ଘରେ ପଶିଗଲା ଦ୍ରୁତଗାମୀ କାର୍

ମୋହନା: ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ଦ୍ରୁତଗାମୀ କାର l ଘରେ ଥିବା ବହୁ ଆସବାବପତ୍ର ନଷ୍ଟ ହୋଇଛି। ତେବେ ସୌଭାଗ୍ୟବଶତଃ ଘରର ଅନ୍ୟ ଏକ କୋଠରୀରେ ଶୋଇଥିବା ପରିବାରର ୪ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏଭଳି ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ଏକ କାର୍ ମୋହନାରୁ ଚାନ୍ଦିପୁଟ ଅଭିମୁଖେ ଯାଉଥିଲା। ଏହି ସମୟରେ ଚାଳକ ଭାରସାମ୍ୟ ହରାଇବାରୁ କାର୍ଟି ରାସ୍ତାକଡ଼ରେ ଥିବା ହରପ୍ରସାଦ ବିଷୋୟୀଙ୍କ ଘର ଭିତରକୁ ପଶିଯାଇଥିଲା । ଏଥିରେ ଘରର ବହୁ ଆସବାବପତ୍ର ସହ ସିଲେଇ ମେସିନ୍ ଭାଙ୍ଗି ନଷ୍ଟ ହୋଇଯାଇଛି । ତେବେ ହରପ୍ରସାଦ, ତାଙ୍କ ପତ୍ନୀ ଓ ପୁଅ-ଝିଅ ପଛପଟ କୋଠରୀରେ ଶୋଇଥିବାରୁ ବଡ଼ ଅଘଟଣରୁ ରକ୍ଷା ପାଇଯାଇଛନ୍ତି । ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ମୋହନା ପୁଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

  • Related Posts

    ଜଳସେଚନ ବିଭାଗର ବଡ଼ ତତ୍ପରତା: ୩ ଡ୍ୟାମ୍‌ରୁ ଜଳ ନିଷ୍କାସନ ଆରମ୍ଭ

    ଭୁବନେଶ୍ଵର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗର ବଡ଼ ତତ୍ପରତା । ଗଞ୍ଜାମ, ଗଜପତି, କନ୍ଧମାଳରେ ବେଶୀ ବର୍ଷା ନେଇ EICଙ୍କ ସୂଚନା । ୨୧ରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ସେଥିପାଇଁ…

    Continue reading
    ବିଧାନସଭା ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା

    ଭୁବନେଶ୍ୱର:୧୮ରୁ ବିଧାନସଭାର ଅଷ୍ଟମ ଅଧିବେଶନ। ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ପାଇଁ ଘୋଷଣା । ଏନେଇ ବିଜ୍ଞପ୍ତି ଜାରି କଲା କମିଶନରେଟ୍ ପୋଲିସ୍ । ବିଧାନସଭା ଦେଇ ବା ସଂଲଗ୍ନ ରାସ୍ତାରେ ସର୍ବସାଧାରଣ ଯାତାୟତ ମନା । ବିଧାନସଭା ପରିସରରେ ସୁରକ୍ଷା ଦୃଷ୍ଟିରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !