ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତଙ୍କୁ ରିଲିଫ୍ ବଣ୍ଟନ

– ସେବା କାର୍ଯ୍ୟରେ ଆଗେଇ ଆସିଲେ ଆର୍‌ଏସ୍‌ଏସ୍‌, ବନବାସୀ କଲ୍ୟାଣ ଆଶ୍ରମ ଓ ସେବା ଭାରତୀ

ରାଇକିଆ/ଟିକାବାଲି :ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବିପଦ ସମୟରେ ବିପନ୍ନ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ବିଭିନ୍ନ ସାମାଜିକ ଓ ସେବାମୂଳକ ସଂଗଠନ। ବାତ୍ୟା ପ୍ରଭାବିତ ଗୁନ୍ଧାଣି, ମାଣିକେଶ୍ୱର ଓ ଇନ୍ଦ୍ରଗଡ଼ ଅଞ୍ଚଳର କ୍ଷତିଗ୍ରସ୍ତ ପରିବାରଙ୍କୁ ରାଷ୍ଟ୍ରୀୟ ସ୍ୱଂ ସେବକ ସଂଘ , ବନବାସୀ କଲ୍ୟାଣ ଆଶ୍ରମ ଓ ସେବା ଭାରତୀ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।ଟିକାବାଲି, ପାବୁରିଆ ଓ ଗୁଟିଙ୍ଗିଆ ଅଞ୍ଚଳର ସଂଗଠନର କର୍ମକର୍ତ୍ତା, ଟିକାବାଲି ଭାଜପାର କର୍ମୀ ଏବଂ ପାବୁରିଆ ଓ ଗୁଟିଙ୍ଗିଆ ବଣିକ ସଂଘର ସଦସ୍ୟମାନେ ଏହି ମାନବିକ ସେବା କାର୍ଯ୍ୟରେ ସାମିଲ ହୋଇଥିଲେ। ବାତ୍ୟା ଯୋଗୁଁ ପ୍ରଭାବିତ ହୋଇ ଆଶ୍ରୟ ସ୍ଥଳୀ ରେ ରହୁଥିବା ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ସହ ଦୁର୍ଦ୍ଦିନରେ ସେମାନଙ୍କ ପାଖରେ ଛିଡ଼ା ହେବାର ଉଦ୍ୟମ କରାଯାଇଥିଲା।ଏହି ସେବା କାର୍ଯ୍ୟରେ ସଂଘର ଜିଲ୍ଲା କାର୍ଯ୍ୟବାହ ଅରବିନ୍ଦ ପ୍ରଧାନ, ପର୍ଯ୍ୟାବରଣ ପ୍ରମୁଖ, ଟିକାବାଲି ବ୍ଲକ୍ ଅଧ୍ୟକ୍ଷ ଦିଲୀପ କୁମାର କହଁର, ଜିଲ୍ଲା ଉପସଭାନେତ୍ରୀ ଅପର୍ଣ୍ଣା କହଁର, ସେବା ଭାରତୀ ଟିକାବାଲି ଖଣ୍ଡର ପୂର୍ଣ୍ଣକାଳୀନ କର୍ମକର୍ତ୍ତା ଉମେଶ ପ୍ରଧାନ, ରାଇକିଆ ଖଣ୍ଡର ପୂର୍ଣ୍ଣ କାଳୀନ ପ୍ରମୁଖ ବିରୁପାକ୍ଷ ପାତ୍ର ଏବଂ ଜନଜାତି ସୁରକ୍ଷା ମଞ୍ଚର ଜିଲ୍ଲା ସଂଯୋଜକ ଶ୍ରୀନିବାସ ପ୍ରଧାନଙ୍କ ସମେତ ବହୁ କର୍ମୀ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜାତି, ଧର୍ମ ଓ ରାଜନୈତିକ ଭେଦଭାବରୁ ଊର୍ଦ୍ଧ୍ୱରେ ରହି ଅସହାୟ ଲୋକଙ୍କ ପାଖରେ ପହଞ୍ଚିବା ହିଁ ପ୍ରକୃତ ମାନବ ସେବାର ପରିଚୟ। ଏଭଳି ସମୟରେ ବିଭିନ୍ନ ସଂଗଠନ ଓ ସ୍ଥାନୀୟ ବଣିକ ସଂଘର ମିଳିତ ପ୍ରୟାସ ବାତ୍ୟା ବିପନ୍ନଙ୍କ ମନରେ ଆଶା ଓ ଭରସା ସୃଷ୍ଟି କରିଛି। ଏହି ସହଯୋଗମୂଳକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଆସିଗଲା ଥଣ୍ଡା

    ଭୁବନେଶ୍ୱର: ଆସିଗଲା ଥଣ୍ଡା । ଅନୁମାନ କରାଯାଉଛି, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ କମିପାରେ । ଏଭଳି ପାଗ କିଛି ଦିନ ରହିପାରେ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ ।ଗତ ୨-୩ ଦିନ ଭିତରେ ରାତି…

    Continue reading
    ଚିଠା ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ

    ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଚିଠା ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି । ଅତିରିକ୍ତ ବଜେଟର ମୋଟ ଆକାର ପାଖାପାଖି ୧୮ ହଜାର କୋଟି ହେବ ବୋଲି ସୂଚନା ମିଳିଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି