କୋଲକାତା ବିମାନବନ୍ଦରରେ ହାଇଜ୍ୟାକ୍ ଆଲର୍ଟ

କୋଲକାତା: ବୁଧବାର ସକାଳେ କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ”ଏୟାର ଇଣ୍ଡିଆ ଭିସ୍ତାରା”ର ଏକ ବିମାନର ଶୌଚାଳୟ କାଚରେ ”ହାଇଜାକ୍” ଲେଖାଥିବା ଦେଖିବାକୁ ମିଳିବା ପରେ ତୁରନ୍ତ ବିମାନଟିକୁ ଅଲଗା ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବିମାନରେ ୧୪୭ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି।ବିମାନବନ୍ଦର ପୁଲିସର ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦:୨୦ ମିନିଟରେ ”ଏଆଇ୭୭୨” ବିମାନର ପାଇଲଟ୍ ଉଡ଼ାଣ ପାଇଁ ପ୍ରସ୍ତୁତି କରୁଥିବା ସମୟରେ କ୍ୟାବିନ୍ କ୍ରୁ ସଦସ୍ୟମାନେ ଶୌଚାଳୟର ଆଇନା ଉପରେ ଲିପଷ୍ଟିକରେ ”ହାଇଜାକ୍” ଲେଖାଯାଇଥିବା ଦେଖିବାକୁ ପାଇଥିଲେ। ସୁରକ୍ଷା ନିୟମାବଳୀ ଅନୁଯାୟୀ ତୁରନ୍ତ ଆଲର୍ଟ ଜାରି କରାଯାଇ ବିମାନଟିକୁ ବିମାନବନ୍ଦରର ଜରୁରୀକାଳୀନ ଆଇସୋଲେସନ୍ ବେ”କୁ ସ୍ଥାନାନ୍ତର କରାଯାଇଥିଲା।
ଘଟଣା ପରେ ସୁରକ୍ଷାକର୍ମୀ, ଅଗ୍ନିଶମ ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ବିମାନ ଓ ସାମଗ୍ରୀଗୁଡ଼ିକର କଡ଼ା ଯାଞ୍ଚ ଆରମ୍ଭ କରିଛନ୍ତି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିବା ବେଳେ, କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ସନ୍ଦେଶ ଲେଖିଥିଲା, ସେ ନେଇ ବିମାନବନ୍ଦର ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଜାରି ରଖିଛନ୍ତି।

  • Related Posts

    ବାଣ ପ୍ରଦୂଷଣ ପାଇଁ ଚିନ୍ତା ନାହିଁ, ଆପେ କମିଯିବ: ଯୋଗୀ

    ଲକ୍ଷ୍ନୌ:ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ଲକ୍ଷ୍ନୌରେ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ସେ କହିଛନ୍ତି, ଦୀପାବଳିରେ ବାଣ ଫୁଟିବା…

    Continue reading
    ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

    ନୂଆଦିଲ୍ଲୀ: ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ ଦରରେ କ୍ଷୀର କିଣା ସମେତ ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ମୂଲ୍ୟ ବୃଦ୍ଧି କରିବାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି