ଭୟଙ୍କର ସଡ଼କ ଦୁର୍ଘଟଣା:୩ ଭାରତୀୟଙ୍କ ସମେତ ୧୪ ମୃତ

ନୂଆଦିଲ୍ଲୀ; ୟୁନାଇଟେଡ୍ ଆରବ ଏମିରେଟସ୍ ର ଫୁଜୈରାହରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ନିୟନ୍ତ୍ରଣ ହରାଇ ଏକ ଟ୍ରକ୍ ୨୩ଟି ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୩ ଭାରତୀୟଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କେରଳର ଯାଆଁଳା ଭାଇଭଉଣୀ ମଧ୍ୟ ଅଛନ୍ତି । ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଅନେକ ଗାଡ଼ିରେ ନିଆଁ ଲାଗି ଯାଇଥିଲା। କିଛି ମୃତଦେହ ଗୁରୁତର ଭାବରେ ଜଳି ଯାଇଛି, ତେଣୁ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା କରାଯାଉଛି। ୟୁଏଇ ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୟୁଏଇ, ଓମାନ, ଭାରତ, ବ୍ରାଜିଲ, ପାକିସ୍ତାନ, ଜୋର୍ଡାନ ଏବଂ ଇଜିପ୍ଟର ନାଗରିକ ଅଛନ୍ତି ।
ଧକ୍କା ପରେ ଅନେକ ଗାଡିରେ କିପରି ନିଆଁ ଲାଗିଲା ? ଗୃହ ମନ୍ତ୍ରାଳୟ କହିବା ଅନୁସାରେ, ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ, ଟ୍ରକରେ ନିଆଁ ଲାଗିଯାଇଥିଲା । ନିଆଁ ଆଖପାଖରେ ଥିବା ଅନ୍ୟ କେତେକ ଗାଡିକୁ ବ୍ୟାପିଗଲା । ମନ୍ତ୍ରାଳୟ କହିଛି ଯେ, ଅଗ୍ନିକାଣ୍ଡ ବ୍ୟାପିବା କାରଣରୁ ଏହି ଦୁର୍ଘଟଣାରେ ବହୁ ଧନଜୀବନ ହାନି ହୋଇଛି । ଘଟଣା ଖବର ପାଇବା ମାତ୍ରେ ପୁଲିସ, ଆମ୍ବୁଲାନ୍ସ ଓ ସିଭିଲ୍ ଡିଫେନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ୟୁଏଇ, ଓମାନ, ଭାରତ, ବ୍ରାଜିଲ, ପାକିସ୍ତାନ, ଜୋର୍ଡାନ ଓ ଇଜିପ୍ଟର ନାଗରିକ ରହିଛନ୍ତି। ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ମଧ୍ୟ ଏହି ଦୁର୍ଘଟଣାରେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି। ମୃତକଙ୍କ ପରିବାର ସହ ଯୋଗାଯୋଗରେ ରହିବା ସହ ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନ ସହ ମିଶି କାମ କରୁଥିବା ଦୂତାବାସ ପକ୍ଷରୁ କୁହାଯାଇଛି । ୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ ୧୫ ଜଣଙ୍କୁ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ବାକି ସମସ୍ତେ ଏବେ ବି ଚିକିତ୍ସିତ ହେଉଛନ୍ତି । ଅଧିକାରୀଙ୍କ କହିବାନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଡିଏନ୍ଏ ପରୀକ୍ଷା କରାଯାଉଛି ।

  • Related Posts

    ୟୁପି ରାଜନୀତି: ଓୱେସୀ-ଚନ୍ଦ୍ରଶେଖରଙ୍କ ମେଣ୍ଟ

    ଲକ୍ଷ୍ନୌ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଏଆଇଏମଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଓ ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକାଠି ହୋଇ ନୂଆ ରାଜନୈତିକ ମେଣ୍ଟ ଗଠନ…

    Continue reading
    ବାଣ ପ୍ରଦୂଷଣ ପାଇଁ ଚିନ୍ତା ନାହିଁ, ଆପେ କମିଯିବ: ଯୋଗୀ

    ଲକ୍ଷ୍ନୌ:ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ଲକ୍ଷ୍ନୌରେ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ସେ କହିଛନ୍ତି, ଦୀପାବଳିରେ ବାଣ ଫୁଟିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି