ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ସରକାର ଦାୟୀ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ଵର: ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କଲେ ରାଜସ୍ବ ମନ୍ତ୍ରୀ । ସେ କହିଛନ୍ତି ଯେ, IMD ପକ୍ଷରୁ ଆକଳନ ଅନୁସାରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ତେବେ ଆକଳନ ଠାରୁ ଅଧିକ ବର୍ଷା ହେବାରୁ ସ୍ଥିତି ବିଗିଡ଼ିଲା । ଗଞ୍ଜାମ ଇତିହାସରେ ଏମିତି ବର୍ଷା କେବେ ହୋଇନଥିଲା । ୨୮, ୨୯ ଓ ୩୦ରେ ପ୍ରବଳ ବର୍ଷା ହେବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଗଞ୍ଜାମରେ ୩ ଦିନରେ ୩୩୭.୬ ମିଲିମିଟର ବର୍ଷା ହୋଇଥିଲା । ଏହି ସମୟରେ ପାତ୍ରପୁରରେ ୮୦୮.୪ ମିମି ବର୍ଷା ରେକର୍ଡ ହୋଇଛି । ଗୋଟିଏ ଦିନରେ ପାତ୍ରପୁରରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ବନ୍ୟା ସ୍ଥିତିର ମୁକାବିଲା ପାଇଁ ୮ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଥିଲା । ଆଗାମୀ ଦିନରେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ IIT ସହ ଆଲୋଚନା ହୋଇଥିଲା ।

ମନ୍ତ୍ରୀ ପୁଣି କହିଛନ୍ତି ଯେ, ବାତ୍ୟା ଅର୍ଣ୍ଣବରେ କେବଳ ଜଣଙ୍କର ଭୂସ୍ଖଳନରେ ମୃତ୍ୟ ହେଲା । ଆଗକୁ ପର୍ବତ ପାହାଡ଼ କନ୍ଧମାଳ ଗଜପତିରେ ଭୂସ୍ଖଳନ ନେଇ ଅନୁଧ୍ୟାନ କରାଯିବ । ୨୪ ବର୍ଷର ସରକାର ନିଜ ବିଫଳତା ଲୁଚାଇବାକୁ ଆମକୁ ଦୋଷ ଦେଉଛନ୍ତି । ୨୦୧୩ ଫାଇଲିନରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୮ ତିତିଲି ସମୟରେ ୭୨ ଓ ଫନି ସମୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଆମ ସରକାରରେ ଜିରୋ କାଜୁଆଲିଟିକୁ ଆମେ ପ୍ରାଥମିକତା ଦେଉଛୁ । ୨୪ ବର୍ଷ ଶାସନ ଭିତରେ ପୂର୍ବ ସରକାର ଦୃଷ୍ଟି ଦେଇ ନଥିଲେ । ବିରୋଧୀ ତଥ୍ୟ ଧରିକି ଆସନ୍ତୁ, ଆମେ ବିଧାନସଭାରେ ଉତ୍ତର ଦେବୁ । ଆସନ୍ତା ବିଧାନସଭାରେ ବିରୋଧୀ ତଥ୍ୟ ସହ ଉତ୍ତର ଦେବାକୁ ଅନୁରୋଧ କରିଛନ୍ତି ରାଜସ୍ଵ ମନ୍ତ୍ରୀ ।

  • Related Posts

    ଶାହାଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ

    ବରଗଡ଼: ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ MP ପ୍ରଦୀପ ପୁରୋହିତ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ-୩ କାର୍ଯ୍ୟାଳୟରେ ଶାହାଙ୍କୁ ଭେଟି ଚିନିକଳ ପୁନଃକାର୍ଯ୍ୟକ୍ଷମ କରିବା…

    Continue reading
    ଗଞ୍ଜାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପ୍ରାକୃତିକ ନୁହେଁ, ମନୁଷ୍ୟକୃତ: ବିଜେଡି

    ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିଚାଳନାରେ ବିଜେପି ସରକାରର ଚରମ ବିଫଳତାକୁ ନେଇ କଡ଼ା ସମାଲୋଚନା କରିଛି ବିଜେଡି । ସରକାରଙ୍କ ଦାୟିତ୍ୱହୀନତା ଓ ଜଳସମ୍ପଦ ବିଭାଗର ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଗଞ୍ଜାମରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି