ବାଣ ପ୍ରଦୂଷଣ ପାଇଁ ଚିନ୍ତା ନାହିଁ, ଆପେ କମିଯିବ: ଯୋଗୀ

ଲକ୍ଷ୍ନୌ:ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ଲକ୍ଷ୍ନୌରେ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ସେ କହିଛନ୍ତି, ଦୀପାବଳିରେ ବାଣ ଫୁଟିବା କାରଣରୁ ଯଦି ପ୍ରଦୂଷଣ ବଢ଼ିଛି, ତେବେ ତାହା କିଛି ସମୟ ପରେ ଆପେ ଆପେ କମିଯିବ; ଏଥିପାଇଁ ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ।
ସମାଲୋଚକମାନଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଶ୍ନ କରିଛନ୍ତି, ‘ଯେଉଁମାନେ ନିଜର ଦୁର୍ନୀତି ଜରିଆରେ ସମଗ୍ର ବ୍ୟବସ୍ଥାକୁ ପ୍ରଦୂଷିତ କରିଛନ୍ତି, ସେମାନଙ୍କୁ କେହି କେବେ ପ୍ରଶ୍ନ କରନ୍ତି ନାହିଁ? କିନ୍ତୁ ସାଧାରଣ ଜନତା ଯଦି ବର୍ଷକୁ ଗୋଟିଏ ଦିନ ଖୁସି ମନାଇବା ପାଇଁ ବାଣ ଫୁଟାନ୍ତି, ତେବେ ସେଥିପାଇଁ ହଠାତ୍‌ ପ୍ରଦୂଷଣ ଏକ ବଡ଼ ପ୍ରସଙ୍ଗ ପାଲଟିଯାଏ।’ ସେ ନିଜେ ଅଯୋଧ୍ୟାରେ ଅନୁଷ୍ଠିତ ଭବ୍ୟ ଦୀପୋତ୍ସବରେ ବାଣ ଫୁଟାଇ ଉତ୍ସବରେ ସାମିଲ ହୋଇଥିବା କଥା ମଧ୍ୟ ସ୍ମରଣ କରାଇଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ଏବଂ ଉତ୍ସବ ପାଳନ ସମ୍ପର୍କରେ କହିବାକୁ ଯାଇ ଯୋଗୀ କହିଛନ୍ତି, ୨୦୧୭ ମସିହାରେ ରାଜ୍ୟରେ ଭାଜପା ସରକାର ଆସିବା ପୂର୍ୱରୁ ହୋଲି, ଦୀପାବଳି, ଦଶହରା, ଜନ୍ମାଷ୍ଟମୀ କିମ୍ୱା ଇଦ୍‌ ଭଳି ଯେକୌଣସି ପର୍ୱପର୍ୱାଣି ଆସିଲେ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ଦଙ୍ଗା ଲାଗିରହୁଥିଲା। ‘ଗତ ସାଢ଼େ ନଅ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଗୋଟିଏ ବି କର୍ଫ୍ୟୁ କିମ୍ୱା ଦଙ୍ଗା ହୋଇନାହିଁ’ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୂର୍ୱ ସରକାରଙ୍କ ଅମଳରେ କର୍ଫ୍ୟୁ କାରଣରୁ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଥିବା ଏବଂ ବଜାର ବନ୍ଦ ରହୁଥିବା ସେ କହିଛନ୍ତି।

  • Related Posts

    ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

    ନୂଆଦିଲ୍ଲୀ: ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ ଦରରେ କ୍ଷୀର କିଣା ସମେତ ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ମୂଲ୍ୟ ବୃଦ୍ଧି କରିବାକୁ…

    Continue reading
    କେମିକାଲ ଟାଙ୍କିରେ ଖସି ପଡି 3 ଶ୍ରମିକ ମୃତ

    ଗୁରୁଗ୍ରାମ: ହରିୟାଣାର ଏକ ଫ୍ୟାକ୍ଟ୍ରିରେ ଅଘଟଣ । କେମିକାଲ ଟାଙ୍କିରେ ଖସି ପଡିବା ଯୋଗୁଁ ପ୍ରାଣ ହରାଇଲେ 3 ଶ୍ରମିକ । ଗୁରୁଗ୍ରାମ ସ୍ଥିତ ଜେଲ ରୋଡରେ ଥିବା ଏକ କାରଖାନାର କେମିକାଲ ଟାଙ୍କିରେ ଏହି ଅଘଟଣ ଘଟିଥିବା ପୋଲିସ ସୂଚନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି