ଭୁବନେଶ୍ଵର: ଆସନ୍ତାକାଲି ‘ପିଏମ୍-କିଷାନ ଉତ୍ସବ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍-କିଷାନ ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି ଯୋଜନାରେ ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ ହେବେ। ଓଡ଼ିଶାରେ ଏହି ଅବସରରେ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହେବ। ଭୁବନେଶ୍ୱର ସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନରେ ସକାଳ ୯ଟାରୁ ଏହି କାର୍ୟ୍ୟକ୍ରମ ଆରମ୍ଭ ହେବ। ରାଜ୍ୟର ମୋଟ ୩୫,୩୯,୨୯୭ ଜଣ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୭୦୭ କୋଟି ୮୫ ଲକ୍ଷ ୯୪ ହଜାର ଟଙ୍କା ସିଧାସଳଖ ପଠାଯିବ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିବେ।
ବାଘ ଛାଲ ଜବତ ଘଟଣାରେ ୭ ଜଣଙ୍କୁ ଗିରଫ କଲେ ବନ ବିଭାଗ
ଭବାନୀପାଟଣା:ସୂଚନାଯୋଗ୍ୟ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ର କର୍ଲାପାଟ ଥାନା ଅନ୍ତର୍ଗତ ପାନଭଟା ଗାଁ ନିକଟରୁ ଗତ ୨୫ ତାରିଖ ଦିନ ୨ ଟି କଲରାପତରିଆ ବାଘ ଛାଲ ଏସଟିଏଫ ଏବଂ ବନ ବିଭାଗ ଦ୍ୱାରା ଜବତ ହୋଇଥିଲା। ଆଜି କଲରାପତରିଆ ବାଘ…



