ବଚ୍ଚନ ହତ୍ୟା ମାମଲାର ରାୟ ପ୍ରକାଶ: ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ-୩ ବିବଶ୍ବତ ଗୌତମ ଗୁରୁବାର ଏକ ହତ୍ୟା ମାମଲାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ମାମଲାର ଅଭିଯୁକ୍ତ ଥିବା ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଦୁଇ ଭାଇ ହେଲେ ଦିଗପହଣ୍ଡି ଥାନା ଅର୍ନ୍ତଗତ ବନ୍ଥପଲ୍ଲୀର କଙ୍ଗାରୁ ଭୂୟାଁ (୫୪) ଏବଂ ସାନ ଭାଇ କାଳିଅ ଓରଫ ସୁଶାନ୍ତ ଭୂୟାଁ(୨୪)। ଏଥିସହ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି।ଘଟଣାରୁ ପ୍ରକାଶ ଯେ, ୨୦୨୦ ଅକ୍ଟୋବର ୨୪ରେ ଗ୍ରାମରେ ଚାଲିଥିବା ଏକ ଜୁଆ ଖେଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଗୋଟିଏ ଗୋଷ୍ଠୀର କଙ୍ଗାରୁ ଓ କାଳିଆ ମାରଣାସ୍ତ୍ର ଧରି ବଚ୍ଚନଙ୍କୁ ମାରିବାକୁ ଗୋଡାଇଥିଲେ। ହେଲେ ବଚ୍ଚନ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ସେତିକିବେଳେ କଙ୍ଗାରୁ ଏକ ଠେଙ୍ଗାରେ ବଚ୍ଚନଙ୍କୁ ଆକ୍ରମଣ କରିଥିଲେ।

ଫଳରେ ବଚ୍ଚନ ତଳେ ପଡି ଯାଇଥିଲେ। ସେତିକିବେଳେ କାଳିଆ ଏକ ଛୁରୀରେ ବଚ୍ଚନଙ୍କ ପେଟକୁ ଭୁସି ହତ୍ୟା କରିଥିଲେ। ଖବର ପାଇ ଘରେ ଥିବା ବଚ୍ଚନଙ୍କ ଭଉଣୀ ଲକ୍ଷ୍ମୀ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଦୁର୍ବତ୍ତମାନେ ତାଙ୍କୁ ଗାଳିଗୁଳଜ କରିବା ସହ ହତ୍ୟାର ଧମକ ଦେଇଥିଲେ। ଭଉଣୀଙ୍କ ଅଭିଯୋଗ କ୍ରମେ ଦିଗପହଣ୍ଡି ଥାନା ପୋଲିସ ଏକ ହତ୍ୟା ମାମଲା(ନଂ.୨୫୦/୨୦) ରୁଜୁ କରି ଉପରୋକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋଟ ଚାର୍ଲାଣ କରିଥିଲା। ସେତିକିବେଳେ ପୋଲିସ ହତ୍ୟାରେ ବ୍ୟବହୃତ ଠେଙ୍ଗା ଓ ଛୁରୀକୁ ଜବତ କରିଥିଲା।

ତତ୍କାଳୀନ ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ବସନ୍ତ ସେଠୀ ଉଭୟଙ୍କୁ ଦୋଷୀ ଦର୍ଶାଇ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୧୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ମାମଲାର ୫ଜଣ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଆଧାରରେ ଉପଯୁକ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାପତି ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଭାତ କୁମାର ଜେନା ମାମଲା ପରିଚାଳନା କରିଥିଲେ।

  • Related Posts

    ଟ୍ରକକୁ ଧକ୍କା ଦେଲା ପଶ୍ଚିମବଙ୍ଗ ବସ, 16 ଆହତ

    ଯାଜପୁର: ବଡଚଣା ଓଭର ବ୍ରିଜ୍ ନିକଟରେ ଆଜି ସକାଳ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଦୁର୍ଘଟଣାରେ 16…

    Continue reading
    ଏସ୍‌ସିବି ଅଗ୍ନିକାଣ୍ଡ ଘଟଣା, ବଢ଼ିଲା ନ୍ୟାୟିକ କମିସନ୍‌ଙ୍କ କାର୍ଯ୍ୟକାଳ

    କଟକ: ଏସ୍‌ସିବି ମେଡିକାଲ୍ କଲେଜ ହସପିଟାଲର ଟ୍ରମା କେୟାର ଆଇସିୟୁରେ ଗତ ମାର୍ଚ୍ଚ ୧୬ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଥିବା ନ୍ୟାୟିକ କମିସନଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ଚତୁର୍ଥ ଥର ପାଇଁ ବୃଦ୍ଧି କରିଛନ୍ତି । ଅବସରପ୍ରାପ୍ତ ଜିଲ୍ଲା ଜଜ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି