ଏପ୍ରିଲରେ ପଞ୍ଚାୟତ, ମେ’ରେ ପୌର ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ବର୍ଷ ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ହେବ । ମେ ମାସରେ ପୌର ନିର୍ବାଚନ ପାଇଁ ଲକ୍ଷ୍ୟ ଅଛି । ଆସନ୍ତା ଜାନୁୟାରୀ ୧ ତାରିଖରେ ଚିଠା ଭୋଟର ତାଲିକା ବାହାରିବ । ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ବାହାର କରିବାକୁ ପ୍ରସ୍ତୁତି କରୁଛୁ । ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ ଆଗାମୀ ନିର୍ବାଚନକୁ ନେଇ ଏଭଳି ସୂଚନା ଦେଇଛନ୍ତି ।

ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି, ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ତିଆରି ପାଇଁ ଘରକୁ ଘର ସର୍ଭେ ଚାଲିଛି । ଆସନ୍ତା ନଭେମ୍ବର ୭ ତାରିଖ ଯାଏ ଏହି ଅଭିଯାନ ଚାଲିବ । ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ସର୍ଭେ ହେଉଛି । ଏସଆଇଆର ସହ ଏହାର କୌଣସି ସମ୍ପର୍କ ନାହିଁ । ଗୋଟିଏ ପରିବାରର ସବୁ ଭୋଟର୍ ଯେଭଳି ଗୋଟିଏ ବୁଥ୍ରେ ଭୋଟ୍ ଦେଇପାରିବେ, ସେଥିପାଇଁ ସ୍ୱତନ୍ତ୍ର ଅଭିଯାନ ଚାଲିଛି । ବିଭିନ୍ନ ସମୟରେ ଦେଖାଯାଉଛି, ଗୋଟିଏ ପରିବାରର ୩ଜଣ ସଦସ୍ୟ ଭିନ୍ନ ଭିନ୍ନ ବୁଥ୍ରେ ଭୋଟ୍ ଦେଉଛନ୍ତି । ଏହା ସେମାନଙ୍କ ପାଇଁ ସମସ୍ୟା ପାଲଟୁଛି । ସମସ୍ୟା ଖୋଜି ଏହାକୁ ଏଡ଼ାଇବାକୁ ପଦକ୍ଷେପ ନେଉଛୁ । ଗ୍ରାମାଞ୍ଚଳରେ ଚାଲିଥିବା ଏହି ସର୍ଭେରେ କୌଣସି ସମସ୍ୟା ହେଉନି । କିନ୍ତୁ ସହର ଓ ବିଶେଷ କରି ଆପାର୍ଟମେଣ୍ଟରେ ତଥ୍ୟ ମିଳିବାରେ ସମସ୍ୟା ହେଉଛି । କିଛି ସ୍ଥାନରେ ଭୋଟରମାନେ ସର୍ଭେ ଟିମ୍‌କୁ ସହଯୋଗ କରୁନଥିବା ଶ୍ରୀ ପାଢ଼ୀ କହିଛନ୍ତି । ବାତ୍ୟା ଓ ବନ୍ୟା ସ୍ଥିତି ପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସର୍ଭେ ପ୍ରଭାବିତ ହୋଇଛି । ନିର୍ଦ୍ଧାରିତ ସମୟରେ ସର୍ଭେ ସମ୍ପୂର୍ଣ୍ଣ କରିବାରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

  • Related Posts

    ‘ଅର୍ଣ୍ଣବ’ ପ୍ରଭାବିତ ୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି

    ଭୁବନେଶ୍ୱର: ସାମ୍ପ୍ରତିକ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସାଧାରଣ ଜନଜୀବନ ବ୍ୟାହତ ହେବା ସହ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ଚାଲୁ ରହିଥିବା ଘରକୁ ଘର (Door-to-Door) ସର୍ଭେ କାର୍ଯ୍ୟ ପ୍ରଭାବିତ…

    Continue reading
    ଦେଶ ଓ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ରାହୁଲ ଗାନ୍ଧୀ : ଡ.ସୁଧାଂଶୁ ତ୍ରିବେଦୀ

    ଭୁବନେଶ୍ୱର: ବିଶ୍ୱର ପ୍ରମୁଖ ବିକଶିତ ରାଷ୍ଟ୍ରଗୁଡିକ ଆଜି ଘୋର ଆର୍ଥିକ ଦୁର୍ଗତି, ସାମାଜିକ ବିଶୃଙ୍ଖଳା ଓ ରାଜନୈତିକ ଅସ୍ଥିରତା ଭଳି ସମସ୍ୟା ଘେରରେ ଛନ୍ଦି ହୋଇପଡିଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଆର୍ôଥକ, ସାମାଜିକ ପ୍ରଗତି ଓ ଗରିବକଲ୍ୟାଣ କାର୍ଯ୍ୟକ୍ରମଗୁଡିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି