ଡ୍ୟାମ ପରିଚାଳନାରେ ହୋଇନି ତ୍ରୁଟି, ଅତ୍ୟଧିକ ବର୍ଷା ଯୋଗୁଁ ଗଞ୍ଜାମରେ ହୋଇଛି ବନ୍ୟା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ହୋଇଥିବା ବନ୍ୟା ମନୁଷ୍ୟକୃତ ନୁହେଁ । ଡ୍ୟାମ୍ ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ।ଜିଲ୍ଲାର ଡ୍ୟାମଗୁଡ଼ିକୁ ସଠିକ୍ ସମୟରେ ଖୋଲାଯାଇଛି। ଅତ୍ୟଧିକ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି। ଗଞ୍ଜାମ ବନ୍ୟାକୁ ନେଇ ଡ୍ୟାମ୍ ପରିଚାଳନାରେ ତ୍ରୁଟି ରହିଥିଲା। ଏହା ମନୁଷ୍ୟକୃତ ବୋଲି ଅଭିଯୋଗ ହେବା ପରେ ସର୍ବୋଚ୍ଚ ଯନ୍ତ୍ରୀ ଏହି ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଲଗାଣ ବର୍ଷା ପୂର୍ବରୁ ଜିଲ୍ଲାର ଅନେକ ଡ୍ୟାମରେ ଜଳସ୍ତର ମଧ୍ୟମ ଧରଣର ରହିଥିଲା। ଫାଇଲିନ୍ ବାତ୍ୟା ସମୟରେ ମଧ୍ୟ ଅନେକ ଡ୍ୟାମରେ ସମାନ ସ୍ଥିତି ରହିଥିଲା। ଏଥର ମଧ୍ୟ ଅର୍ଣ୍ଣବ ପରିସ୍ଥିତିର ମୁକାବିଲା ପାଇଁ ଫାଇଲିନ୍ ସମୟ ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ଜିଲ୍ଲାର ସମସ୍ତ ଡ୍ୟାମକୁ ସଠିକ୍ ସମୟରେ ଖୋଲାଯାଇଥିଲା। ତେବେ ଧନେଇ ଓ ସୋରଡ଼ା ଡ୍ୟାମର ପରିଚାଳନା ଜଳସମ୍ପଦ ବିଭାଗ ଅଧୀନରେ ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

ବନ୍ୟା ଯୋଗୁଁ ଜିଲ୍ଲାର ବିଭିନ୍ନ କେନାଲ, ଡ୍ୟାମ୍ ଓ ଆନିକଟର ମରାମତି ଏବଂ ପୁନର୍ନିର୍ମାଣ ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଆକଳନ କରି ଜଳସମ୍ପଦ ବିଭାଗ ପକ୍ଷରୁ ୩୩୪ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି)ଙ୍କୁ ପ୍ରଦାନ କରାଯାଇଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

  • Related Posts

    ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    ଭୁବନେଶ୍ୱର ୧୭/୧୧/୨୦୨୬ : ଓଡ଼ିଶାରେ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମଏଲ୍), ଲାଞ୍ଜିଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏହାର କାର୍ଯ୍ୟକ୍ଷେତ୍ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଇନ୍ଧନ-ଦକ୍ଷ ଚୁଲା…

    Continue reading
    ସୋଆ କପ୍‌ ୨୦୨୬ ଉଦ୍‌ଘାଟିତ

    ଭୁବନେଶ୍ୱର, ୧୭/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍‌’ ମଙ୍ଗଳବାର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୫ ସୋଆ ଷ୍ଟାଡିୟମ୍‌ ଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରାୟ ୧ ମାସରୁ ଊଦ୍ଧ୍ୱର୍ ଦିନ ଧରି ଚାଲିବାକୁ ଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !