ନଭେମ୍ବର ୨ ରୁ ୨୧ ଯାଏ ମାଟ୍ରିକ ଫର୍ମପୂରଣ

କଟକ: ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ନିମନ୍ତେ ନଭେମ୍ବର ୨ରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରେଗୁଲାର ଏବଂ ଏକ୍ସରେଗୁଲାର ବର୍ଗର ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିପାରିବେ। କେବଳ ଅନଲାଇନ ମାଧ୍ୟମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବା ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଫର୍ମକୁ ପୂରଣ କରିବାକୁ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ପତ୍ରବିନିମୟ ପାଠ୍ୟକ୍ରମର ରେଗୁଲାର ଏବଂ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଫ୍‍ଲାଇନରେ ଫର୍ମପୂରଣ ହେବ। ଏହା ବୋର୍ଡର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟର ଉପ ସମ୍ପାଦକମାନେ କରିବେ। ଏନେଇ ସବିଶେଷ ତଥ୍ୟ ଓ ନିର୍ଦେଶାବଳୀ ବୋର୍ଡ ୱେବ୍‌ସାଇଟରେ ଜାରି କରାଯାଇଛି।
ଏଥର ମାଟ୍ରିକ ପରୀକ୍ଷାକୁ ସୂଚାରୁରୂପେ କରିବାକୁ ବୋର୍ଡ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଆସନ୍ତା ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚରେ ଏହି ପରୀକ୍ଷା କରାଯିବାର ଯୋଜନା ରହିଛି। ଫର୍ମପୂରଣ ସମୟରେ ଯେଭଳି କୌଣସି ତ୍ରୁଟି ନ ହେବ; ସେଥିନେଇ ସମସ୍ତ ପ୍ରଧାନଶିକ୍ଷକଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ପରୀକ୍ଷାର୍ଥୀଙ୍କ ନାମ, ଶ୍ରେଣୀ, ରୋଲ ନମ୍ବର ଭଳି ବିଭିନ୍ନ ତଥ୍ୟ କିଭଳି ଦାଖଲ ହେବ ତାହା ଦର୍ଶାଯାଇଛି। ଅନ୍ୟପକ୍ଷରେ ଗତ ୮ ତାରିଖ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସ୍‌ମେଣ୍ଟ ଓ ଅସ୍ପିରେସନାଲ ମାର୍କ ଅପଲୋଡ ପ୍ରକ୍ରିୟା ଜାରି ରହିଛି। ଏହା ଆସନ୍ତା ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ପ୍ରଧାନଶିକ୍ଷକମାନେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ବୋର୍ଡ ଦ୍ବାରା ପ୍ରଦତ୍ତ ଲିଙ୍କରେ ମାର୍କ ଅପଲୋଡ କରୁଥିବା ସୂଚନା ରହିଛି।

  • Related Posts

    ବାଘ ଛାଲ ଜବତ ଘଟଣାରେ ୭ ଜଣଙ୍କୁ ଗିରଫ କଲେ ବନ ବିଭାଗ

    ଭବାନୀପାଟଣା:ସୂଚନାଯୋଗ୍ୟ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ର କର୍ଲାପାଟ ଥାନା ଅନ୍ତର୍ଗତ ପାନଭଟା ଗାଁ ନିକଟରୁ ଗତ ୨୫ ତାରିଖ ଦିନ ୨ ଟି କଲରାପତରିଆ ବାଘ ଛାଲ ଏସଟିଏଫ ଏବଂ ବନ ବିଭାଗ ଦ୍ୱାରା ଜବତ ହୋଇଥିଲା। ଆଜି କଲରାପତରିଆ ବାଘ…

    Continue reading
    ଭୂସ୍ଖଳନରେ ଶିଶୁ ସମେତ ୩ ମୃତ, ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା

    ‘ଅର୍ଣ୍ଣବ’ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜନଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି