ବିଜେଡି ସରକାର ସମୟରେ ସାମାଜିକ ସୁରକ୍ଷା ପେନସନ ହିତାଧିକାରୀଙ୍କ ସଂଖ୍ୟା ୧୨ ଗୁଣ ବୃଦ୍ଧି ପାଇଥିଲା

ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ସୁରକ୍ଷା ପେନସନର ମୂଳଦୁଆ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ହୋଇଥିଲା । ବିଜେଡିର ୨୪ ବର୍ଷ ଶାସନ କାଳରେ ସାମାଜିକ ସୁରକ୍ଷା ପେନସନ ହିତାଧିକାରୀଙ୍କ ସଂଖ୍ୟା ୨୦୦୦ ମସିହାରେ ୩.୫୩ ଲକ୍ଷରୁ ବୃଦ୍ଧି ପାଇ ୨୦୨୪ ମସିହାରେ ୩୬ ଲକ୍ଷରେ ପହଞ୍ଚିଥିଲା । ଅର୍ଥାତ୍ ହିତାଧିକାରୀଙ୍କ ସଂଖ୍ୟା ୧୨ ଗୁଣ ବୃଦ୍ଧି ପାଇଥିଲା ।
ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ୧ ଜାନୁଆରୀ ୨୦୦୮ରେ ମଧୁବାବୁ ପେନସନ ଯୋଜନା ଆରମ୍ଭ କରି ଏକ ଐତିହାସିକ ପଦକ୍ଷେପ ନେଇଥିଲା ବିଜେଡି ସରକାର । ଏହି ଯୋଜନା ମାଧ୍ୟମରେ ୬୦ ବର୍ଷ ଓ ତଦୂର୍ଦ୍ଧ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ନିରାଶ୍ରୀୟ ବର୍ଗଙ୍କୁ ମାସିକ ପେନସନ ପ୍ରଦାନ କରାଯାଉଥିଲା । ବିଜେଡି ସରକାର କ୍ରମାଗତ ଭାବେ ସାମାଜିକ ସୁରକ୍ଷା ପେନସନର ରାଶି ବୃଦ୍ଧି କରିଥିଲେ । ଲକ୍ଷାଧିକ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି ୨୦୨୪ ମସିହାରେ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୩୬ ଲକ୍ଷରେ ପହଞ୍ଚିଥିଲା । ଏହା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱାରା ନିର୍ମିତ ଏକ ବୃହତ ଜନକେନ୍ଦ୍ରିତ ସାମାଜିକ ସୁରକ୍ଷାର ଅଂଶ ଥିଲା, ଯାହା ପେନସନ, ସ୍ୱାସ୍ଥ୍ୟ ଓ ମାତୃତ୍ୱ ସହାୟତା, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ଗୃହ ଓ କୃଷକ ତଥା ସହରାଞ୍ଚଳ ଗରିବଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଇଥିଲା । ମିଶନ ଶକ୍ତି, ମମତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଭଳି ଯୋଜନାଗୁଡ଼ିକ ସବୁଠାରୁ ଦୁର୍ବଳ ବର୍ଗଙ୍କ ପାଇଁ ଏକ ମଜବୁତ ସୁରକ୍ଷାକୁ ସୁଦୃଢ଼ କରିଥିଲା ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ୩୦ ମାସ ମଧ୍ୟରେ କେବଳ ପ୍ରାୟ ୫ ଲକ୍ଷ ହିତାଧିକାରୀ ସାମିଲ କରିଛନ୍ତି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧୀନରେ ୨୪ ବର୍ଷରେ ହୋଇଥିବା ୧୨ ଗୁଣ ବୃଦ୍ଧି ସହ ତୁଳନାରେ ଏହାର ପରିସର ସୀମିତ ରହିଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଗୋଟିଚାଳନା କରୁଛି ବିଜେପି । ପୁରୁଣା ହିତାଧିକାରୀଙ୍କୁ ପ୍ରତି ମାସରେ ଭତ୍ତା ଦେଇପାରୁ ନଥିବା ବିଜେପି ସରକାର, ନୂଆ ହିତାଧିକାରୀଙ୍କୁ ସାମିଲ କରିବା ଏକ ପ୍ରହସନ । ଓଡ଼ିଶାରେ ସାମାଜିକ ସୁରକ୍ଷା ପେନସନ ଭଳି ଜନକଲ୍ୟାଣକାରୀ ଯୋଜନାର ପ୍ରକୃତ ଶ୍ରେୟ ଶ୍ରୀ ନବୀନ ପଟ୍ଟନାୟକ ସରକାରଙ୍କୁ ଯାଏ । ବର୍ତ୍ତମାନର ବିଜେପି ସରକାର ଏହି ଯୋଜନାକୁ ନେଇ ରାଜନୈତିକୀକରଣ କରିବା ବନ୍ଦ କରନ୍ତୁ । ନିର୍ବାଚନୀ ଉଦେ୍ଦଶ୍ୟ ବିନା ଯୋଜନା ଗୁଡ଼ିକର ସ୍ୱଚ୍ଛ, ନିରନ୍ତର ସୁଦୃଢ଼ୀକରଣ ଉପରେ ଧ୍ୟାନ ଦିଅନ୍ତୁ ।

  • Related Posts

    ଶାହାଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ

    ବରଗଡ଼: ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ MP ପ୍ରଦୀପ ପୁରୋହିତ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ-୩ କାର୍ଯ୍ୟାଳୟରେ ଶାହାଙ୍କୁ ଭେଟି ଚିନିକଳ ପୁନଃକାର୍ଯ୍ୟକ୍ଷମ କରିବା…

    Continue reading
    ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ସରକାର ଦାୟୀ: ରାଜସ୍ବ ମନ୍ତ୍ରୀ

    ଭୁବନେଶ୍ଵର: ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କଲେ ରାଜସ୍ବ ମନ୍ତ୍ରୀ । ସେ କହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି