୍ତନ କରିବାକୁ ଆବଶ୍ୟକ ପଡ଼ିବନି ।
କମଳା ଚୋପାରୁ ଡ୍ରେସ୍ !
ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାର ବିକାଶ ମଣିଷକୁ ଆନେକ ଆଶ୍ଚର୍ଯ୍ୟ କଲାଭଳି କାମ କରାଇପାରୁଛି । ନିକଟରେ ଆମେରିକାର ଏକ ଫ୍ୟାଶନ୍ ଶୋର ଆୟୋଜକମାନେ ପରିବେଶ ଅନୁକୂଳ ଓ ପ୍ରାଣୀଜ ଉପାଦାନର ବିକଳ୍ପ ସାମଗ୍ରୀରୁ ପୋଷାକ ପ୍ରସ୍ତୁତ ନିମନ୍ତେ ଡିଜାଇନରମାନଙ୍କୁ ଆହ୍ୱାନ…



