କଂସ ଚୟନ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ବରଗଡ଼:ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମହାରାଜ କଂସ ଚୟନକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଓ ବିବାଦର ଅନ୍ତ ଘଟିଛି । ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘର ମୁଖ୍ୟ ଦାବିକୁ ଗ୍ରହଣ କରାଯାଇ କଂସ ଭୂମିକା ପାଇଁ ପୂର୍ବରୁ ଥିବା ୬୦ ବର୍ଷ ବୟସ ସୀମାକୁ ସମ୍ପୂର୍ଣ୍ଣ କୋହଳ ବା ହଟାଇ ଦିଆଯାଇଛି । ସେହିଭଳି ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ମଗାଯାଇଥିବା ସ୍ପଷ୍ଟୀକରଣ ଉପରେ ମଧ୍ୟ କମିଟି ସନ୍ତୋଷଜନକ ଉତ୍ତର ଦେଇଥିବାରୁ ଆସନ୍ତା ସୋମବାରଠାରୁ କଳାକାରମାନେ କଂସ ଭୂମିକା ପାଇଁ ଆବେଦନ କରିବେ ବୋଲି ସଂଘ ପକ୍ଷରୁ ସମ୍ପାଦକ ଜଗଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି ।
ଏନେଇ ଶ୍ରୀ ମିଶ୍ରଙ୍କଠାରୁ ପ୍ରାପ୍ତ ସୂଚନାନୁଯାୟୀ, କଳାକାର ସୁଶୀଲ ମେହେରଙ୍କ ଅବ୍ୟାହତି ଏବଂ ପରବର୍ତ୍ତୀ ବିଜ୍ଞପ୍ତିକୁ ନେଇ ସୃଷ୍ଟି ହୋଇଥିବା ପ୍ରସଙ୍ଗରେ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, କଳାକାର ସୁଶୀଲ ମେହେର ନିଜ ତରଫରୁ ଅବ୍ୟାହତି ପତ୍ର ପ୍ରଦାନ କରିଥିବାରୁ ମହୋତ୍ସବ ସମିତି ସମ୍ମାନର ସହିତ ତାହାକୁ ଗ୍ରହଣ କରିଛି । ଏହାପରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ ଚୟନ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଦୁଇ ବର୍ଷ ପରେ ସମସ୍ତ ଭୂମିକା ପାଇଁ ଏକ ମେଗା ଚୟନ ପ୍ରକ୍ରିୟା କରାଯିବ । ମହୋତ୍ସବ ସମିତି କେବଳ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ନୁହେଁ, ବରଂ ରାଜ୍ୟର କୋଣ ଅନୁକୋଣର କଳାକାର ଓ ଦର୍ଶକଙ୍କ ସ୍ୱାର୍ଥକୁ ସବୁବେଳେ ସମ୍ମାନ ଜଣାଇ ଆସିଛି ବୋଲି ଶ୍ରୀ ଶତପଥୀ ଦୃଢ଼ୋକ୍ତି ପ୍ରକାଶ କରିବା ପରେ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ଆଭାସୀ ମାଧ୍ୟମରେ ବରିଷ୍ଠ ସଦସ୍ୟମାନେ ଏକ ଜରୁରୀ ବୈଠକ ବସିଥିଲା । ସଂଘ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମୟସୀମା ପୂର୍ବରୁ ମହୋତ୍ସବ ସମିତି ସ୍ପଷ୍ଟୀକରଣ ଦେଇଥିବାରୁ ସଂଘ ଏହାକୁ ସ୍ୱାଗତ କରିଥିଲା । କଂସ କଳାକାର ଚୟନ ପ୍ରକ୍ରିୟାରେ ସଂଘର ସଦସ୍ୟମାନେ ସହଯୋଗ କରିବେ ଆସନ୍ତା ସୋମବାରଠାରୁ ଆବେଦନ କରିବେ ବୋଲି ସଂଘର ସମ୍ପାଦକ ଜଗଦାନନ୍ଦ ମିଶ୍ର ସ୍ପଷ୍ଟ କରିଛନ୍ତି ।
ଏଠାରେ ପ୍ରକାଶଥାଉକି, ଗତ ୫ ତାରିଖରେ ବରଗଡ଼ ଉପକଣ୍ଠସ୍ଥ ଦେଓଗାଁ ପଞ୍ଚାୟତର ଚଣ୍ଡୀ ମନ୍ଦିର ପରିସରରେ ହୋଇଥିବା ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘର ଏକ ଜରୁରୀକାଳୀନ ବୈଠକରେ କଂସ ବହିସ୍କାର ସମ୍ପର୍କରେ ଯାତ୍ରା କମିଟିଠାରୁ ସ୍ପଷ୍ଟୀକରଣ ନମିଳିବାଯାଏଁ ଚୟନ ପ୍ରକ୍ରୀୟାରେ ସାମିଲ କେହି ସାମିଲ ହେବେ ନାହିଁ ବୋଲି ମିଳିତ ନିଷ୍ପତ୍ତି ପ୍ରକାଶ ପାଇଥିଲା।

  • Related Posts

    ୨୮ରେ ଓଡ଼ିଶା ଆସିବେ ଅମିତ ଶାହ

    ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ଅନେକ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ…

    Continue reading
    ଗଞ୍ଜାମ ବନ୍ୟା ବିଭୀଷିକା; ୧୨ ଦିନ ପରେ ଖୋଲିଲା ସ୍କୁଲ

    ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରେ ଭୟଙ୍କର ବନ୍ୟାରେ ବେହାଲ ହୋଇପଡ଼ିଥିଲା ଗଞ୍ଜାମ । ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ପରେ ହଠାତ୍ ନଦୀଜଳ ସ୍ତର ବଢିଥିଲା ଓ ଗାଁ ଓ ସହରକୁ ପାଣି ମାଡ଼ିଆସିଥିଲା । ବନ୍ୟାପାଣିରେ ସ୍କୁଲ, ଅଙ୍ଗନବାଡ଼ି, କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି