ବାତ୍ୟା ବିପନ୍ନଙ୍କ ପାଖରେ ବଣିକ ସଂଘ

-ରିଲିଫ୍ ସାମଗ୍ରୀ ସହ କୁନି କୁନି ପିଲାଙ୍କ ଶିକ୍ଷା ପ୍ରତି ମଧ୍ୟ ରହିଲା ଯତ୍ନ

ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବିପଦ ସମୟରେ ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛି ରାଇକିଆ ବଣିକ ସଂଘ। ସାମାଜିକ ଦାୟିତ୍ୱବୋଧ ଓ ମାନବିକତାର ପରିଚୟ ଦେଇ ସଂଘ ପକ୍ଷରୁ ବାତ୍ୟା ପ୍ରଭାବିତ ଗୁନ୍ଧାଣି, ମାଣିକେଶ୍ୱର ଆଶ୍ରୟସ୍ଥଳୀ ଏବଂ ଆଲାଙ୍ଗକୂପା ଅଞ୍ଚଳର କ୍ଷତିଗ୍ରସ୍ତ ପରିବାରଙ୍କୁ ବିଭିନ୍ନ ପ୍ରକାର ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ଅନେକ ପରିବାରଙ୍କ ଘରଦ୍ୱାର ନଷ୍ଟ ହେବା ସହ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଭଳି ଦୁର୍ଦ୍ଦିନରେ ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ବଳ, ସାବୁନ, ତେଲ, ଶୁଖିଲା ଖାଦ୍ୟ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏଥିସହ ଛୋଟ ପିଲାମାନଙ୍କ ପାଇଁ ପୋଷାକ ଏବଂ ସେମାନଙ୍କ ପାଠପଢ଼ାରେ ଯେପରି ବାଧା ସୃଷ୍ଟି ନହୁଏ, ସେଥିପାଇଁ ଖାତା, ପେନ୍ ଓ ପେନସିଲ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ସହାୟତା ବିପନ୍ନ ପରିବାରଙ୍କ ସମେତ ଛୋଟ ପିଲାମାନଙ୍କ ମଧ୍ୟରେ ଆଶ୍ୱସ୍ତି ସୃଷ୍ଟି କରିଛି।
ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ରାଇକିଆ ବଣିକ ସଂଘର ସଭାପତି ବିଜୟ କୁମାର ପଣ୍ଡା, ସାଧାରଣ ସମ୍ପାଦକ ରାମକୃଷ୍ଣ ବେହେରା, ଯୁଗ୍ମ ସମ୍ପାଦକ ଆର୍‌. ମହେନ୍ଦ୍ର ପାତ୍ର, ଗତିକୃଷ୍ଣ ପଣ୍ଡା, ମାନସ ସାହୁ, ତ୍ରିଲୋଚନ ଦେଲଇ, ପ୍ରମୋଦ କୁମାର ପତି, ଲକ୍ଷ୍ମଣ ପଣ୍ଡା ଓ ମନୋଜ କୁମାର ବେହେରାଙ୍କ ସମେତ ସଂଘର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ରିଲିଫ୍ ବଣ୍ଟନରେ ସହଯୋଗ କରିଥିଲେ।ବିପର୍ଯ୍ୟୟ ସମୟରେ କେବଳ ବ୍ୟବସାୟ ନୁହେଁ, ବରଂ ସମାଜ ପ୍ରତି ନିଜର ଦାୟିତ୍ୱବୋଧ ଓ ମାନବିକତା ପ୍ରଦର୍ଶନ କରି ରାଇକିଆ ବଣିକ ସଂଘ ଏକ ଉଦାହରଣ ସୃଷ୍ଟି କରିଛି। ସଂଘର ଏହି ମାନବିକ ସେବାମୂଳକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଆସିଗଲା ଥଣ୍ଡା

    ଭୁବନେଶ୍ୱର: ଆସିଗଲା ଥଣ୍ଡା । ଅନୁମାନ କରାଯାଉଛି, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ କମିପାରେ । ଏଭଳି ପାଗ କିଛି ଦିନ ରହିପାରେ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ ।ଗତ ୨-୩ ଦିନ ଭିତରେ ରାତି…

    Continue reading
    ଚିଠା ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ

    ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଚିଠା ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି । ଅତିରିକ୍ତ ବଜେଟର ମୋଟ ଆକାର ପାଖାପାଖି ୧୮ ହଜାର କୋଟି ହେବ ବୋଲି ସୂଚନା ମିଳିଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି