ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର ରାଜ୍ୟରେ ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ସାଧାରଣ ଖାଉଟିଙ୍କ ରୋଜଗାର ଓ ଖର୍ଚ୍ଚ ଦିନକୁ ଦିନ ଅସନ୍ତୁଳିତ ହୋଇପଡୁଛି । ଯାହାଫଳରେ ଚାପଗ୍ରସ୍ତ ହେଉଛନ୍ତି ସାଧାରଣ ଖାଉଟି । ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୬ରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୧୭%ରେ ପହଞ୍ଚିଛି, ଯାହା ଜାତୀୟ ହାରାହାରି ୬.୦୯% ଠାରୁ ବହୁତ ଅଧିକ । ଏହା ବଡ଼ ରାଜ୍ୟମାନଙ୍କ ମଧ୍ୟରେ ୫ମ ସର୍ବୋଚ୍ଚ ସ୍ଥାନରେ ଅଛି । ଗ୍ରାମାଞ୍ଚଳରେ ଏହା ୭.୭୪% ଏବଂ ସହରାଞ୍ଚଳରେ ୫.୬୩% ରହିଛି । ରାଜ୍ୟର ଗ୍ରାମୀଣ ପରିବାର ଅଧିକ ଭାବରେ ପ୍ରଭାବିତ ହେଉଛନ୍ତି । ଖାଦ୍ୟ ଦ୍ରବ୍ୟର ଦରବୃଦ୍ଧି ହିଁ ଏହାର ମୁଖ୍ୟ କାରଣ । ପିଆଜର ଦାମ୍ ପ୍ରାୟ ୧୧୬% ବୃଦ୍ଧି ପାଇଛି, ରସୁଣ ୬୧% ଏବଂ ଲେମ୍ବୁ ୪୭% ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ଖାଦ୍ୟ ମୁଦ୍ରାସ୍ଫୀତି ସେପ୍ଟେମ୍ବର ମାସରେ ୭.୭୪% ଥିବାବେଳେ ଅକ୍ଟୋବର ମାସରେ ଏହା ବୃଦ୍ଧି ପାଇ ୮.୯୪%ରେ ପହଞ୍ଚିଛି । ଏହା ସାଧାରଣ ଲୋକଙ୍କ ରୋଜଗାର ଉପରେ ଚାପ ସୃଷ୍ଟି କରିଛି ।
ବିଜେପି ସରକାର “ଡବଲ ଇଞ୍ଜିନ, ଡବଲ ବିକାଶ” କହି ଲୋକଙ୍କୁ ଆଶା ଦେଇଥିଲେ । କିନ୍ତୁ ବାସ୍ତବରେ ଏହା “ଡବଲ ପ୍ରତାରଣା” ହୋଇଛି । ଗତ ୨ ବର୍ଷରେ ଓଡ଼ିଶାର ମୁଦ୍ରାସ୍ଫୀତି ବାରମ୍ୱାର ଜାତୀୟ ହାରାହାରି ଠାରୁ ଅଧିକ ରହିଛି । ସେପ୍ଟେମ୍ୱରରେ ୬.୭୧% ଥିଲା, ଯାହା ଅକ୍ଟୋବରରେ ଆହୁରି ବଢ଼ିଛି । ଏହା ଦେଖାଏ ଯେ ସରକାର ନିୟନ୍ତ୍ରଣ ପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେଇନାହାନ୍ତି । ତୁରନ୍ତ ଖାଦ୍ୟ ଦ୍ରବ୍ୟର ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ । ଗ୍ରାମାଞ୍ଚଳର ଲୋକଙ୍କୁ ସହାୟତା ପ୍ରଦାନ କରାଯାଉ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସକ୍ରିୟ ହୋଇ କାର୍ଯ୍ୟ କରୁ । ସାଧାରଣ ଜନତାର ଦୁଃଖକୁ ଅଣଦେଖା କରି କେବଳ ପ୍ରଚାର କରିବା ପରିବର୍ତ୍ତେ, ବିଜେପି ସରକାର ପ୍ରତିବଦ୍ଧତାର ସହ ଲୋକଙ୍କ କଷ୍ଟ ଦୂର କରନ୍ତୁ ।

  • Related Posts

    ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସାମିଲ ହେଲେ କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକ

    ଭୁବନେଶ୍ବର: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକମାନେ ଯୋଗ ଦେଇଛନ୍ତି। ଏହି ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଜେଡିରୁ ନିଲମ୍ବିତ ବିଧାୟକ ସୌଭିକ ବିଶ୍ବାଳ, ଦେବୀ…

    Continue reading
    ଭୋଗରାଇ ଗସ୍ତରେ ସୁଜାତା ରାଉତ

    ଭୋଗରାଇ ଗସ୍ତରେ ସୁଜାତା ରାଉତ। ସକାଳୁ ସକାଳୁ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ସୁଜାତା। ଏହାପରେ ଦେହୁର୍ଡା ହନୁମାନ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !