ନଦୀ ଅବବାହିକା ଉପରେ ନଜରଦାରି ବୃଦ୍ଧି ପାଇଁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଥିବା ପରିପ୍ରେକ୍ଷୀରେ, ଜନଜୀବନ, ଜୀବିକା ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସୁରକ୍ଷା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ୟା ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷକରି ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ଅଧିକ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଅଧିକାରୀଙ୍କୁ ସତର୍କ ରହିବା ସହ ସମୟୋଚିତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ ପାଇଁ କୁହାଯାଇଥିଲା।

ବୈଠକରେ ନଦୀ ଅବବାହିକା ପରିଚାଳନା, ଜଳଭଣ୍ଡାର ପରିଚାଳନା ଏବଂ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ଋଷିକୁଲ୍ୟା, ବାହୁଦା, ବଂଶଧାରା ଓ ତେଲେଙ୍ଗିରି ନଦୀ ପ୍ରଣାଳୀ, ଇବ୍ ଅବବାହିକା ଏବଂ ପୋଟେରୁ ଡ୍ୟାମ୍ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସମ୍ଭାବ୍ୟ ପାଣିପାଗ ପରିସ୍ଥିତି ଓ ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ଆଶଙ୍କାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଦିଲୀପ କୁମାର ରାଉତ୍ ବୈଠକକୁ ଅବଗତ କରାଇଥିଲେ। ଜଳଭଣ୍ଡାରର ଗେଟ୍ ଖୋଲିବା ଓ ବନ୍ଦ କରିବାର ସମୟ, ଆବଶ୍ୟକସ୍ଥଳେ ଆଗୁଆ ଓ ନିୟନ୍ତ୍ରିତ ଜଳ ନିଷ୍କାସନ ଏବଂ ବର୍ଷା ସମୟରେ ଗେଟ୍ ପରିଚାଳନା ଉପରେ ଆଲୋଚନା ହୋଇଥିଲା। ଏହାଦ୍ୱାରା ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କାକୁ କମାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈତରଣୀ ଅବବାହିକା ସମେତ ଅନ୍ୟାନ୍ୟ ନିରୀକ୍ଷଣ ଆବଶ୍ୟକ ଥିବା ଅଞ୍ଚଳରେ ମଧ୍ୟ ସତର୍କ ନଜର ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା।

କ୍ଷେତ୍ରସ୍ତରୀୟ ସତର୍କତାକୁ ପ୍ରାଥମିକତା ଦେଇ ପ୍ରମୁଖ ଶାସନ ସଚିବ ସମ୍ବେଦନଶୀଳ ନଦୀବନ୍ଧ, ପୂର୍ବରୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ବନ୍ୟା ଆଶଙ୍କା ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ନିୟମିତ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ପରିମାଣର ବାଲିବସ୍ତା ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ମହଜୁଦ ରଖିବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବିଭାଗୀୟ କର୍ମଚାରୀଙ୍କୁ ନିୟୋଜିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆର୍‌ବିଭିଏନ୍‌ ଅବବାହିକାରେ ନଜରଦାରିକୁ ଅଧିକ ସୁଦୃଢ଼ କରିବା ସହ ଇବ୍ ଅବବାହିକାରେ ପ୍ରତି ଘଣ୍ଟାରେ ନିରୀକ୍ଷଣ ଏବଂ ବ୍ୟବସ୍ଥିତ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସାମୂହିକ ଦାୟିତ୍ୱବୋଧ ଓ ତ୍ୱରିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ଶାସନ ସଚିବ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିକଟ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା, ବିଚାରବିମର୍ଶପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ସମୟୋଚିତ ନିଷ୍ପତ୍ତି, ପ୍ରଭାବଶାଳୀ ଯୋଗାଯୋଗ ଓ କ୍ଷେତ୍ରସ୍ତରରେ ପ୍ରସ୍ତୁତି ବିଭାଗର ମୁକାବିଲା ରଣନୀତିର ମୁଖ୍ୟ ଆଧାର ବୋଲି ସେ କରିଥିଲେ। ପରିବର୍ତ୍ତିତ ପାଣିପାଗ ପରିସ୍ଥିତିରେ ବନ୍ୟା ବିପଦ ହ୍ରାସ, ନିମ୍ନ ଅବବାହିକାର ଜନସାଧାରଣଙ୍କ ସୁରକ୍ଷା ଏବଂ ରାଜ୍ୟର ଜଳ ଭିତ୍ତିଭୂମିର ସୁପରିଚାଳନା ସୁନିଶ୍ଚିତ କରିବା ଉପରେ ଏହି ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

  • Related Posts

    ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    ଭୁବନେଶ୍ୱର ୧୭/୧୧/୨୦୨୬ : ଓଡ଼ିଶାରେ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମଏଲ୍), ଲାଞ୍ଜିଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏହାର କାର୍ଯ୍ୟକ୍ଷେତ୍ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଇନ୍ଧନ-ଦକ୍ଷ ଚୁଲା…

    Continue reading
    ସୋଆ କପ୍‌ ୨୦୨୬ ଉଦ୍‌ଘାଟିତ

    ଭୁବନେଶ୍ୱର, ୧୭/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍‌’ ମଙ୍ଗଳବାର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୫ ସୋଆ ଷ୍ଟାଡିୟମ୍‌ ଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରାୟ ୧ ମାସରୁ ଊଦ୍ଧ୍ୱର୍ ଦିନ ଧରି ଚାଲିବାକୁ ଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !