ଚାମେଲି ଓଝାଙ୍କ ଅନାସ୍ଥା ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ

👉ରିଟ୍ ପିଟିସନ ମଞ୍ଜୁର; ଅନାସ୍ଥା ପ୍ରକ୍ରିୟାର ବୈଧତାକୁ ନେଇ ଉଠିଲା ଆଇନଗତ ପ୍ରଶ୍ନ

କେନ୍ଦ୍ରାପଡ଼ା:୨୮।୧୦: ମହାକାଳପଡ଼ା ବ୍ଲକ୍‌ର ବହୁଚର୍ଚ୍ଚିତ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଅନାସ୍ଥା ପ୍ରସ୍ତାବ ମାମଲାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ଆଇନଗତ ମୋଡ଼। ଅନାସ୍ଥା ପ୍ରସ୍ତାବ ପାଇଁ ଜାରି ନୋଟିସ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ଚାମେଲି ଓଝା ଦାୟର କରିଥିବା ରିଟ୍ ପିଟିସନକୁ ଓଡ଼ିଶା ହାଇକୋର୍ଟ ମଞ୍ଜୁର କରିଛନ୍ତି। ୨୮ ଅକ୍ଟୋବର ୨୦୨୬ରେ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଏହି ରାୟ ପ୍ରଦାନ କରିଛନ୍ତି।
ହାଇକୋର୍ଟଙ୍କ ଏହି ରାୟ ତିଖିରୀ ପଞ୍ଚାୟତର ଅନାସ୍ଥା ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦରେ ନୂଆ ଅଧ୍ୟାୟ ଯୋଡ଼ିଛି।

👉କେଉଁ ପ୍ରସଙ୍ଗକୁ ନେଇ ଥିଲା ବିବାଦ?

୨୭ ଜୁଲାଇ ୨୦୨୬ରେ ଜାରି ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ୍ ଏବଂ ଏହାର ପରବର୍ତ୍ତୀ ପ୍ରକ୍ରିୟାକୁ ଚାମେଲି ଓଝା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ଅଭିଯୋଗ ଥିଲା, ନୋଟିସ୍ ସହିତ ଅନାସ୍ଥା ପ୍ରସ୍ତାବର ନକଲ ଓ ଆବଶ୍ୟକ ପ୍ରସ୍ତାବପତ୍ର ତାଙ୍କୁ ଦିଆଯାଇନଥିଲା। ଏଥିସହ ଆଇନ ଅନୁଯାୟୀ ୧୫ ଦିନର ସ୍ପଷ୍ଟ ନୋଟିସ୍ ଅବଧି ପାଳନ ହୋଇନଥିବା ନେଇ ସେ ଯୁକ୍ତି ରଖିଥିଲେ।
ଅନ୍ୟପକ୍ଷରେ, ପ୍ରଶାସନ ଓ ଅନାସ୍ଥା ପ୍ରସ୍ତାବ ସମର୍ଥକ ୱାର୍ଡ ସଭ୍ୟମାନଙ୍କ ପକ୍ଷରୁ ନୋଟିସ୍ ସହ ଆବଶ୍ୟକ କାଗଜପତ୍ର ପଠାଯାଇଥିବା ଏବଂ ଆଇନଗତ ପ୍ରକ୍ରିୟା ପାଳନ ହୋଇଥିବା ଯୁକ୍ତି ଦିଆଯାଇଥିଲା।
କାଗଜପତ୍ରର ପ୍ରମାଣକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱ
ମାମଲାର ବିଚାର ସମୟରେ ନୋଟିସ୍ ସହ ଅନାସ୍ଥା ପ୍ରସ୍ତାବ ଓ ଆବଶ୍ୟକ କାଗଜପତ୍ର ପଠାଯାଇଥିଲା କି ନାହିଁ, ତାହା ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଥିଲା। ପ୍ରଶାସନ ପକ୍ଷରୁ ଡାକ ପାର୍ସଲର ଓଜନ ଓ ବୁକିଂ ରସିଦ୍‌କୁ ଆଧାର କରାଯାଇଥିଲା। କିନ୍ତୁ କେବଳ ଲଫାପାର ଓଜନରୁ ଏହା ଭିତରେ ସମସ୍ତ ଆବଶ୍ୟକ କାଗଜପତ୍ର ଥିଲା ବୋଲି ନିଶ୍ଚିତ ନିଷ୍କର୍ଷରେ ପହଞ୍ଚିବା ପ୍ରସଙ୍ଗକୁ ହାଇକୋର୍ଟ ବିଚାର କରିଛନ୍ତି।
ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ, ୧୯୬୪ର ଧାରା ୨୪(୨)(ଗ) ଅନୁଯାୟୀ, ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ୍ ସହ ପ୍ରସ୍ତାବପତ୍ର ଓ ରିକ୍ୱିଜିସନ୍‌ର ନକଲ ଦେବା ଏକ ଆବଶ୍ୟକୀୟ ଆଇନଗତ ସର୍ତ୍ତ। ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ରାୟରେ ସ୍ପଷ୍ଟ କରାଯାଇଛି।
ରିଟ୍ ପିଟିସନ ମଞ୍ଜୁର, ଆଇନରେ ସଂଶୋଧନ ପାଇଁ ପରାମର୍ଶ
ହାଇକୋର୍ଟ ଚାମେଲି ଓଝାଙ୍କ ରିଟ୍ ପିଟିସନକୁ ମଞ୍ଜୁର କରି ମାମଲାର ନିଷ୍ପତ୍ତି କରିଛନ୍ତି। ଏଥିସହ ନୋଟିସ୍ ଓ ତାହା ସହିତ ଥିବା ଆବଶ୍ୟକ କାଗଜପତ୍ର କିପରି ପଠାଯିବ, ତାହାର ବିତରଣକୁ କିପରି ପ୍ରମାଣିତ କରାଯିବ ଏବଂ ଆଇନରେ ଥିବା ୧୫ ଦିନର ନୋଟିସ୍ ଅବଧିକୁ କିପରି ସୁନିଶ୍ଚିତ କରାଯିବ, ସେ ନେଇ ରାଜ୍ୟ ସରକାର ଆବଶ୍ୟକ ହେଲେ ଆଇନରେ ସଂଶୋଧନ ବିଚାର କରିବା ଉଚିତ ବୋଲି ମତ ଦେଇଛନ୍ତି।

କେନ୍ଦ୍ରାପଡ଼ାରୁ ଉତ୍କଳ କେଶରୀ ପାହାଡସିଂ

  • Related Posts

    ଭିଜିଲାନ୍ସ ପଞ୍ଝାରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

    କଟକ : ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରା ପଡ଼ିଲେ କଟକ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା । ଜୁଲାଇରୁ ସେପ୍ଟେମ୍ଵର ମାସ ମଧ୍ୟରେ ବୃକ୍ଷରୋପଣ ସମ୍ପର୍କିତ ବିଲ୍ ପାସ୍…

    Continue reading
    ମାଲାଗୁଡ଼ାରେ କଲଭର୍ଟ ଧୋଇଗଲା, ଯୋଗାଯୋଗ ବିଚ୍ଛିନ୍ନ; କ୍ଷୟକ୍ଷତି ଅନୁଧ୍ୟାନ କଲେ ସାଂସଦ ପ୍ରତିନିଧି

    ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲାର ରାଇକିଆ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଯୋଗୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ