ୱାଲମିକୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବାକୁ ୨୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ରାଜ୍ୟର ଜଳସମ୍ପଦ ପରିଚାଳନାକୁ ଅଧିକ ଆଧୁନିକ, ବୈଜ୍ଞାନିକ ଓ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମି), ଓଡ଼ିଶାର ଉନ୍ନତୀକରଣ ଓ ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୱାଲମିକୁ ଏକ ଉତ୍କର୍ଷ କେନ୍ଦ୍ର (Centre of Excellence) ଭାବେ ବିକଶିତ କରିବା ଲକ୍ଷ୍ୟରେ ଏହି ଯୋଜନା ୨୦୨୬-୨୭ ଓ ୨୦୨୭-୨୮ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ।

ୱାଲମି ଦୀର୍ଘ ଚାରି ଦଶନ୍ଧି ଧରି ରାଜ୍ୟରେ ଜଳ ପରିଚାଳନା କ୍ଷେତ୍ରରେ ବୈଷୟିକ ଜ୍ଞାନ, ତାଲିମ ଓ ଦକ୍ଷତା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଆସିଛି। ଏହି ଉନ୍ନତୀକରଣ ଅଧୀନରେ ଅନୁଷ୍ଠାନରେ ସ୍ମାର୍ଟ ଡିଜିଟାଲ୍ ଶ୍ରେଣୀଗୃହ, ଆଧୁନିକ ତାଲିମ ସୁବିଧା, ଉନ୍ନତ ଛାତ୍ରାବାସ, ସମ୍ମିଳନୀ କକ୍ଷ ଓ ଅଡିଟୋରିୟମ୍ ଆଦିର ବିକାଶ କରାଯିବ। ଏହାଦ୍ୱାରା ତାଲିମ, ଗବେଷଣା ଓ ଜ୍ଞାନ ଆଦାନପ୍ରଦାନ ପାଇଁ ଏକ ଉନ୍ନତ ପରିବେଶ ସୃଷ୍ଟି ହେବ।

ଜଳସମ୍ପଦ ବିଭାଗରେ ମଞ୍ଜୁରୀପ୍ରାପ୍ତ ୫,୨୩୫ ଜଣ ଯନ୍ତ୍ରୀଙ୍କ ବୃତ୍ତିଗତ ଦକ୍ଷତା ବିକାଶ ଏହି ପଦକ୍ଷେପର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ନବନିଯୁକ୍ତ ଯନ୍ତ୍ରୀଙ୍କ ପାଇଁ ଆରମ୍ଭିକ ତାଲିମ ସହ ଆଧୁନିକ ଜଳସେଚନ ପ୍ରଯୁକ୍ତି, ବନ୍ୟା ପରିଚାଳନା, ଜଳର ଦକ୍ଷ ଉପଯୋଗ ଓ ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନର ମୁକାବିଲା ଆଦି ବିଷୟରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ଏଥିସହ ଆଇଆଇଏସ୍‌ସି ବେଙ୍ଗାଲୁରୁ, ଆଇଆଇଟି ରୁର୍‌କୀ, ଆଇଆଇଟି ମାଡ୍ରାସ୍, ଆଇଆଇଟି ଗୁଆହାଟୀ, ନିଓଟ୍ ଚେନ୍ନାଇ ଏବଂ ଭାରତୀୟ ମାନକ ବ୍ୟୁରୋ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହ ସହଯୋଗିତା ମାଧ୍ୟମରେ ଗବେଷଣା ଓ ଜ୍ଞାନ ବିନିମୟକୁ ଅଧିକ ସମୃଦ୍ଧ କରାଯିବ।

ଏହି ପଦକ୍ଷେପର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ୪୧ ହଜାରରୁ ଅଧିକ ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ଅଂଶୀଦାର ଜଳସେଚନ ପରିଚାଳନା, ଜଳ ବଜେଟ୍ ପ୍ରସ୍ତୁତି ଓ ଜଳର ନ୍ୟାୟସଙ୍ଗତ ବଣ୍ଟନ ସମ୍ପର୍କରେ ଉନ୍ନତ ତାଲିମ ପ୍ରଦାନ କରାଯିବ। ଏହାଦ୍ୱାରା ସ୍ଥାନୀୟ ସ୍ତରରେ ଜଳସମ୍ପଦର ସୁପରିଚାଳନା ସହ କୃଷକମାନେ ଅଧିକ ଉପକୃତ ହୋଇପାରିବେ।

  • Related Posts

    ବୈତରଣୀରେ ବୁଡ଼ିଗଲେ ସ୍ବାମୀ-ସ୍ତ୍ରୀ

    କଳିଙ୍ଗନଗର: ଯାଜପୁର ବରାହନାଥ ନିକଟ ବୈତରଣୀ ନଦୀରେ ଦୁଇ ପର୍ଯ୍ୟଟକ ଗାଧୋଉଥିବା ବେଳେ ବୁଡ଼ିଯାଇଛନ୍ତି ସ୍ବାମୀ-ସ୍ତ୍ରୀ। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ମୃତ…

    Continue reading
    ବାଘ ଶିକାର ଯୋଜନା ପଣ୍ଡ, ୨ ଶିକାରୀ ଗିରଫ

    ସମ୍ବଲପୁର: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ କଲରାପତରିଆ ବାଘ ଶିକାର ପାଇଁ ଯୋଜନା କରିଥିବା ୨ ଜଣ ଶିକାରୀ ରାଉତପଡା ଗାଁ ର ଘନଶ୍ୟାମ ମିର୍ଦ୍ଧା (୪୦) ଏବଂ ସୁ ପ୍ରସାଦ ସୁଇ (୪୮) ଙ୍କୁ ବନ ବିଭାଗ ଗିରଫ କରିଛି। ଡେବ୍ରିଗଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି