ଗଞ୍ଜାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପ୍ରାକୃତିକ ନୁହେଁ, ମନୁଷ୍ୟକୃତ: ବିଜେଡି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିଚାଳନାରେ ବିଜେପି ସରକାରର ଚରମ ବିଫଳତାକୁ ନେଇ କଡ଼ା ସମାଲୋଚନା କରିଛି ବିଜେଡି । ସରକାରଙ୍କ ଦାୟିତ୍ୱହୀନତା ଓ ଜଳସମ୍ପଦ ବିଭାଗର ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଗଞ୍ଜାମରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ସରକାରଙ୍କ ପୂର୍ବ ପ୍ରସ୍ତୁତିର ଅଭାବ, ଡ୍ୟାମ୍ ପରିଚାଳନାରେ ଅବହେଳା ଏବଂ ଲୋକଙ୍କୁ ଆଗୁଆ ସତର୍କ ନକରିବା ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ଗଞ୍ଜାମବାସୀ ।
ଟିଟିଲାଗଡ଼ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁ କହିଥିଲେ ଯେ, ଗଞ୍ଜାମ ପାଇଁ ସରକାରଙ୍କର କୌଣସି ପ୍ରସ୍ତୁତି ନଥିବା କଥା ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଥିବା ବେଳେ ରାଜସ୍ୱ ମନ୍ତ୍ରୀ ଋଷିକୂଲ୍ୟା ନଦୀରେ କୌଣସି ଡ୍ୟାମ୍ ନଥିବା ମନ୍ତବ୍ୟ, ସରକାରଙ୍କ ଅପାରଗତା ଏବଂ ଚରମ ଅବହେଳାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ଅକ୍ଟୋବର ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ରେଡ୍ ଆଲର୍ଟ ଜାରି ସତ୍ତ୍ୱେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ୬ଟି ଡ୍ୟାମ୍ରୁ ଜଳ ନିଷ୍କାସନ କରାଯାଇଥିଲା ନଥିଲା, ମିଳିଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୮ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପୁରୁଷୋତ୍ତମପୁର ନିକଟରେ ଋଷିକୂଲ୍ୟା ନଦୀ ପ୍ରାୟ ଶୁଖିଲା ରହିଥିଲା ଏବଂ ଜଳ ପ୍ରବାହ ମାତ୍ର ପ୍ରାୟ ୭,୦୦୦ କୁ୍ୟସେକ୍ ଥିଲା । ଅତି ପ୍ରବଳ ବର୍ଷା ପରେ ଜଳସ୍ତର ବୃଦ୍ଧି ପାଇ ପ୍ରାୟ ୧.୩୭ ଲକ୍ଷ କୁ୍ୟସେକ୍ରେ ପହଞ୍ଚିଥିଲା । ଜଳଭଣ୍ଡାର ଗୁଡ଼ିକରେ ପ୍ରାୟ ୮୦ ପ୍ରତିଶତ ଜଳ ଭର୍ତ୍ତି ରହିଥିଲା । ଠିକ୍ ସେହି ସମୟରେ ଡ୍ୟାମ୍ର ଗେଟ୍ ଖୋଲାଯିବା ଫଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ଅକ୍ଟୋବର ୨୩ରୁ ୩୦ ତାରିଖ ଯାଏଁ ଭଞ୍ଜନଗର ଡ୍ୟାମରେ ଜଳସ୍ତର କ୍ରମାଗତ ଭାବେ ପ୍ରାୟ ୮୦ ପ୍ରତିଶତ ରହିଥିଲା, ଏହାକୁ ପୂର୍ବରୁ କାହିଁକି କମାଗଲା ନାହିଁ ? ଜଳଭଣ୍ଡାର ପରିଚାଳନା ନେଇ ସରକାରଙ୍କ ଦାବି ଓ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଡ୍ୟାମ୍ର ଗେଟ୍ ଖୋଲିବା ପୂର୍ବରୁ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ଆଗୁଆ ସତର୍କ ସୂଚନା ଦେବା କଥା, କିନ୍ତୁ ତାହା କରାଗଲା ନାହିଁ । ଯାହାଫଳରେ ଲୋକମାନେ ଅବଗତ ନଥିବାରୁ ନିଜର ଗୃହପାଳିତ ପଶୁ, ଘରୋଇ ସାମଗ୍ରୀ ଓ ଅନ୍ୟାନ୍ୟ ସମ୍ପତ୍ତିକୁ ସୁରକ୍ଷିତ ସ୍ଥାନକୁ ନେବାର ସୁଯୋଗ ପାଇନଥିଲେ । ପ୍ରଳୟଙ୍କାରୀ ବନ୍ୟାରେ ଗଞ୍ଜାମବାସୀ ସର୍ବହରା ହୋଇପଡ଼ିଥିବା ବେଳେ ୩୦ ବର୍ଷ ତଳକୁ ଠେଲି ହୋଇଯାଇଛି ଜିଲ୍ଲା ।
ଶ୍ରୀମତୀ ସାହୁ ଆହୁରି କହିଥିଲେ ଯେ, ଓଡ଼ିଶା ଅତୀତରେ ଏଭଳି ବର୍ଷା ଓ ବନ୍ୟାର ସମ୍ମୁଖୀନ ହୋଇଛି । କିନ୍ତୁ ବିଜୁ ଜନତା ଦଳର ୨୪ ବର୍ଷର ଶାସନ କାଳରେ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା, ଆଗୁଆ ସତର୍କତା, ପ୍ରଶାସନିକ ସମନ୍ୱୟ ଏବଂ ତ୍ୱରିତ ପଦକ୍ଷେପ ଯୋଗୁଁ ଅନେକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରାଯାଇଥିଲା । ତେଣୁ ଗଞ୍ଜାମର ବର୍ତ୍ତମାନର ବିପର୍ଯ୍ୟୟକୁ ଅଭୂତପୂର୍ବ କହି ସରକାର ନିଜର ଅପାରଗତା ଓ ଅବହେଳାକୁ ଘୋଡ଼ାଇ ପାରିବେ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେଉଛି । ବିଜୁ ଜନତା ଦଳର ୨୪ ବର୍ଷର କଠିନ ପରିଶ୍ରମ ଓ ସଫଳତାକୁ, ୨୪ ମାସରେ ଡବଲ ଇଞ୍ଜିନ ସରକାର ଧୂଳିସାତ କରି ଓଡ଼ିଶାକୁ ପଛକୁ ଠେଲି ଦେବାକୁ ଦେଇହେବ ନାହିଁ । ସରକାର ନିଜର ଦାୟିତ୍ୱ ସ୍ୱୀକାର କରି ଏଭଳି ମନୁଷ୍ୟକୃତ ବିପର୍ଯ୍ୟୟର ପୁନରାବୃତ୍ତି ରୋକିବା ପାଇଁ ଠୋସ୍ ପଦକ୍ଷେପ ନିଅନ୍ତୁ । ସରକାର ଯଦି ଗଞ୍ଜାମବାସୀଙ୍କ ପ୍ରତି କୌଣସି ଅବହେଳା କରନ୍ତି, ତେବେ ଲୋକଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ବିଜେଡି ତାର ସ୍ୱର ଉତ୍ତୋଳନ ଜାରି ରଖିବ ।

  • Related Posts

    ଶାହାଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ

    ବରଗଡ଼: ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ MP ପ୍ରଦୀପ ପୁରୋହିତ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ-୩ କାର୍ଯ୍ୟାଳୟରେ ଶାହାଙ୍କୁ ଭେଟି ଚିନିକଳ ପୁନଃକାର୍ଯ୍ୟକ୍ଷମ କରିବା…

    Continue reading
    ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ସରକାର ଦାୟୀ: ରାଜସ୍ବ ମନ୍ତ୍ରୀ

    ଭୁବନେଶ୍ଵର: ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କଲେ ରାଜସ୍ବ ମନ୍ତ୍ରୀ । ସେ କହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି