
ସମ୍ବଲପୁର: ଆଗାମୀ ଜାନୁଆରୀ ୨୦୨୭ରୁ ପୁର୍ବତଟ ରେଳପଥ ଅନ୍ତର୍ଗତ ବିଭିନ୍ନ ଟ୍ରେନ ଗୁଡିକର ନମ୍ୱର ଓଶ୍ରେଣୀରେ ପରିବର୍ତ୍ତନ କରାଯିବ । ସୁପରଫାଷ୍ଟ ଶ୍ରେଣୀରୁ ମେଲ୍/ଏକ୍ସପ୍ରେସ୍ ଶ୍ରେଣୀକୁ ପରିବର୍ତ୍ତନ କରାଯାଉଛି ବୋଲି ରେଳବାଇ ପକ୍ଷରୁ ସୁଚନା ଦିଆଯାଇଛି । ଏହି କ୍ରମରେ ଟ୍ରେନ ନମ୍ୱର ୨୨୮୬୧ ହାୱଡ଼ା–କଌକ୍ଷଗ୍ଧ;ାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍ର ନୂତନ ନମ୍ୱର ୧୮୦୭୩ ସହ ଚଳାଚଳ କରିବ ଏବଂ ଟ୍ରେନ୍ ନମ୍ୱର ୨୨୮୬୨ କଌକ୍ଷଗ୍ଧ;ାବାଞ୍ଜି–ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍ର ନୂତନ ନମ୍ୱର ୧୮୦୭୪ ହେବ । ଏହି ପରିବର୍ତ୍ତନ ୧ ଜାନୁଆରୀ ୨୦୨୭ରୁ ଲାଗୁ ହେବ । ସେହିପରି, ଟ୍ରେନ ନମ୍ୱର ୧୨୮୭୧ ହାୱଡ଼ା–ଜୁନାଗଡ଼ ରୋଡ ଇସ୍ପାତ ଏକ୍ସପ୍ରେସ୍ର ନୂତନ ନମ୍ୱର ୧୮୦୭୧ ହେବ ଏବଂ ଏହା ୨ ଜାନୁଆରୀ ୨୦୨୭ରୁ କାର୍ଯ୍ୟକାରୀ ହେବ । ଅନ୍ୟ ପକ୍ଷରେ, ଟ୍ରେନ ନମ୍ୱର ୧୨୮୭୨ ଜୁନାଗଡ଼ ରୋଡ୍–ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍ର ନୂତନ ନମ୍ୱର ୧୮୦୭୨ ହେବ ଏବଂ ଏହା ୩ ଜାନୁଆରୀ ୩ ୨୦୨୭ରୁ
ଲାଗୁ ହେବ । ଟ୍ରେନ୍ ନମ୍ୱର ୨୨୬୪୩ ଏର୍ଣ୍ଣାକୁଲମ–ପାଟନା ଏକ୍ସପ୍ରେସର ନୂତନ ନମ୍ୱର ୧୬୩୫୯ ହେବ ଏବଂ ଏହା ୪ ଜାନୁଆରୀ ୪ ୨୦୨୭ରୁ କାର୍ଯ୍ୟକାରୀ ହେବ । ସେହିପରି, ଟ୍ରେନ ନମ୍ୱର ୨୨୬୪୪ ପାଟନା–ଏର୍ଣ୍ଣାକୁଲମ ଏକ୍ସପ୍ରେସ୍ର ନୂତନ ନମ୍ୱର ୧୬୩୬୦ ହେବ ଏବଂ ଏହା ୧ ଜାନୁଆରୀ ୨୦୨୭ରୁ ଲାଗୁ ହେବ । ଏହା ବ୍ୟତୀତ, ଟ୍ରେନ୍ ନମ୍ୱର ୧୨୮୯୩ ଭୁବନେଶ୍ୱର–ପୁରୁଣାକଟକ ସୁପରଫାଷ୍ଟ ଏକ୍ସପ୍ରେସର ନୂତନ ନମ୍ୱର ୧୮୪୧୧ ଏବଂ ଟ୍ରେନ ନମ୍ୱର ୧୨୮୯୪ ପୁରୁଣାକଟକ–ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସର ନୂତନ ନମ୍ୱର ୧୮୪୧୨ ହେବ । ଏହି ପରିବର୍ତ୍ତନ ୬ ଜାନୁଆରୀ ୨୦୨୭ରୁ କାର୍ଯ୍ୟକାରୀ ହେବ । ଟ୍ରେନ ନମ୍ୱର ୨୨୮୮୩ ପୁରୀ–ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ ର ନୂତନ ନମ୍ୱର ୧୮୪୨୯ ହେବ ଏବଂ ଏହା ୮ ଜାନୁଆରୀ ୨୦୨୭ରୁ ଲାଗୁ ହେବ । ସେହିପରି, ଟ୍ରେନ ନମ୍ୱର ୨୨୮୮୪ ଯଶବନ୍ତପୁର–ପୁରୀ ସୁପରଫାଷ୍ଟ ଏକ୍ସପ୍ରେସର ନୂତନ ନମ୍ୱର୧୮୪୩୦ ହେବ ଏବଂ ଏହା ୯ ଜାନୁଆରୀ ୨୦୨୭ରୁ କାର୍ଯ୍ୟକାରୀ ହେବ । ଟ୍ରେନ ନମ୍ୱର ୨୦୮୦୭ ବିଶାଖାପାଟଣା–ଅମୃତସର ହୀରାକୁଦ ଏକ୍ସପ୍ରେସ୍ର ନୂତନ ନମ୍ୱର ୧୮୫୧୩ ହେବ ଏବଂ ଏହା ୫ ଜାନୁଆରୀ ୨୦୨୭ରୁ ଲାଗୁ ହେବ । ଟ୍ରେନ ନମ୍ୱର ୨୦୮୦୮ ଅମୃତସର–ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସର ନୂତନ ନମ୍ୱର ୧୮୫୧୪ ହେବ ଏବଂ ଏହା ୯ ଜାନୁଆରୀ ୨୦୨୭ରୁ କାର୍ଯ୍ୟକାରୀ ହେବ । ଏଣୁ ଯାତ୍ରୀ ମାନଙ୍କୁ ପରିବର୍ତ୍ତିତ ଟ୍ରେନ ନମ୍ୱର ସମ୍ପର୍କରେ ଅବଗତ ହୋଇ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ ରେଳବାଇ ପକ୍ଷରୁ ଦିଆଯାଇଛି ।





