ନୂଆଦିଲ୍ଲୀ: ଭାରତରେ ୨୦୨୭ ଜାନୁଆରି ୨୫ରୁ ଫେବ୍ରୁଆରି ୨୮ ପର୍ୟ୍ୟନ୍ତ ଜନଗଣନା କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଜନଗଣନାରେ ଲୋକଙ୍କ ସୁବିଧା ପାଇଁ ପ୍ରଥମ ଥର ଭଳି ନିଜେ ତଥ୍ୟ ଦାଖଲ କରିବାର ବିକଳ୍ପ ରଖାଯାଇଛି। ଏଥିପାଇଁ ଜାନୁଆରି ୧୦ରୁ ୨୪ ତାରିଖ ଯାଏଁ ସମୟ ଦିଆଯାଇଛି। ଏହି ସମୟରେ ଲୋକମାନେ ନିଜ ପରିବାର ଓ ବାସସ୍ଥାନ ସମ୍ପର୍କିତ ଆବଶ୍ୟକ ତଥ୍ୟ ନିଜେ ପୂରଣ କରିପାରିବେ। ତେବେ ଏହା ବାଧ୍ୟତାମୂଳକ ନୁହେଁ। ମୁଖ୍ୟ ଜନଗଣନା ଶେଷ ହେବା ପରେ ମାର୍ଚ୍ଚ ୧ରୁ ୫ ତାରିଖ ପର୍ୟ୍ୟନ୍ତ ପୁନଃଯାଞ୍ଚ ପର୍ୟ୍ୟାୟ ଅନୁଷ୍ଠିତ ହେବ। ଏହି ସମୟରେ ପୂର୍ବରୁ ସଂଗ୍ରହ କରାଯାଇଥିବା ତଥ୍ୟର ଯାଞ୍ଚ ଓ ଆବଶ୍ୟକ ସଂଶୋଧନ କରାଯିବ। ମାର୍ଚ୍ଚ ୧ ତାରିଖ ରାତି ୧୨ଟାର ସ୍ଥିତି ଅନୁଯାୟୀ ଜନସଂଖ୍ୟା ସମ୍ପର୍କିତ ତଥ୍ୟ ରେକର୍ଡ କରାଯିବ। ସରକାରୀ ବିଜ୍ଞପ୍ତିରେ ଏହି ସମୟସୂଚୀ ସ୍ପଷ୍ଟ କରାଯାଇଛି।
ଗୃହ ମନ୍ତ୍ରଣାଳୟର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ମଣିପୁର, ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଏହି ସମୟରେ ଜନଗଣନା ହେବ ନାହିଁ। ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ଥିବାରୁ ଜନଗଣନା କାର୍ୟ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ନିର୍ବାଚନ ଆଚରଣ ବିଧିର ଅବଧି ଶେଷ ହେବା ପରେ ସେଠାରେ ଜନଗଣନା କରାଯିବ। ଜନଗଣନା ଦେଶର ଜନସଂଖ୍ୟା, ସାମାଜିକ ଓ ଆର୍ଥିକ ସ୍ଥିତି ସମ୍ପର୍କିତ ତଥ୍ୟ ସଂଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା।
ନଭେମ୍ବର ୧ ରୁ ବାର୍ଷିକ ଟୋଲ୍ ପାସ୍
ଭୁବନେଶ୍ୱର: କେନ୍ଦ୍ର ସରକାର ଜାତୀୟ ରାଜପଥ ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧିରେ ରହୁଥିବା ବାସିନ୍ଦାଙ୍କ ପାଇଁ ନଭେମ୍ବର ୧ ରୁ ବାର୍ଷିକ ଟୋଲ୍ ପାସ୍ ଘୋଷଣା କରିଛନ୍ତି । ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ବାସିନ୍ଦାମାନେ…


