ରଦାମ ସ୍ଥିତିରେ ଆସୁନି ସୁଧାର : ଓଡ଼ିଶାରେ ମୁଦ୍ରାସ୍ଫୀତି ୭.୧୭%

ଭୁବନେଶ୍ୱର: ରାଜ୍ୟରେ ଦରଦାମ ସ୍ଥିତିରେ ଆସୁନି ସୁଧାର । ମାସ ପରେ ମାସ ଓଡ଼ିଶାରେ ମୁଦ୍ରାସ୍ଫୀତି ନୂଆ ରେକର୍ଡ କରୁଛି । ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଏବେ ପଞ୍ଚମ ମହଙ୍ଗା ବଜାର ରହିଛି । ଅର୍ଥାତ୍ ଦେଶର ଅନ୍ୟାନ୍ୟ ପ୍ରାନ୍ତ ତୁଳନାରେ ରାଜ୍ୟବାସୀ ବିଭିନ୍ନ ସାମଗ୍ରୀ ଏବଂ ସେବା ପାଇଁ ଅଧିକ ଟଙ୍କା ଗଣୁଛନ୍ତି । ପିଆଜ, ଅଦା ଏବଂ ରସୁଣଠାରୁ ଆରମ୍ଭ କରି ସବୁକିଛି ହୋଇଛି ମହଙ୍ଗା ।ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍ଏସ୍ଓ) ପକ୍ଷରୁ ଗୁରୁବାର ଜାରି ତଥ୍ୟ ଅନୁସାରେ, ଗତ ଅକ୍ଟୋବର ମାସରେ ରାଜ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ୭.୧୭% ଛୁଇଁଛି । ଏହା ଜାତୀୟ ହାରାହାରି ୬.୦୯% ତୁଳନାରେ ୧.୦୮% ଅଧିକ । ତେବେ ମାସକରେ ରାଜ୍ୟରେ ମୁଦ୍ରାସ୍ଫୀତି ୦.୪୭% ବଢ଼ିଛି । ସେପ୍ଟେମ୍ବରରେ ଏହା ୬.୭୦% ରହିଥିଲା । ଗ୍ରାମୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ । ଦେଶର ଅନ୍ୟ ପ୍ରାନ୍ତଗୁଡ଼ିକ ତୁଳନାରେ ଗ୍ରାମୀଣ ଓଡ଼ିଶାରେ ଲୋକଙ୍କ ଉପରେ ଚାପ ଅଧିକ ରହିଛି । ରାଜ୍ୟ ସ୍ତରରେ ତାମିଲ୍ନାଡୁରେ ମୁଦ୍ରାସ୍ଫୀତି ହାର ସବୁଠୁ ଅଧିକ ୭.୨୯% ରହିଛି । ୭.୨୬% ସହିତ ତେଲଙ୍ଗାନା ଦ୍ୱିତୀୟ ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଏହା ଯଥାକ୍ରମେ ୭.୨୫% ଏବଂ ୭.୧୯% ରହିଛି ।ଏନ୍ଏସ୍ଓ ତଥ୍ୟ ଅନୁସାରେ, ଖାଦ୍ୟ ଦର ବୃଦ୍ଧି ଯୋଗୁ ଅକ୍ଟୋବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ସହ୍ୟ ସୀମା ୬%କୁ ପାର କରିଯାଇଛି । ଆଲୋଚ୍ୟ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୦୯% ରହିଛି । ୨ ବର୍ଷରେ ଏହା ସର୍ବୋଚ୍ଚ ସ୍ତର । ସେପ୍ଟେମ୍ବରରେ ଏହା ୫.୫୪% ଥିଲା । ଲଗାତର ୧୨ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି, ଯାହାକି ୨୦୨୫ ଅକ୍ଟୋବରରେ ୦.୦୪% ଥିଲା । ଦେଶର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୬.୦୮%ରୁ ବଢ଼ି ୬.୬୩% ହୋଇଛି । ସହରାଞ୍ଚଳରେ ଏହା ୪.୮୮%ରୁ ବଢ଼ି ୫.୪୧% ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ମୁକାବିଲା ପାଇଁ ରେପୋରେଟକୁ ୨୫ ବେସିସ୍ ପଏଣ୍ଟ ବଢ଼ାଇବାର ମାତ୍ର କେଇ ସପ୍ତାହ ପରେ ଏହି ଅଙ୍କ ପ୍ରକାଶ ପାଇଛି ।

ଚଳିତବର୍ଷ ଅକ୍ଟୋବରରେ ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୯୪% ରହିଛି । ଏହା ଗ୍ରାମାଞ୍ଚଳରେ ୯.୦୯% ଏବଂ ସହରାଞ୍ଚଳରେ ୮.୬୮% ରହିଛି । ପିଆଜ ଦର ସବୁଠୁ ଅଧିକ ବଢ଼ିଛି । ଏଥିରେ ଦରଦାମ ବୃଦ୍ଧି ହେଉଛି ୧୧୬.୨୨% । ରସୁଣ ଦର ୬୦.୭୪% ବଢ଼ିଛି । ଏହା ପଛକୁ ରୁପା ଗହଣା ଦାମ ୫୨.୩୯%, ଅଦା ୪୮.୩୨% ଏବଂ ଲେମ୍ବୁ ୪୭.୩୦% ମହଙ୍ଗା ହୋଇଛି । ତେବେ ଦୁଇ ବର୍ଷରେ ପ୍ରଥମ ଥର ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୬% ସ୍ତର ଅତିକ୍ରମ କରିଛି ।

  • Related Posts

    ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଛାତ ଆମର ସର୍ବୋଚ୍ଚ ପ୍ରାଥମିକତା – ମୁଖ୍ୟମନ୍ତ୍ରୀ

    ବଲାଙ୍ଗୀର: ଯେତେବେଳେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଏକ ସୁରକ୍ଷିତ ପକ୍କା ଘର ତଳେ ନିଶ୍ଚିନ୍ତରେ ରହି ପାରିବେ, ସେତେବେଳେ ଆମ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ। ଏକ ବିକଶିତ ଓଡ଼ିଶାର ଆରମ୍ଭ ଆମ ଗାଁରୁ ହୋଇଥାଏ ଏବଂ ସମସ୍ତଙ୍କ ମୁଣ୍ଡ…

    Continue reading
    ରେଡିମେଡ ଗାର୍ମେଣ୍ଟ ୟୁନିଟ କରି ସମସ୍ତଙ୍କ ପାଇଁ ଜଣେ ସଫଳ ମହିଳା ଉଦ୍ୟୋଗୀ ସାଜିଛନ୍ତି ଆକସ୍ମିତା

    ଦେବଗଡ:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକର କଳାମାଟି ଗ୍ରାମରେ ଏକ ରେଡିମେଡ ଗାର୍ମେଣ୍ଟ ୟୁନିଟ ପ୍ରତିଷ୍ଠା କରି ଆଜିର ଦିନରେ ଜଣେ ସଫଳ ଉଦ୍ୟୋଗୀ ହେବା ସହ ଆଖପାଖର ଲୋକମାନଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି ମହିଳା ଉଦ୍ୟୋଗୀ ଆକସ୍ମିତା ନନ୍ଦ।ସୂଚନା ଅନୁଯାୟୀ, ଦେବଗଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !