
ସମ୍ବଲପୁର: ସମ୍ବଲପୁରରେ ଅବକାରୀ ବିଭାଗକୁ ବଡ଼ ସଫଳତା। ବିପୁଳ ପରିମାଣର କଫ୍ ସିରପ୍ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଜବତ। ୫୫ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରେ ଚଢ଼ଉ କରି ଗାଡ଼ିଟିକୁ ଧରିଛି ଅବକାରୀ ବିଭାଗ। ଗାଡ଼ିରୁ ୧୦ଟି ବସ୍ତାରେ ଭର୍ତ୍ତି କଫ୍ ସିରପ୍ ବୋତଲ ଜବତ ହୋଇଛି। ଏଥିରେ ୨୪ ଶହ କଫ ସିରପ୍ ବୋତଲ ଏବଂ ୧୦ ହଜାର ୫ ଶହ ନିଦ ମେଡିସିନ୍ ଜବତ ହୋଇଛି।
ଘଟଣାରେ ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ। ପ୍ରାଥମିକ ସୂଚନା ଅନୁସାରେ, କଟକରୁ ଏହି କଫ୍ ସିରପ୍ ଆସିଥିବା ବେଳେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଡେଲିଭରି ହେବାର ଯୋଜନା ଥିଲା। ଏତେ ପରିମାଣର କଫ୍ ସିରପ୍ କାରବାର ପଛରେ କିଏ ରହିଛି ତାକୁ ନେଇ ତଦନ୍ତ ଜାରି ରହିଛି।





